ଯୋଗୀଙ୍କ ଟାର୍ଗେଟରେ ଅଖିଳେଶ ;କହିଲେ,ଅଖିଳେଶ ନେଉଥିଲେ ଭିଭିଆଇପିର ସୁବିଧା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳେଶ ଯାଦବଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ମହାକୁମ୍ଭ ସମ୍ପର୍କରେ ଅଖିଳେଶ ଯାଦବଙ୍କ ଦ୍ୱାରା ଦିଆଯାଇଥିବା ସାମ୍ପ୍ରତିକ ବୟାନ ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ,ଏମାନେ ନକାରାତ୍ମକତା ଚିନ୍ତାଧାରାର ପ୍ରଚାର ପ୍ରସାର କରୁଥିବା ଲୋକ । ମହାକୁମ୍ଭକୁ ସାରା ଦେଶ ଆସୁଛି ଏବଂ ୨୯ ଦିନରେ ଏପର୍ଯ୍ୟନ୍ତ ୪୫ କୋଟି ଭକ୍ତ ବୁଡ ପକାଇ ସାରିଛନ୍ତି । ୪୫ କୋଟି ଶ୍ରଦ୍ଧାଳୁ ଆସିଲେ ବୁଡ ପକାଇ ଗଲେ ଏହାଠାରୁ  ବଡ କଥା ଆଉ କଣ ହୋଇପାରେ କିନ୍ତୁ ଏହାକୁ ନେଇ ମଧ୍ୟ ନକାରାତ୍ମକତା ପ୍ରଚାର କରାଯାଉଛି ।  ସେ ଆହୁରି ମଧ୍ୟ କହିଛନ୍ତି,ସେହି ଲୋକମାନେ ଏହାକୁ ନକରାତ୍ମକ ଦିଗରେ କହୁଛନ୍ତି ଯେଉଁମାନେ ସାରା ଜୀବନ ସାରା ଜୀବନ ସରକାରଙ୍କଠାରୁ VVIP ସୁବିଧାର ଉପଭୋଗ କରିଆସୁଛନ୍ତି । କେବଳ ଏତିକି ନୁହେଁ,ସେ ତାଙ୍କର ଆଗାମୀ ପିଢ଼ି ପାଇଁ ମଧ୍ୟ ରାସ୍ତା ଖୋଲିବାକୁ ପ୍ରୟାସ କରିଛନ୍ତି । ଯାହା ଦ୍ଵାରା ସେମାନଙ୍କର ଭବିଷ୍ୟତ ପିଢ଼ି ମଧ୍ୟ ଏହି VVIP ସୁବିଧାର ଉପଭୋଗ କରିପାରିବେ । ଏମାନେ ସେହି ଲୋକ ଯେଉଁମାନେ ସର୍ବଦା ନକାରାତ୍ମକତା ସୃଷ୍ଟି କରି ଓ ମିଥ୍ୟା ପ୍ରଚାର ପ୍ରସାର କରି ଭାରତ ଏବଂ ସନାତନ ଧର୍ମ ବିରୁଦ୍ଧରେ ଠିଆ ହୁଅନ୍ତି

ଯୋଗୀଙ୍କ ଟାର୍ଗେଟରେ ଅଖିଳେଶ ;କହିଲେ,ଅଖିଳେଶ ନେଉଥିଲେ ଭିଭିଆଇପିର ସୁବିଧା

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଖିଳେଶ ଯାଦବଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି । ମହାକୁମ୍ଭ ସମ୍ପର୍କରେ ଅଖିଳେଶ ଯାଦବଙ୍କ ଦ୍ୱାରା ଦିଆଯାଇଥିବା ସାମ୍ପ୍ରତିକ ବୟାନ ଉପରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ,ଏମାନେ ନକାରାତ୍ମକତା ଚିନ୍ତାଧାରାର ପ୍ରଚାର ପ୍ରସାର କରୁଥିବା ଲୋକ । ମହାକୁମ୍ଭକୁ ସାରା ଦେଶ ଆସୁଛି ଏବଂ ୨୯ ଦିନରେ ଏପର୍ଯ୍ୟନ୍ତ ୪୫ କୋଟି ଭକ୍ତ ବୁଡ ପକାଇ ସାରିଛନ୍ତି । ୪୫ କୋଟି ଶ୍ରଦ୍ଧାଳୁ ଆସିଲେ ବୁଡ ପକାଇ ଗଲେ ଏହାଠାରୁ  ବଡ କଥା ଆଉ କଣ ହୋଇପାରେ କିନ୍ତୁ ଏହାକୁ ନେଇ ମଧ୍ୟ ନକାରାତ୍ମକତା ପ୍ରଚାର କରାଯାଉଛି । 

ସେ ଆହୁରି ମଧ୍ୟ କହିଛନ୍ତି,ସେହି ଲୋକମାନେ ଏହାକୁ ନକରାତ୍ମକ ଦିଗରେ କହୁଛନ୍ତି ଯେଉଁମାନେ ସାରା ଜୀବନ ସାରା ଜୀବନ ସରକାରଙ୍କଠାରୁ VVIP ସୁବିଧାର ଉପଭୋଗ କରିଆସୁଛନ୍ତି । କେବଳ ଏତିକି ନୁହେଁ,ସେ ତାଙ୍କର ଆଗାମୀ ପିଢ଼ି ପାଇଁ ମଧ୍ୟ ରାସ୍ତା ଖୋଲିବାକୁ ପ୍ରୟାସ କରିଛନ୍ତି । ଯାହା ଦ୍ଵାରା ସେମାନଙ୍କର ଭବିଷ୍ୟତ ପିଢ଼ି ମଧ୍ୟ ଏହି VVIP ସୁବିଧାର ଉପଭୋଗ କରିପାରିବେ । ଏମାନେ ସେହି ଲୋକ ଯେଉଁମାନେ ସର୍ବଦା ନକାରାତ୍ମକତା ସୃଷ୍ଟି କରି ଓ ମିଥ୍ୟା ପ୍ରଚାର ପ୍ରସାର କରି ଭାରତ ଏବଂ ସନାତନ ଧର୍ମ ବିରୁଦ୍ଧରେ ଠିଆ ହୁଅନ୍ତି ।