ପୂର୍ବତନ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରନଙ୍କ ପରଲୋକ

ପୁଡ଼ୁଚେରୀ: ପୁଡ଼ୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଡିଆର୍‌ ରାମଚନ୍ଦ୍ରନ୍‌(୯୦)ଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଗତ କିଛିମାସ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ଡି‌ଏମ୍‌କେରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ରନ ୧୯୮୦ରେ କଂଗ୍ରେସ-ଡିଏମ୍‌କେ ମିଳିତ ମନ୍ତ୍ରିମଣ୍ଡଳର ନେତୃତ୍ବ ନେଇ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୦୯୦ରେ ପୁଣିଥରେ ଡିଏମ୍‌କେ-ଜନତା ମେଣ୍ଟ ସରକାରରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୦ରେ ସେ ଡିଏମ୍‌କେ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୧ରେ ସେ ପୁଡ଼ୁଚେରିର […]

ପୂର୍ବତନ ପୁଡ଼ୁଚେରୀ ମୁଖ୍ୟମନ୍ତ୍ରୀ ରାମଚନ୍ଦ୍ରନଙ୍କ ପରଲୋକ

ପୁଡ଼ୁଚେରୀ: ପୁଡ଼ୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍‌ଡିଆର୍‌ ରାମଚନ୍ଦ୍ରନ୍‌(୯୦)ଙ୍କର ଆଜି ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଗତ କିଛିମାସ ଧରି ବାର୍ଦ୍ଧକ୍ୟଜନିତ ଅସୁସ୍ଥତାରେ ପୀଡ଼ିତ ଥିଲେ। ଡି‌ଏମ୍‌କେରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ରାମଚନ୍ଦ୍ରନ ୧୯୮୦ରେ କଂଗ୍ରେସ-ଡିଏମ୍‌କେ ମିଳିତ ମନ୍ତ୍ରିମଣ୍ଡଳର ନେତୃତ୍ବ ନେଇ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ୧୦୯୦ରେ ପୁଣିଥରେ ଡିଏମ୍‌କେ-ଜନତା ମେଣ୍ଟ ସରକାରରେ ସେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୦୦ରେ ସେ ଡିଏମ୍‌କେ ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ୨୦୦୧ରେ ସେ ପୁଡ଼ୁଚେରିର ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ। ସେ ଜଣେ ବିଶିଷ୍ଟ ସମବାୟବିତ୍‌ ଭାବେ ପରିଚିତ ଥିଲେ। ପୁଡୁଚେରିରେ ସମବାୟ ବ୍ୟାଙ୍କ ଓ ସଂସ୍ଥାର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।