କାର୍‌ରୁ ମିଳିଲା ୩୦ ଲକ୍ଷ

ମାଲକାନଗିରି : ସାରା ଦେଶରେ ନିର୍ବାଚନ କମିସନଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହାସତ୍ତ୍ବେ ମାଲକାନଗିରି ଜିଲାରୁ ଜବତ ହୋଇଛି ୩୦ ଲକ୍ଷ ଟଙ୍କା। ମାତ୍ର ଏହି ଟଙ୍କା କୌଣସି ନିର୍ବାଚନୀ ପ୍ରଚାର ପାଇଁ ନିଆଯାଉଥିଲା କି ନାହିଁ ତାହା ଜଣାପଡ଼ି ନାହିଁ। ମାଲକାନଗିରି ଜିଲାର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଓ ପାଲ୍ ସ୍ବାମୀ ଏହି ଟଙ୍କା ନେଇ ମାଲକାନଗିରିରୁ ସୁକୁମାକୁ କାର ଯୋଗେ ଯାଉଥିଲେ। ଏହି ସମୟରେ ମାଲକାନଗିରି ଥାନା […]

କାର୍‌ରୁ ମିଳିଲା ୩୦ ଲକ୍ଷ

ମାଲକାନଗିରି : ସାରା ଦେଶରେ ନିର୍ବାଚନ କମିସନଙ୍କ ପକ୍ଷରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି। ଏହାସତ୍ତ୍ବେ ମାଲକାନଗିରି ଜିଲାରୁ ଜବତ ହୋଇଛି ୩୦ ଲକ୍ଷ ଟଙ୍କା। ମାତ୍ର ଏହି ଟଙ୍କା କୌଣସି ନିର୍ବାଚନୀ ପ୍ରଚାର ପାଇଁ ନିଆଯାଉଥିଲା କି ନାହିଁ ତାହା ଜଣାପଡ଼ି ନାହିଁ। ମାଲକାନଗିରି ଜିଲାର ଦୁଇ ପ୍ରତିଷ୍ଠିତ ବ୍ୟବସାୟୀ ହେମନ୍ତ ପଟ୍ଟନାୟକ ଓ ପାଲ୍ ସ୍ବାମୀ ଏହି ଟଙ୍କା ନେଇ ମାଲକାନଗିରିରୁ ସୁକୁମାକୁ କାର ଯୋଗେ ଯାଉଥିଲେ। ଏହି ସମୟରେ ମାଲକାନଗିରି ଥାନା ଅନ୍ତର୍ଗତ ଚାଲାଣଗୁଡ଼ା ପୁଲିସ ଚେକ୍‌ପୋଷ୍ଟରେ ଫ୍ଲାଇଂ ସ୍କ୍ବାଡ ଯାନବାହାନ ଯାଞ୍ଚ କରୁଥିଲା। ଯାଞ୍ଚ ସମୟରେ ଉକ୍ତ କାର୍‌ରୁ ୩୦ ଲକ୍ଷ ଟଙ୍କା ମିଳିଥିଲା।

ଏନେଇ ଉଭୟ ହେମନ୍ତ ଓ ପାଲଙ୍କୁ ପଚରାଉଚୁରା କରାଯିବା ସହ ସେମାନଙ୍କୁ ମାଲକାନଗିରି ଆଦର୍ଶ ଥାନା ପୁଲିସ ନିକଟରେ ହସ୍ତାନ୍ତର କରାଯାଇଛି। ମାଲକାନଗିରି ଆଦର୍ଶ ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥ‌ିବାବେଳେ ଆୟକର ବିଭାଗକୁ ଏହାର ତଦନ୍ତ କରିବା ଲାଗି ଉପଜିଲାପାଳଙ୍କୁ ଅବଗତ କରାଯାଇଥିବା ଜଣାପଡ଼ିଛି।