ଯୌତୁକରେ ୫୮ ଲକ୍ଷ ଟଙ୍କାର ୧୦୦ ବିଲେଇ ଉପହାର

ବେଜିଂ: ନିକଟରେ ଭିଏତନାମର ଜଣେ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପିତାମାତା ଅନ୍ୟାନ୍ୟ ସାମଗ୍ରୀ ସହ ଉପହାର ଦେଇଛନ୍ତି ସିଭେଟ ପ୍ରଜାତିର ୧୦୦ଟି ବିଲେଇ। ଏହି ବିଲେଇଗୁଡ଼ିକର ଆନୁମାନିକ ମୂଲ୍ୟ ୧.୮ଭିଏତନାମ ଡଙ୍ଗ ବା ୭୦ ହଜାର ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ହେବ। ଚୀନ, ଇଣ୍ଡୋନେସିଆ ସିଭେଟ୍‌ ପ୍ରଜାତିର ଏହି ବିଲେଇଗୁଡ଼ିକର ଚାହିଦା ଢେ଼ର ଅଧିକ। ସାଧାରଣତଃ କଫି ଉତ୍ପାଦନରେ ଏହି ବିଲେଇକୁ ବ୍ୟବହାର କରାଯାଇଥାଏ। ସିଭେଟ୍‌ […]

ଯୌତୁକରେ  ୫୮ ଲକ୍ଷ ଟଙ୍କାର ୧୦୦ ବିଲେଇ ଉପହାର
sgsgsd

ବେଜିଂ: ନିକଟରେ ଭିଏତନାମର ଜଣେ ଯୁବତୀଙ୍କ ବିବାହ ସମୟରେ ତାଙ୍କ ପିତାମାତା ଅନ୍ୟାନ୍ୟ ସାମଗ୍ରୀ ସହ ଉପହାର ଦେଇଛନ୍ତି ସିଭେଟ ପ୍ରଜାତିର ୧୦୦ଟି ବିଲେଇ। ଏହି ବିଲେଇଗୁଡ଼ିକର ଆନୁମାନିକ ମୂଲ୍ୟ ୧.୮ଭିଏତନାମ ଡଙ୍ଗ ବା ୭୦ ହଜାର ଆମେରିକୀୟ ଡଲାର। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୫୬ ଲକ୍ଷ ଟଙ୍କା ହେବ। ଚୀନ, ଇଣ୍ଡୋନେସିଆ ସିଭେଟ୍‌ ପ୍ରଜାତିର ଏହି ବିଲେଇଗୁଡ଼ିକର ଚାହିଦା ଢେ଼ର ଅଧିକ। ସାଧାରଣତଃ କଫି ଉତ୍ପାଦନରେ ଏହି ବିଲେଇକୁ ବ୍ୟବହାର କରାଯାଇଥାଏ। ସିଭେଟ୍‌ ବିଲେଇ ପାଚିଲା କଫି ଖାଇବା ପରେ ତାହା ସେମାନଙ୍କ ପାଚନ ପ୍ରଣାଳୀ ଦେଇ ଗତିକରେ। ସିଭେଟ୍‌ ମଳରୁ କଫିର ମଞ୍ଜି ସଂଗ୍ରହ କରାଯାଇ ତାହାକୁ ପ୍ରକ୍ରିୟାକରଣ କରାଯାଇଥାଏ। ସିଭେଟ ମଳରୁ ସଂଗୃହୀତ କଫି ମଞ୍ଜି ବା ବିନ୍ସଗୁଡ଼ିକରୁ ପ୍ରସ୍ତୁତ କଫି ବିଶ୍ୱର ସବୁଠାରୁ ଦାମୀ କଫି ରୂପେ ପରିଚିତ। କଫି ଉତ୍ପାଦନ ବ୍ୟତୀତ ସିଭେଟ ବିଲେଇର ମାଂସ ଚୀନ ଓ ଭିଏତନାମରେ ଦାମୀ ତଥା ବିଳାସପୂର୍ଣ୍ଣ ଖାଦ୍ୟ ଭାବରେ ବିବେଚିତ ହୋଇଥାଏ। ସେହିପରି ପାରମ୍ପରିକ ଔଷଧ ପାଇଁ ମଧ୍ୟ ସିଭେଟ ରକ୍ତ ଓ ମାଂସକୁ ବ୍ୟବହାର କରାଯାଇଥାଏ। ଯେଉଁଥିପାଇଁ ଚୀନ୍‌ ଓ ଭିଏତନାମରେ ସିଭେଟ ବିଲେଇର ଅନେକ ଚାହିଦା ରହିଛି।