ଯୋଗରେ ଯୋଡ଼ିହେଲା ବିଶ୍ବ
#ଯୋଗରେ_ଯୋଡ଼ିହେଲା_ସାରା_ଜଗତ ସମୁଦ୍ରରୁ ସିଆଚେନ୍, ରାସ୍ତାରୁ ପାହାଡ଼। ଯୋଗରେ ଯୋଡ଼ିହେଲା ଜଗତ। ଦୁନିଆ ପାଳିଲା ଯୋଗ ଯଜ୍ଞ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଯୋଗ ଥିମରେ ବିଶ୍ବର କୋଣ ଅନୁକୋଣରେ ଆଜି ପାଳିତ ହୋଇଛି ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସ । ବିଶାଖାପାଟନମରେ ପ୍ରାୟ ୩ ଲକ୍ଷ ଲୋକଙ୍କ ଗହଣରେ ଯୋଗାସନ କରି ଯୋଗ ଏକ ବିରାମ ବା ପଜବଟନ୍ ଯାହା ସୁସ୍ଥ ରହିବା ପାଇଁ ନିହାତି ଜରୁରୀ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି।