ଜାମ୍ମୁରୁ ଜଳନ୍ଧର ଯାଏଁ ପୁଣି ଥରେ ଦେଖିବାକୁ ମିଳିଲା ପାକିସ୍ତାନୀ ଡ୍ରୋନ୍; ଅମୃତସରରେ ବ୍ଲାକଆଉଟ୍

ନୂଆଦିଲ୍ଲୀ: ଉତ୍ତେଜନା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିଜ୍‌ଫାୟାର ଲାଗୁ ହୋଇଛି । ମାତ୍ର ପାକିସ୍ତାନ ତା’ର ନାପାକ୍ ହରକତରୁ ପଛକୁ ହଟୁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିସାରିବାର କିଛି ଘଣ୍ଟା ପରେ ପଞ୍ଜାବର ଜଳନ୍ଧର ଓ ଜାମ୍ମୁ ସାମ୍ବା ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଞ୍ଜାବର ହୋସିଆରପୁରରେ ୮ଟି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅମୃତସରର ଜିଲ୍ଲାପାଳ ସାକ୍ଷୀ ସହାଣୀ ସହରରେ ବ୍ଲାକଆଉଟ୍ ଜାରି ହୋଇଥିବା ସ୍ପଷ୍ଟ କରିଥିଲେ । ସେ କହିଛନ୍ତି, ଆକାଶରେ କୌଣସି ସିନ୍ଦିଗ୍ଧ ବସ୍ତୁ ଦେଖିଲେ ପୂର୍ବ ବ୍ଲାକଆଉଟ୍ ଓ ଯୁଦ୍ଧ ସାଇରନ୍ ବାଜିବ ବୋଲି କହିଛନ୍ତି । ଏହି ସମୟରେ ଘରର ଲାଇଟ୍ ବନ୍ଦ କରି କବାଟ ଓ ଝରକା ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ଜିଲ୍ଲାପାଳ । ଭୟଭୀତ ନହୋଇ ସାବଧାନତାର ସହିତ ରହିବାକୁ କୁହାଯାଇଛି । ଅମୃତସରରେ ବ୍ଲାକଆଉଟ୍ ହେବା ପରେ ଅମୃତସର ଯାଉଥିବା ଫ୍ଲାଇଟକୁ ଦିଲ୍ଲୀ ଡାଇଭର୍ଟ କରାଯାଇଛି । ସେହିପରି ପଞ୍ଜାବର ଜଳନ୍ଧରରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ୍ ନଜରକୁ ଆସିଛି । ଡି.ସି ଜଳନ୍ଧର ହିମାଂଶୁ ଅଗ୍ରଓ୍ବାଲ କହିଛନ୍ତି, ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ସହରରେ ଡ୍ରୋନ୍ ଦେଖିବାକୁ ମିଳିଛି । ଏହାପରେ ସହରକୁ ବ୍ଲାକଆଉଟ୍ କରିଦିଆଯାଇଥିଲା । ଅନ୍ୟପଟେ ୯.୨୦ ମିନିଟରେ ଜଳନ୍ଧରର ମଣ୍ଡ ଗା

ଜାମ୍ମୁରୁ ଜଳନ୍ଧର ଯାଏଁ ପୁଣି ଥରେ ଦେଖିବାକୁ ମିଳିଲା ପାକିସ୍ତାନୀ ଡ୍ରୋନ୍; ଅମୃତସରରେ ବ୍ଲାକଆଉଟ୍

ନୂଆଦିଲ୍ଲୀ: ଉତ୍ତେଜନା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସିଜ୍‌ଫାୟାର ଲାଗୁ ହୋଇଛି । ମାତ୍ର ପାକିସ୍ତାନ ତା’ର ନାପାକ୍ ହରକତରୁ ପଛକୁ ହଟୁନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିସାରିବାର କିଛି ଘଣ୍ଟା ପରେ ପଞ୍ଜାବର ଜଳନ୍ଧର ଓ ଜାମ୍ମୁ ସାମ୍ବା ଆକାଶରେ ପାକିସ୍ତାନୀ ଡ୍ରୋନ୍ ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ, ପଞ୍ଜାବର ହୋସିଆରପୁରରେ ୮ଟି ବିସ୍ଫୋରଣର ଖବର ସାମ୍ନାକୁ ଆସିଛି । ଏହା ପୂର୍ବରୁ ଅମୃତସରର ଜିଲ୍ଲାପାଳ ସାକ୍ଷୀ ସହାଣୀ ସହରରେ ବ୍ଲାକଆଉଟ୍ ଜାରି ହୋଇଥିବା ସ୍ପଷ୍ଟ କରିଥିଲେ । ସେ କହିଛନ୍ତି, ଆକାଶରେ କୌଣସି ସିନ୍ଦିଗ୍ଧ ବସ୍ତୁ ଦେଖିଲେ ପୂର୍ବ ବ୍ଲାକଆଉଟ୍ ଓ ଯୁଦ୍ଧ ସାଇରନ୍ ବାଜିବ ବୋଲି କହିଛନ୍ତି । ଏହି ସମୟରେ ଘରର ଲାଇଟ୍ ବନ୍ଦ କରି କବାଟ ଓ ଝରକା ଠାରୁ ଦୂରେଇ ରହିବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ଜିଲ୍ଲାପାଳ । ଭୟଭୀତ ନହୋଇ ସାବଧାନତାର ସହିତ ରହିବାକୁ କୁହାଯାଇଛି । ଅମୃତସରରେ ବ୍ଲାକଆଉଟ୍ ହେବା ପରେ ଅମୃତସର ଯାଉଥିବା ଫ୍ଲାଇଟକୁ ଦିଲ୍ଲୀ ଡାଇଭର୍ଟ କରାଯାଇଛି । 

ସେହିପରି ପଞ୍ଜାବର ଜଳନ୍ଧରରେ ପୁଣି ଥରେ ପାକିସ୍ତାନୀ ଡ୍ରୋନ୍ ନଜରକୁ ଆସିଛି । ଡି.ସି ଜଳନ୍ଧର ହିମାଂଶୁ ଅଗ୍ରଓ୍ବାଲ କହିଛନ୍ତି, ସୋମବାର ରାତି ପ୍ରାୟ ସାଢ଼େ ୯ଟାରେ ସହରରେ ଡ୍ରୋନ୍ ଦେଖିବାକୁ ମିଳିଛି । ଏହାପରେ ସହରକୁ ବ୍ଲାକଆଉଟ୍ କରିଦିଆଯାଇଥିଲା । ଅନ୍ୟପଟେ ୯.୨୦ ମିନିଟରେ ଜଳନ୍ଧରର ମଣ୍ଡ ଗାଁ ନିକଟରେ ଏକ ସର୍ଭିଲାନ୍ସ ଡ୍ରୋନକୁ ଭାରତୀୟ ସେନା ମାରି ଖସାଇଛି । ଏକ୍ସପର୍ଟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।