ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପ୍ରାର୍ଥୀ
ହାଟଡିହୀ,୨୨ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବୁଧବାର ୩୬ନଂ ଜୋନ୍ ଅଧୀନ ୯ଟି ପଞ୍ଚାୟତରେ ଜୋନ୍ସ୍ତରୀୟ ଶେଷ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକମାନେ ଭାତକରୁଆ ମହାଦେବ ମନ୍ଦିରଠାରେ ଏକତ୍ରିତ ହୋଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ମହାଦେବଙ୍କୁ ପ୍ରଥମେ ପ୍ରଣାମ କରି ସମର୍ଥକଙ୍କ ସହ ସେଠାରୁ ପ୍ରଚାର ଆରମ୍ଭ କରିଥିଲେ। କାଠିଆସରା, ଅକରୁଆ, ଭାତକରୁଆ, ବଞ୍ଚୋ, ସୁଲଣ, ଜଳସରପୁର, ଆବୁଲପୁରା,ପଞ୍ଚୁଗୋଛିଆ, ଆମ୍ବୋ, ଶିବନାରାୟଣପୁର, କରଗୋଳା ରମ୍ପାସ,ବିରିଡି ଆଦି […] The post ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପ୍ରାର୍ଥୀ appeared first on Dharitri Odia News.
ହାଟଡିହୀ,୨୨ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ବିଜେଡି ପକ୍ଷରୁ ବୁଧବାର ୩୬ନଂ ଜୋନ୍ ଅଧୀନ ୯ଟି ପଞ୍ଚାୟତରେ ଜୋନ୍ସ୍ତରୀୟ ଶେଷ ନିର୍ବାଚନୀ ପ୍ରଚାର ହୋଇଛି। କର୍ମୀ ଏବଂ ସମର୍ଥକମାନେ ଭାତକରୁଆ ମହାଦେବ ମନ୍ଦିରଠାରେ ଏକତ୍ରିତ ହୋଇଥିଲେ। ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ମହାଦେବଙ୍କୁ ପ୍ରଥମେ ପ୍ରଣାମ କରି ସମର୍ଥକଙ୍କ ସହ ସେଠାରୁ ପ୍ରଚାର ଆରମ୍ଭ କରିଥିଲେ। କାଠିଆସରା, ଅକରୁଆ, ଭାତକରୁଆ, ବଞ୍ଚୋ, ସୁଲଣ, ଜଳସରପୁର, ଆବୁଲପୁରା,ପଞ୍ଚୁଗୋଛିଆ, ଆମ୍ବୋ, ଶିବନାରାୟଣପୁର, କରଗୋଳା ରମ୍ପାସ,ବିରିଡି ଆଦି ଅଞ୍ଚଳରେ ଏକ ବିରାଟ ରାଲିରେ ପ୍ରଚାର କରିଥିଲେ। ଭୋଟରଙ୍କୁ ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଆଶୀର୍ବାଦ ଭିକ୍ଷା କରିଥିଲେ। ବିଭିନ୍ନ ପଞ୍ଚାୟତରେ ମହିଳାମାନେ ଅଭିମନ୍ୟୁଙ୍କୁ ବନ୍ଦାପନା କରି ପ୍ରଚାରକୁ ସ୍ବାଗତ କରିଥିଲେ। କର୍ମୀ ଏବଂ ସମର୍ଥକମାନେ ବିଜେଡି ସରକାରଙ୍କ ବିଭିନ୍ନ ବିକାଶ ଏବଂ ଜନକଲ୍ୟାଣ ଯୋଜନାର ସ୍ଲୋଗାନ ଦେଇଥିଲେ। ଦୁଇଥର ଶଙ୍ଖଚିହ୍ନରେ ଭୋଟ୍ ଦେଇ ବିଧାୟକ ଏବଂ ଲୋକ ସଭା ପ୍ରାର୍ଥୀଙ୍କୁ ବିଜୟୀ କରାଇବା ପାଇଁ ଅଭିମନ୍ୟୁ ଏବଂ ସମର୍ଥକମାନେ ପ୍ରଚାର ଜରିଆରେ ନିବେଦନ କରିଥିଲେ। ଜିଲା ପରିଷଦ ସଭ୍ୟ କୌଶଲ୍ୟା ସେଠୀ, ବିମ୍ବାଧର ବିଶ୍ୱାଳ, ଆନନ୍ଦ ନାୟକ, ବିଶ୍ୱନାଥ ଖଟୁଆ,ସୁବାସ ମହାପାତ୍ର, ଧବଳେଶ୍ୱର ପଟ୍ଟନାୟକ, ସୁଧା ଓଝା, ପ୍ରଶାନ୍ତ ରାଉତ, ରତିକାନ୍ତ ରାଉତ, ମାର୍କଣ୍ଡ ଓଝାଙ୍କ ସମେତ ବହୁ ସଂଖ୍ୟାରେ ଯୁବ ଗୋଷ୍ଠୀ ଏବଂ ବରିଷ୍ଠ କର୍ମୀ ପ୍ରଚାରରେ ସାମିଲ ଥିଲେ।
The post ଯୋଡ଼ିଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ ଭୋଟରଙ୍କୁ ନିବେଦନ କଲେ ପ୍ରାର୍ଥୀ appeared first on Dharitri Odia News.