ରକେଟ୍‌ ବେଗରେ ବଢୁଛି ସୁନା ଦର, ୬ ମାସରେ ମହଙ୍ଗା ହେଲାଣି ୧୧ ହଜାର ଟଙ୍କା

ଭୁବନେଶ୍ୱର ୦୪/୦୪: ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ଏହା ୭୦,୦୦୦ ନିକଟତର ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦରରେ ୭୬୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୬୯,୮୭୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୭୫୦ ଟଙ୍କା ବଢ଼ି ୬୪,୧୦୦ ଟଙ୍କା ହୋଇଛି  । କିଲୋଗ୍ରାମ ପିଛା ରୁପା ୨୦୦୦ ଟଙ୍କା ମହଙ୍ଗା ହୋଇ ୮୪,୦୦୦ ଟଙ୍କାରେ ପହଞ୍ଚିଛି । ଏ ବର୍ଷ ସୁନା ଦର ୭୫,୦୦୦ ଟଙ୍କା ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ବର୍ଦ୍ଧିତ ଚାହିଦା ଏବଂ ଭୁ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ଦର ରକେଟ୍‌ ବେଗରେ ବଢ଼ିଚାଲିଛି । ଗତ ୬ ମାସରେ ଏହା ୧୧,୦୦୦ ଟଙ୍କା ମହଙ୍ଗା ହୋଇଗଲାଣି । ସୂଚନାଥାଉକି, ଭୁ-ରାଜନୈତିକ ସମସ୍ୟା ତେଜିଲେ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦିଏ । ତେଣୁ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି । ଏହା ଦରକୁ ବଢ଼ାଇଥାଏ ।  କମୋଡିଟି ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । ୨୦୨୪- ୨୫ ଆର୍ଥିକବର୍ଷର ପ୍ରଥମ ୩ଟି ତ୍ରୟମାସରେ ଏହି ହ୍ରାସ କରାଯାଇପାରେ ।

ରକେଟ୍‌ ବେଗରେ ବଢୁଛି ସୁନା ଦର,  ୬ ମାସରେ ମହଙ୍ଗା ହେଲାଣି ୧୧ ହଜାର ଟଙ୍କା

ଭୁବନେଶ୍ୱର ୦୪/୦୪: ସୁନା ଦରରେ ବୃଦ୍ଧି ଧାରା ଜାରି ରହିଛି । ଆଜି ଏହା ୭୦,୦୦୦ ନିକଟତର ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍‌ ସୁନା ଦରରେ ୭୬୦ ଟଙ୍କା ବୃଦ୍ଧି ଘଟିଛି । ଫଳରେ ଏହା ୬୯,୮୭୦ ଟଙ୍କାରେ ପହଞ୍ଚିଛି । ସେହିଭଳି ୧୦ ଗ୍ରାମ ପିଛା ୨୨ କ୍ୟାରେଟ୍‌ ସୁନା ଦର ୭୫୦ ଟଙ୍କା ବଢ଼ି ୬୪,୧୦୦ ଟଙ୍କା ହୋଇଛି  । 

କିଲୋଗ୍ରାମ ପିଛା ରୁପା ୨୦୦୦ ଟଙ୍କା ମହଙ୍ଗା ହୋଇ ୮୪,୦୦୦ ଟଙ୍କାରେ ପହଞ୍ଚିଛି । ଏ ବର୍ଷ ସୁନା ଦର ୭୫,୦୦୦ ଟଙ୍କା ଛୁଇଁବା ନେଇ ଆକଳନ କରିଛନ୍ତି ବଜାର ବିଶେଷଜ୍ଞ । ବର୍ଦ୍ଧିତ ଚାହିଦା ଏବଂ ଭୁ-ରାଜନୈତିକ ଅନିଶ୍ଚିତତା ମଧ୍ୟରେ ଦର ରକେଟ୍‌ ବେଗରେ ବଢ଼ିଚାଲିଛି । ଗତ ୬ ମାସରେ ଏହା ୧୧,୦୦୦ ଟଙ୍କା ମହଙ୍ଗା ହୋଇଗଲାଣି । 

ସୂଚନାଥାଉକି, ଭୁ-ରାଜନୈତିକ ସମସ୍ୟା ତେଜିଲେ ଇକ୍ୱିଟି ବଜାରରେ ଅସ୍ଥିରତା ଦେଖାଦିଏ । ତେଣୁ ଲୋକେ ସୁନାରେ ନିବେଶ କରିବାକୁ ସୁରକ୍ଷିତ ମଣିଥାନ୍ତି । ଏହା ଦରକୁ ବଢ଼ାଇଥାଏ ।  

କମୋଡିଟି ବଜାର ବିଶେଷଜ୍ଞମାନଙ୍କ କହିବାନୁସାରେ, ୨୦୨୪-୨୫ ଆର୍ଥିକବର୍ଷ ସୁନା ଦରରେ ବୃଦ୍ଧି ଧାରା ଜାରି ରହିବ । ଏହାର ଏକ ପ୍ରମୁଖ କାରଣ ହେଉଛି ଆମେରିକା ଫେଡେରାଲ ରିଜର୍ଭର ମୁଦ୍ରାନୀତି ପଦକ୍ଷେପ । ଫେଡେରାଲ ରିଜର୍ଭ ଇତିମଧ୍ୟରେ ସଂକେତ ଦେଇଛି ଯେ, ଏହା ୨୦୨୪ରେ ପ୍ରମୁଖ ସୁଧ ହାରରେ ୩ଟି ହ୍ରାସ କରିପାରେ । 

୨୦୨୪- ୨୫ ଆର୍ଥିକବର୍ଷର ପ୍ରଥମ ୩ଟି ତ୍ରୟମାସରେ ଏହି ହ୍ରାସ କରାଯାଇପାରେ । ଫେଡେରାଲ ରିଜର୍ଭର ଏ ବିବୃତି ସୁନାକୁ ଅଧିକ ମଜଭୁତ କରୁଛି । ସୁନା ଦର ବଢ଼ିବାର ଆହୁରି ଅନେକ କାରଣ ରହିଛି । ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଶଙ୍କା, ଆଗାମୀ ବିବାହ ଋତୁ ଯୋଗୁ ଚାହିଦା ବୃଦ୍ଧି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ପ୍ରଚୁର ମାତ୍ରାରେ ସୁନା କ୍ରୟ ଆଦି ଯୋଗୁ ଏହି ଧାତୁ ଦର ବଢୁଛି ।

ଏସିଆର ସର୍ବବୃହତ୍‌ ସୁନା ବଜାର ମୁମ୍ବାଇର ଜବେରି ବଜାର ସୁନା ବ୍ୟବସାୟୀମାନଙ୍କଠାରୁ ମିଳିଥିବା ତଥ୍ୟ ଅନୁସାରେ, ମାର୍ଚ୍ଚ ତ୍ରୟମାସରେ ଗହଣା ଚାହିଦା ୭୦% ଖସିଛି । ଅନ୍ୟପକ୍ଷରେ, ଆଲୋଚ୍ୟ ସମୟରେ ସୁନା ବିସ୍କୁଟ ଏବଂ ମୁଦ୍ରାରେ ନିବେଶ ୨୦ରୁ ୩୦% ବୃଦ୍ଧି ପାଇଥିବା ଇଣ୍ଡିଆ ବୁଲିଅନ ଆଣ୍ଡ୍‌ ଜ୍ୱେଲର୍ସ ଆସୋସିଏସନ୍‌(ଆଇବିଜେଏ) ପ୍ରକାଶ କରିଛି ।  

ଆସନ୍ତା ମାସ ପ୍ରଥମାର୍ଦ୍ଧରେ ଅକ୍ଷୟ ତୃତୀୟା ପଡୁଥିବାରୁ ଉକ୍ତ ସମୟରେ ବିକ୍ରିରେ ସୁଧାର ଆସିବା ନେଇ ଆଶାବାଦୀ ଅଛନ୍ତି ଗହଣା ବ୍ୟବସାୟୀ । ଆଇବିଜେଏର ରାଷ୍ଟ୍ରୀୟ ସମ୍ପାଦକ ସୁରେନ୍ଦ୍ର ମେହେଟ୍ଟା କୁହନ୍ତି, ସୁନା ଦରରେ ଲଗାତର ବୃଦ୍ଧି ମାର୍ଚ୍ଚ ତ୍ରୟମାସରେ ଚାହିଦାକୁ ବଡ଼ ଆକାରରେ ପ୍ରଭାବିତ କରିଛି । 

ଏସିଆର ସର୍ବବୃହତ୍‌ ସୁନା ବଜାର ଭାବେ ଜଣା ଜବେରି ବଜାରରେ ସୁନା ଗହଣା ଚାହିଦା ୨୦୨୩ ଅକ୍ଟୋବରଡିସେମ୍ବର ତୁଳନାରେ ୨୦୨୩ ଜାନୁଆରୀ -ମାର୍ଚ୍ଚ ତ୍ରୟମାସରେ ୭୦% ଖସିଯାଇଛି । ଗତ ଦଶନ୍ଧିରେ ସୁନାରେ ୧୪୮% ରିଟର୍ଣ୍ଣ ମିଳିଛି । ୨୦୧୪ରେ ୧୦ ଗ୍ରାମ ପିଛା ସୁନା ଦର ଥିଲା ୨୮,୦୦୬.୫୦ ଟଙ୍କା । ବିଶେଷଜ୍ଞଙ୍କ ଆକଳନ ଅନୁସାରେ, ଆଗକୁ ଦର ଆହୁରି ବଢ଼ିବ । ଏହା ବର୍ତ୍ତମାନ ନିବେଶକଙ୍କ ପାଇଁ ବଡ଼ ସୁଯୋଗ ଆଣିଛି ।