ବ୍ରିଟେନରେ ୬୫୦ ସିଟ୍ରେ ଗୁରୁବାର ନିର୍ବାଚନ, ଋଷି ସୁନକ-କୀର ଷ୍ଟାର୍ମର ଟକ୍କର
ନୂଆଦିଲ୍ଲୀ: ଗୁରୁବାର ବ୍ରିଟେନରେ ସାଧାରଣ ନିର୍ବାଚନ । ହାଉସ୍ ଅଫ୍ କମନ୍ସରେ ୬୫୦ ସିଟରେ ମତଦାନ ହେବ । ଏଥର କଞ୍ଜର୍ଭେଟିଭ୍ ଓ ଲେବର ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବା ନେଇ ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଆସନ ଟଳମଳ । କାରଣ ନିର୍ବାଚନ ପୂର୍ବରୁ ହୋଇଥିବା ସର୍ଭେକ୍ଷଣରେ କଞ୍ଜର୍ଭେଟିଭ୍ ପାର୍ଟି ଠାରୁ ଲେବର ପାର୍ଟି ଆଗରେ ରହିଛି । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ବିପକ୍ଷରେ କିର୍ ଷ୍ଟାର୍ମର ରହିଛନ୍ତି । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି । କିର୍ ଷ୍ଟାର୍ମର ପୂର୍ବରୁ ଇଂଲଣ୍ଡର ପବ୍ଲିକ୍ ପ୍ରସିକ୍ୟୁଟରର ନିର୍ଦ୍ଦେଶକ ଥିଲେ । ଅପ୍ରେଲ୍ ୨୦୨୦ରେ ଲେବର ପାର୍ଟିର ନେତା ହୋଇଥିଲା । ବ୍ରିଟେନର ସାଧାରଣ ନିର୍ବାଚନରେ ଭାରତୀୟ ମୂଳ ବାସିନ୍ଦାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଏଥର ନିର୍ବାଚନରେ ଶାସନ କ୍ଷମତା ଥିବା କଞ୍ଜର୍ଭେଟିଭ୍ ପାର୍ଟିରେ ୩୦ ଅଧିକ ମୂଳ ଭାରତୀୟ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଲେବର ପାର୍ଟିରୁ ପ୍ରାୟ ୩୩ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ହୋଇଛନ୍ତି । ଗୁରୁବାର ଅର୍ଥାତ୍ ଆଜି ୟୁକେରେ ସ୍ଥାନୀୟ ସମୟାନୁସାରେ ସକାଳ ୭ଟାରୁ ରାତି ୧୦ ଯାଏ ମତଦାନ ହେବ । ଭୋଟିଂ ରହିବା କ୍ଷଣି ଭୋଟ୍ ଗଣତି ଆରମ୍ଭ ହେବ ଏବଂ ଜୁଲାଇ ୫ ତାରିଖରେ ନିର୍ବାଚନ ରେଜଲ୍ଟ ଘୋଷଣା ହେବ । ଫଳ ବାହାରିବା ପରେ କେଉଁ ପାର୍ଟି ସରକାର ଗଠନ କରିବ ଜଣାପଡ଼ିବ ।ବ୍ରିଟେନରେ
ନୂଆଦିଲ୍ଲୀ: ଗୁରୁବାର ବ୍ରିଟେନରେ ସାଧାରଣ ନିର୍ବାଚନ । ହାଉସ୍ ଅଫ୍ କମନ୍ସରେ ୬୫୦ ସିଟରେ ମତଦାନ ହେବ । ଏଥର କଞ୍ଜର୍ଭେଟିଭ୍ ଓ ଲେବର ପାର୍ଟି ମଧ୍ୟରେ କଡ଼ା ଟକ୍କର ହେବା ନେଇ ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଆସନ ଟଳମଳ । କାରଣ ନିର୍ବାଚନ ପୂର୍ବରୁ ହୋଇଥିବା ସର୍ଭେକ୍ଷଣରେ କଞ୍ଜର୍ଭେଟିଭ୍ ପାର୍ଟି ଠାରୁ ଲେବର ପାର୍ଟି ଆଗରେ ରହିଛି । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ରୁଷି ସୁନକଙ୍କ ବିପକ୍ଷରେ କିର୍ ଷ୍ଟାର୍ମର ରହିଛନ୍ତି । ଉଭୟଙ୍କ ମଧ୍ୟରେ କଡ଼ା ଟକ୍କର ହେବ ବୋଲି କୁହାଯାଉଛି । କିର୍ ଷ୍ଟାର୍ମର ପୂର୍ବରୁ ଇଂଲଣ୍ଡର ପବ୍ଲିକ୍ ପ୍ରସିକ୍ୟୁଟରର ନିର୍ଦ୍ଦେଶକ ଥିଲେ । ଅପ୍ରେଲ୍ ୨୦୨୦ରେ ଲେବର ପାର୍ଟିର ନେତା ହୋଇଥିଲା ।
ବ୍ରିଟେନର ସାଧାରଣ ନିର୍ବାଚନରେ ଭାରତୀୟ ମୂଳ ବାସିନ୍ଦାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ । ଏଥର ନିର୍ବାଚନରେ ଶାସନ କ୍ଷମତା ଥିବା କଞ୍ଜର୍ଭେଟିଭ୍ ପାର୍ଟିରେ ୩୦ ଅଧିକ ମୂଳ ଭାରତୀୟ ମୈଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ଲେବର ପାର୍ଟିରୁ ପ୍ରାୟ ୩୩ ଭାରତୀୟ ବଂଶୋଦ୍ଭବ ପ୍ରାର୍ଥୀ ହୋଇଛନ୍ତି । ଗୁରୁବାର ଅର୍ଥାତ୍ ଆଜି ୟୁକେରେ ସ୍ଥାନୀୟ ସମୟାନୁସାରେ ସକାଳ ୭ଟାରୁ ରାତି ୧୦ ଯାଏ ମତଦାନ ହେବ । ଭୋଟିଂ ରହିବା କ୍ଷଣି ଭୋଟ୍ ଗଣତି ଆରମ୍ଭ ହେବ ଏବଂ ଜୁଲାଇ ୫ ତାରିଖରେ ନିର୍ବାଚନ ରେଜଲ୍ଟ ଘୋଷଣା ହେବ । ଫଳ ବାହାରିବା ପରେ କେଉଁ ପାର୍ଟି ସରକାର ଗଠନ କରିବ ଜଣାପଡ଼ିବ ।
ବ୍ରିଟେନରେ ସାଧାରଣ ନିର୍ବାଚନ ଜାନୁଆରୀ ୨୦୨୫ରେ ହେବାରେ ଥିଲା । କାରଣ ଶାସନ କ୍ଷମତାରେ ଥିବା କଞ୍ଜର୍ଭେଟିଭ୍ ପାର୍ଟିର କାର୍ଯ୍ୟକାଳ ୨୦୨୪ ଡିସେମ୍ବର ୧୭ ତାରିଖରେ ଶେଷ ହେଉଛି । ମାତ୍ର ଆଗୁଆ ନିର୍ବାଚନ ନେଇ ପ୍ରଧାନମନ୍ତ୍ରୀ ରୁଷି ସୁନକ ମେ’ ୨୨ ତାରିଖରେ ଘୋଷଣା କରିଥିଲେ । ଜଣେ ପ୍ରଧାନମନ୍ତ୍ରୀ ଭାବେ ସୁଚକ ପ୍ରଥମ ଥର ପାଇଁ ଭୋଟର୍ସଙ୍କ ସାମ୍ନାକୁ ଆସିଥିଲେ । ୪୪ ବର୍ଷୀୟ ରୁଷି ସୁନକ ଭାରତୀୟ ବଂଶୋଦ୍ଭବ ଭାବେ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି ।