ଯୋଗୀ ଆଦିତ୍ୟନାଥଙ୍କୁ ଲାଗିପାରେ ବଡ ଝଟ୍କା, ଇସ୍ତଫା ଦେବେ ମନ୍ତ୍ରୀ!
ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଏକ ବଡ଼ ଝଟକା ଲାଗିପାରେ ପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟୁପିରେ ଅଧିକାରୀଙ୍କ ଅବାଧ୍ୟତା ପ୍ରସଙ୍ଗରେ ବିବାଦ ବୃଦ୍ଧି ପାଇଛି। ୟୁପି ସରକାରରେ ରାଜ୍ୟ ମନ୍ତ୍ରୀ ସୋନମ କିନ୍ନର ଇସ୍ତଫା ଦେଇପାରନ୍ତି। ସେ ଅଧିକାରୀଙ୍କ ଅବାଧରେ ଅସନ୍ତୁଷ୍ଟ ଅଛନ୍ତି। ସେ ଖୁବ୍ଶୀଘ୍ର ରାଜ୍ୟପାଳଙ୍କୁ ଭେଟିପାରନ୍ତି। ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ ପରେ ଉତ୍ତର ପ୍ରଦେଶରେ ପୁଣି ହେବାକୁ ଯାଉଛି […] The post ଯୋଗୀ ଆଦିତ୍ୟନାଥଙ୍କୁ ଲାଗିପାରେ ବଡ ଝଟ୍କା, ଇସ୍ତଫା ଦେବେ ମନ୍ତ୍ରୀ! appeared first on Dharitri Odia News.
ଲକ୍ଷ୍ନୌ,୧୯।୭: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ଏକ ବଡ଼ ଝଟକା ଲାଗିପାରେ ପାରେ। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୟୁପିରେ ଅଧିକାରୀଙ୍କ ଅବାଧ୍ୟତା ପ୍ରସଙ୍ଗରେ ବିବାଦ ବୃଦ୍ଧି ପାଇଛି। ୟୁପି ସରକାରରେ ରାଜ୍ୟ ମନ୍ତ୍ରୀ ସୋନମ କିନ୍ନର ଇସ୍ତଫା ଦେଇପାରନ୍ତି। ସେ ଅଧିକାରୀଙ୍କ ଅବାଧରେ ଅସନ୍ତୁଷ୍ଟ ଅଛନ୍ତି। ସେ ଖୁବ୍ଶୀଘ୍ର ରାଜ୍ୟପାଳଙ୍କୁ ଭେଟିପାରନ୍ତି।
ସୂଚନାଯୋଗ୍ୟ, ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା)ର ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ ପରେ ଉତ୍ତର ପ୍ରଦେଶରେ ପୁଣି ହେବାକୁ ଯାଉଛି ଉପନିର୍ବାଚନ। ୧୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ବି ଏହାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ସ୍ତରରେ ରାଜନୈତିକ ସରଗରମ ବଢ଼ିବାରେ ଲାଗିଛି। ଯଦି ‘ଜିତିଲେ ମୋଦି’ ତେବେ ‘ହାରିଲେ ବି ମୋଦି’ ନ୍ୟାୟରେ ଭାଜପା ଏବଂ ସହଯୋଗୀ ଦଳଗୁଡ଼ିକର ନେତାମାନେ ସ୍ବର ଉତ୍ତୋଳନ କରୁଛନ୍ତି। ବିଶେଷକରି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ‘ସରକାରଠାରୁ ସଙ୍ଗଠନ ବଡ଼’ ମନ୍ତବ୍ୟ ୟୁପିର ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଅଡ଼ୁଆରେ ପକାଇଛି। ଭିତିରି ସୂତ୍ରରୁ ପ୍ରକାଶ ଯେ, କେଶବ ମୌର୍ଯ୍ୟ ସମାଜବାଦୀ ପାର୍ଟି ପଲା ଭାରି ଥିବା ଦେଖି ଅଖିଳେଶ ଯାଦବଙ୍କ ଯୋଗସୂତ୍ରରେ ରହିଛନ୍ତି। ଏଥିପାଇଁ ଭାଜପା ଭିତରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ତାଙ୍କ ବାର୍ଗେନିଂ କାପାସିଟି ବା ମୂଲଚାଲ ଦକ୍ଷତା ବଢ଼ିଯାଇଛି। ପାଓ୍ବାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା, ୟୁପିରେ କିଛି ଗୋଟିଏ ହେବାକୁ ଯାଉଛି। ତେବେ କେବଳ ୟୁପି ନୁହେଁ, ଇଣ୍ଡିଆ ମେଣ୍ଟ ମଜଭୁତ ହୋଇଥିବା ପ୍ରାୟ ସବୁ ରାଜ୍ୟରେ ଦଳୀୟ ନେତୃତ୍ୱ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।
The post ଯୋଗୀ ଆଦିତ୍ୟନାଥଙ୍କୁ ଲାଗିପାରେ ବଡ ଝଟ୍କା, ଇସ୍ତଫା ଦେବେ ମନ୍ତ୍ରୀ! appeared first on Dharitri Odia News.