ଯୋଦ୍ଧା ଘୋଷଣାକୁ ନେଇ ଦୋ'ଛକିରେ ତିନିଦଳ
ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।
ଭୋଟ୍ ବିଗୁଲ୍ ବାଜିବାର ଦୁଇ ସପ୍ତାହ ପରେ ବି ପ୍ରାର୍ଥୀ ଘୋଷଣାକୁ ନେଇ ରାଜ୍ୟରେ ଦୋଛକିରେ ତିନି ଦଳ। ଦଳ ଡିଆଁକୁ ନେଇ ଛକାପଞ୍ଝା ସ୍ଥିତି। ବିଶେଷ କରି ବଢୁଥିବା ବିଦ୍ରୋହକୁ ନେଇ ଅଡୁଆରେ ଶାସକ ବିଜେଡି। ଖାସ୍ ସେଇଥିପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଥିଲେ ବି ୱେଟ୍ ଆଣ୍ଡ ୱାଚ୍ ପଲିସିରେ ବିଜେଡି ବାକି ୭୫ ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ନାଁ ଘୋଷଣା କରୁନଥିବା କୁହାଯାଉଛି। ସେହିପରି ବିଜେପି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରିଥିଲେ ବି ଏଯାଏଁ MLA ପ୍ରାର୍ଥୀରେ ହାତ ମାରି ନାହିଁ। ଆଉ କଂଗ୍ରେସ୍ ତ ଆଦୌ ଖାତା ଖୋଲିନି।