ଯୋଧପୁର ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ; ଦୁଇ ସଫେଇ କର୍ମଚାରୀ ଅଟକ

ଯୋଧପୁର: ଯୋଧପୁରର ଏକ ସରକାରୀ ହସ୍ପିଟାଲରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତରଖାନାର ଦୁଇ ଜଣ ସଫେଇ କର୍ମଚାରୀଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଅତିରିକ୍ତ ଡେପୁଟି ପୁଲିସ କମିସନର (ପଶ୍ଚିମ) ନିଶାନ୍ତ ଭରଦ୍ୱାଜ କହିଛନ୍ତି ଯେ ପ୍ରାୟ ୧୫ ବର୍ଷର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ କୌଣସି କଥାକୁ ନେଇ ଗାଳିଗୁଲଜ କରିଥିଲେ। ଏଥିରେ କ୍ରୋଧିତ ହୋଇ ସେ ରବିବାର […]

ଯୋଧପୁର ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ; ଦୁଇ ସଫେଇ କର୍ମଚାରୀ ଅଟକ

ଯୋଧପୁର: ଯୋଧପୁରର ଏକ ସରକାରୀ ହସ୍ପିଟାଲରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଡାକ୍ତରଖାନାର ଦୁଇ ଜଣ ସଫେଇ କର୍ମଚାରୀଙ୍କୁ ସନ୍ଦେହରେ ଅଟକ ରଖାଯାଇଛି। ଅତିରିକ୍ତ ଡେପୁଟି ପୁଲିସ କମିସନର (ପଶ୍ଚିମ) ନିଶାନ୍ତ ଭରଦ୍ୱାଜ କହିଛନ୍ତି ଯେ ପ୍ରାୟ ୧୫ ବର୍ଷର ଜଣେ ନାବାଳିକାଙ୍କୁ ତାଙ୍କ ପରିବାର ଲୋକେ କୌଣସି କଥାକୁ ନେଇ ଗାଳିଗୁଲଜ କରିଥିଲେ। ଏଥିରେ କ୍ରୋଧିତ ହୋଇ ସେ ରବିବାର ସନ୍ଧ୍ୟାରେ ଘରେ କିଛି ନ ଜଣାଇ ପଳାଇଯାଇଥିଲେ । ନାବାଳିକା ରବିବାର ରାତିରେ ଯୋଧପୁରସ୍ଥିତ ମହାତ୍ମା ଗାନ୍ଧୀ ହସ୍ପିଟାଲ ପରିସରରେ ପହଞ୍ଚିଥିଲେ ଏବଂ ସେଠାରେ ଦୁଇ ଯୁବକ ନାବାଳିକାଙ୍କୁ ଏକୁଟିଆ ପାଇଥିଲେ। ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଡାକ୍ତରଖାନା ପରିସର ପଛପଟେ କଏଦୀ ୱାର୍ଡ ନିକଟରେ ଥିବା ଏକ କୋଠରୀକୁ ନେଇ ଯାଇଥିଲେ, ଯେଉଁଠାରେ ସେମାନେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଅନ୍ୟପକ୍ଷରେ ପୀଡ଼ିତା ଘରୁ ନିଖୋଜ ଥିବା ଜଣାପଡ଼ିବା ପରେ ତାଙ୍କ ବାପା ଓ ଅନ୍ୟ ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ଝିଅକୁ ନପାଇ ପୁଲିସର ଦ୍ବାରସ୍ଥ ହୋଇଥିଲେ। ଗତକାଲି ସଂଧ୍ୟାରେ ପୀଡ଼ିତା ଡାକ୍ତରଖାନା ପରିସରରେ ଏକାକୀ ବୁଲୁଥିବା ଦେଖିବାକୁ ମିଳିଥିଲା। ପୁଲିସ ତାଙ୍କୁ ଥାନାକୁ ନେଇ ପରିବାର ଲୋକଙ୍କୁ ଥାନାକୁ ଡକାଇଥିଲା। ପୁଲିସ ପ୍ରାଥମିକ ତଦନ୍ତ ସହ ପୀଡ଼ିତାଙ୍କ ବୟାନ ନେବା ପରେ ସେ ଦୁଇ ଜଣ ଯୁବକଙ୍କ ବିରୋଧରେ ଗଣଦୁଷ୍କର୍ମ ଅଭିଯୋଗ ଆଣିଥିଲେ।