ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: କମିବ ଆଳୁ ଦର, ହେବ ଏତିକି, ଏହି ସବୁ ସହରରେ…
ଭୁବନେଶ୍ୱର,୮।୮: ନାଫେଡ ମାଧ୍ୟମରେ ଆଳୁ କିଣି ଖାଉଟିଙ୍କୁ ଯୋଗାଇବେ ରାଜ୍ୟ ସରକାର। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେଜି ପିଛା ଆଳୁ ୩୦ ଟଙ୍କାରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୟୁପିରୁ ୩୦୦ ମେଟ୍ରିକ ଟନ ଆଳୁ ପାଇଁ ଅର୍ଡର ଦିଆଯାଇଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ମିଳିବ। ଏସବୁ ସହରର ସରକାରୀ ଖୁଚୁରା ଦୋକାନରେ […] The post ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: କମିବ ଆଳୁ ଦର, ହେବ ଏତିକି, ଏହି ସବୁ ସହରରେ… appeared first on Dharitri Odia News.
ଭୁବନେଶ୍ୱର,୮।୮: ନାଫେଡ ମାଧ୍ୟମରେ ଆଳୁ କିଣି ଖାଉଟିଙ୍କୁ ଯୋଗାଇବେ ରାଜ୍ୟ ସରକାର। ଏନେଇ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁବାର ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କେଜି ପିଛା ଆଳୁ ୩୦ ଟଙ୍କାରେ ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ୟୁପିରୁ ୩୦୦ ମେଟ୍ରିକ ଟନ ଆଳୁ ପାଇଁ ଅର୍ଡର ଦିଆଯାଇଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ଉପଲବ୍ଧ ହେବ। ଭୁବନେଶ୍ୱର, କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁରରେ ମିଳିବ। ଏସବୁ ସହରର ସରକାରୀ ଖୁଚୁରା ଦୋକାନରେ ଉପଲବ୍ଧ ଆଳୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।
ରାଜ୍ୟରେ ଆଳୁ ସଙ୍କଟକୁ ନେଇ ଖାଉଟିଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ ଆଣିବାକୁ ନିଷତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୩ଶହ ମେଟ୍ରିକ ଟନ ଆଳୁ ପାଇଁ ନାଫେଡକୁ ମଧ୍ୟ ଅର୍ଡର ଦିଆଯାଇଛି । ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଏହି ଆଳୁ ଅଣାଯିବ । ଆସନ୍ତା ସପ୍ତାହକ ମଧ୍ୟରେ ରାଜ୍ୟରେ ଏହି ଆଳୁ ଉପଲବ୍ଧ ହେବ ।
The post ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: କମିବ ଆଳୁ ଦର, ହେବ ଏତିକି, ଏହି ସବୁ ସହରରେ… appeared first on Dharitri Odia News.