ଲୋକ ବଦଳରେ ମାଟି ଖୋଳିବ ଜେସିବି: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ବିବାଦ
ଭୁବନେଶ୍ୱର: ମନରେଗା କାମରେ ନିୟୋଜିତ ହେବ ମେସିନ । ଲୋକ ବଦଳରେ ମାଟି ଖୋଳିବ ଜେସିବି । ଜେସିବି ମାଟି... The post ଲୋକ ବଦଳରେ ମାଟି ଖୋଳିବ ଜେସିବି: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ବିବାଦ appeared first on .
ଭୁବନେଶ୍ୱର: ମନରେଗା କାମରେ ନିୟୋଜିତ ହେବ ମେସିନ । ଲୋକ ବଦଳରେ ମାଟି ଖୋଳିବ ଜେସିବି । ଜେସିବି ମାଟି ଖୋଳିବ ଆଉ ଲୋକ ମାଟି ବୋହିବେ। ଏଭଳି ଉପାୟରେ ଦାଦନ ସମସ୍ୟାକୁ ଆସନ୍ତା ପାଞ୍ଚ ବର୍ଷରେ ଲୋପ କରିବାକୁ ଯୋଜନା କରାଯାଇଥିବା ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକଙ୍କ ସୂଚନା ପରେ ତେଜିଛି ବିବାଦ। ରାଜ୍ଯ ସରକାରଙ୍କୁ ଘେରି ସମାଲୋଚନା କରିଛନ୍ତି ବିରୋଧୀ ବିଜେଡି ଆଉ କଂଗ୍ରେସ ।
କଂଗ୍ରେସ ବିଧାୟକ ଦଳ ନେତା ରାମ କାଡାମ କହିଛନ୍ତି, ମେସିନ ନୁହେଁ ଲୋକଙ୍କ ଦ୍ୱାରା ମନରେଗା କାମ ହେବାକଥା । ଲୋକଙ୍କୁ ୧୦୦ ଦିନିଆ କାମ ଦେବାକୁ ମନରେଗା ଯୋଜନା ହୋଇଥିଲା । ଏଥିରେ ମେସିନ କାମ କରିବାର ନିୟମ ନାହିଁ । ଜେସିବିରେ ମାଟି ଖୋଳିବା ଆଇନର ବିରୋଧାଚରଣ । ସେହିପରି ବିଜେଡି ବିଧାୟକ ଗଣେଶ୍ୱର ବେହେରା ରାଜ୍ଯ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ଡବଲ ଇଞ୍ଜିନ ସରକାର ଯଦି ଆଇନରେ ସଂଶୋଧନ କରିପାରିବେ ତାହେଲେ କରନ୍ତୁ । ମାତ୍ର ମେସିନରେ କାମ କରିବା ବେଆଇନ ।
The post ଲୋକ ବଦଳରେ ମାଟି ଖୋଳିବ ଜେସିବି: ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବୟାନ ପରେ ତେଜିଲା ବିବାଦ appeared first on .