୪୭ ଦିନରେ ରଥ ନିର୍ମାଣ, ତିନି ଭୂଇଁରେ ପଡ଼ିଲା କଇଞ୍ଚି ଓ ଅନ୍ଧାରୀ ତାଗ
ପୁରୀ: ମହାସ୍ନାନ ପରେ ଅସୁସ୍ଥ ହୋଇପଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ। ଏଥିପାଇଁ ଅଣସର ଘରେ ଚାଲିଛି ସ୍ବତନ୍ତ୍ର ରୀତିନୀତି। ଅଣସର ଘରୁ ବାହାରିବା ପରେ ମାଉସୀ ଘରକୁ ଯିବେ ବଡ଼ ଠାକୁର। ଏଥିପାଇଁ ରଥ ନିର୍ମାଣ ମଧ୍ୟ ଜୋରସୋରରେ ଚାଲିଛି।ଏହି କ୍ରମରେ ୪୭ ଦିନରେ ପହଞ୍ଚିଛି ରଥ ନିର୍ମାଣ। ବୁଧବାର ତିନିରଥର ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡ଼ିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି।ଗତକାଲି ତିନି ରଥର ମୂଳ କଇଞ୍ଚି ଚାରି ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଥିଲା।
ପୁରୀ: ମହାସ୍ନାନ ପରେ ଅସୁସ୍ଥ ହୋଇପଡ଼ିଛନ୍ତି ମହାପ୍ରଭୁ ଜଗନ୍ନାଥ। ଏଥିପାଇଁ ଅଣସର ଘରେ ଚାଲିଛି ସ୍ବତନ୍ତ୍ର ରୀତିନୀତି। ଅଣସର ଘରୁ ବାହାରିବା ପରେ ମାଉସୀ ଘରକୁ ଯିବେ ବଡ଼ ଠାକୁର। ଏଥିପାଇଁ ରଥ ନିର୍ମାଣ ମଧ୍ୟ ଜୋରସୋରରେ ଚାଲିଛି।

ଏହି କ୍ରମରେ ୪୭ ଦିନରେ ପହଞ୍ଚିଛି ରଥ ନିର୍ମାଣ। ବୁଧବାର ତିନିରଥର ମହାରଣା ସେବକ ଏବଂ ଭୋଇ ସେବକମାନଙ୍କ ମିଳିତ ସହଯୋଗରେ ତିନି ରଥର ପ୍ରଥମ ଭୂଇଁରେ କଇଞ୍ଚି ପଡ଼ିବା ସହ ଦ୍ୱିତୀୟ ଭୂଇଁ ଉଭୟ ପାର୍ଶ୍ଵରେ ଅନ୍ଧାରୀ ତାଗ ବାଡ଼ିଆ ଯାଇ ଅଗ ଭୂଇଁ ବା ତୃତୀୟ ଭୂଇଁରେ କଇଞ୍ଚି ସହ ଅନ୍ଧାରୀ ତାଗ ବାଡିଆ ଶେଷ ହୋଇଛି।

ଗତକାଲି ତିନି ରଥର ମୂଳ କଇଞ୍ଚି ଚାରି ନାହାକା ଭିତର ପାର୍ଶ୍ଵ ଉଭୟ ପଟରେ ପଡ଼ିବା ସହ ତିନି ରଥକୁ ବଡଧରା ପୋଟଳ ଉଠିଥିଲା।