ମୁମ୍ୱାଇର ୫୦ରୁ ଅଧିକ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ: ମୁମ୍ୱାଇ ହସ୍ପିଟାଲଗୁଡ଼ିକୁ ବୋମାରେ ଉଡାଇବା ପାଇଁ ଧମକ ମିଳିଛି । ପୋଲିସ ଏହି ସୂଚନା ଦେଇ କହିଛି ଯେ ମୁମ୍ୱାଇର ଜସଲୋକ ହସ୍ପିଟାଲ, ରହେଜା ହସ୍ପିଟାଲ, ସେଭନ ହିଲ୍ ହସ୍ପିଟାଲ, କୋହିନୂର ହସ୍ପିଟାଲ୍, କେଇଏମ ହସ୍ପିଟାଲକ୍, ଜେଜେ ହସ୍ପିଟାଲ୍, ସେଣ୍ଟ ଜର୍ଜ ହସ୍ପିଟାଲ୍ ସମେତ ୫୦ରୁ ଅଧିକ ହସ୍ପିଟାଲକୁ ବୋମାରେ ଉଡାଇବା ପାଇଁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଇମେଲକୁ ଭିପିଏନ ନେଟୱାର୍କ ଜରିଆରେ ପଠାଯାଇଛି । ମେଲ୍ ପଠାଇଥିବା ବ୍ୟକ୍ତିର ପରିଚୟ ଏବଂ ଧକମର ଉଦ୍ଦେଶ୍ୟ ଏବେ ସୁଦ୍ଧା ଜଣାପଡ଼ି ନାହିଁ ।ପୋଲିସ ଅନୁସାରେ ସବୁ ଧମକପୂର୍ଣ୍ଣ ଇମେଲ୍ ଗୋଟିଏ ଆଇଡି Beeble.comରୁ ଆସିଥିଲା । ଏହି ୱେବସାଇଟର ସର୍ଭର ସାଇପ୍ରସରେ ଚିହ୍ନଟ ହୋଇଥିଲା । ମେଲ୍‌ରେ ହସ୍ପିଟାଲ୍ ଶଯ୍ୟା ତଳେ ଏବଂ ବାଥ୍‌ରୁମରେ ବୋମା ଲଗାଯାଇଥିବା ଧମକ ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ମାମଲାର ଟିକନିକି ତଦନ୍ତ କରୁଛି ।ଅନ୍ୟପଟେ ମୁମ୍ୱାଇର ହିନ୍ଦୁଜା କଲେଜ ଅଫ୍ କମର୍ସକୁ ଏକ ଇମେଲ୍ ମିଳିଛି, ଯେଉଁଥିରେ କଲେଜକୁ ବୋମାରେ ଉଡାଇବା ପାଇଁ ଧମକ ଦିଆଯାଇଛି । ସ୍ଥାନୀୟ ପୋଲିସ ଏବଂ ବୋମା ନିରୋଧକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିନ୍ତୁ କିଛି ବି ସନ୍ଦିଗ୍ଧ ବସ୍ତୁ ମିଳି ନାହିଁ । ମୁମ୍ୱାଇର ଭିପି ରୋଡ୍ ପିଏସ ଏହି ମାମଲାର ତଦନ୍ତ କରୁଛି ।

ମୁମ୍ୱାଇର ୫୦ରୁ ଅଧିକ ହସ୍ପିଟାଲକୁ ବୋମାରେ ଉଡାଇବାକୁ ଧମକ, ହଇଚଇ ସୃଷ୍ଟି

ନୂଆଦିଲ୍ଲୀ: ମୁମ୍ୱାଇ ହସ୍ପିଟାଲଗୁଡ଼ିକୁ ବୋମାରେ ଉଡାଇବା ପାଇଁ ଧମକ ମିଳିଛି । ପୋଲିସ ଏହି ସୂଚନା ଦେଇ କହିଛି ଯେ ମୁମ୍ୱାଇର ଜସଲୋକ ହସ୍ପିଟାଲ, ରହେଜା ହସ୍ପିଟାଲ, ସେଭନ ହିଲ୍ ହସ୍ପିଟାଲ, କୋହିନୂର ହସ୍ପିଟାଲ୍, କେଇଏମ ହସ୍ପିଟାଲକ୍, ଜେଜେ ହସ୍ପିଟାଲ୍, ସେଣ୍ଟ ଜର୍ଜ ହସ୍ପିଟାଲ୍ ସମେତ ୫୦ରୁ ଅଧିକ ହସ୍ପିଟାଲକୁ ବୋମାରେ ଉଡାଇବା ପାଇଁ ଧମକ ମିଳିଛି । ଏହି ଧମକପୂର୍ଣ୍ଣ ଇମେଲକୁ ଭିପିଏନ ନେଟୱାର୍କ ଜରିଆରେ ପଠାଯାଇଛି । ମେଲ୍ ପଠାଇଥିବା ବ୍ୟକ୍ତିର ପରିଚୟ ଏବଂ ଧକମର ଉଦ୍ଦେଶ୍ୟ ଏବେ ସୁଦ୍ଧା ଜଣାପଡ଼ି ନାହିଁ ।

ପୋଲିସ ଅନୁସାରେ ସବୁ ଧମକପୂର୍ଣ୍ଣ ଇମେଲ୍ ଗୋଟିଏ ଆଇଡି Beeble.comରୁ ଆସିଥିଲା । ଏହି ୱେବସାଇଟର ସର୍ଭର ସାଇପ୍ରସରେ ଚିହ୍ନଟ ହୋଇଥିଲା । ମେଲ୍‌ରେ ହସ୍ପିଟାଲ୍ ଶଯ୍ୟା ତଳେ ଏବଂ ବାଥ୍‌ରୁମରେ ବୋମା ଲଗାଯାଇଥିବା ଧମକ ଦିଆଯାଇଥିଲା । ବର୍ତ୍ତମାନ ପୋଲିସ ମାମଲାର ଟିକନିକି ତଦନ୍ତ କରୁଛି ।

ଅନ୍ୟପଟେ ମୁମ୍ୱାଇର ହିନ୍ଦୁଜା କଲେଜ ଅଫ୍ କମର୍ସକୁ ଏକ ଇମେଲ୍ ମିଳିଛି, ଯେଉଁଥିରେ କଲେଜକୁ ବୋମାରେ ଉଡାଇବା ପାଇଁ ଧମକ ଦିଆଯାଇଛି । ସ୍ଥାନୀୟ ପୋଲିସ ଏବଂ ବୋମା ନିରୋଧକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । କିନ୍ତୁ କିଛି ବି ସନ୍ଦିଗ୍ଧ ବସ୍ତୁ ମିଳି ନାହିଁ । ମୁମ୍ୱାଇର ଭିପି ରୋଡ୍ ପିଏସ ଏହି ମାମଲାର ତଦନ୍ତ କରୁଛି ।