ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ, ସାନ ଭାଇର ଜୀବନ ନେବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ

ବାଲେଶ୍ୱର : ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । ଭାଇ ହେଲା ଭଗାରି। ଜମି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ । ଷଡ଼ଯନ୍ତ୍ରତକାରୀ ସାଜିଥିଲେ ଭାଇ-ଭାଉଜ । ହତ୍ୟା କରିବାକୁ ସୁପାରୀକିଲରକୁ ଦେଇଥିଲେ ୧ ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ଘଟିଛି । ଆଜି ଡବଲ ମର୍ଡର […] The post ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ, ସାନ ଭାଇର ଜୀବନ ନେବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ appeared first on KNews Odisha.

ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ, ସାନ ଭାଇର ଜୀବନ ନେବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ

ବାଲେଶ୍ୱର : ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ । ଭାଇ ହେଲା ଭଗାରି। ଜମି ପାଇଁ ସାନ ଭାଇକୁ ହତ୍ୟା କଲା ବଡ଼ଭାଇ । ସାନ ଭାଇକୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ । ଷଡ଼ଯନ୍ତ୍ରତକାରୀ ସାଜିଥିଲେ ଭାଇ-ଭାଉଜ । ହତ୍ୟା କରିବାକୁ ସୁପାରୀକିଲରକୁ ଦେଇଥିଲେ ୧ ଲକ୍ଷ ୪୦ ହଜାର ଟଙ୍କା । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା କାଂଶ ଗାଁରେ ଘଟିଛି ।

ଆଜି ଡବଲ ମର୍ଡର ଘଟଣାର ପର୍ଦ୍ଦାଫାସ ହୋଇଛି । ଗତ ୫ ତାରିଖରେ ଏହି ଘଟଣା ଘଟିଥିଲା । ସାମାନ୍ୟ ଜମି ପାଇଁ ଭାଇ ଭାଇର ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲାଗିଛି । ମିତ୍ରପୁରରୁ ୪ ଦିନ ହେବ ନିଖୋଜ ଥିବା ଭବାନୀ ରାଉତ, ମନୋରଞ୍ଜନ ମହାପାତ୍ରଙ୍କ ମୃତଦେହ ବ୍ଲୁ ଲେକରୁ ମିଳିଛି ।

ମୃତକ ହେଲେ ଭବାନୀ ରାଉତ । ତାଙ୍କୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ ବିଜୟ ରାଉତ । ଏହି ମାମଲାରେ ବଡ଼ଭାଇ, ଭାଉଜଙ୍କ ସମେତ ୬ ଜଣକୁ ଗିରଫ କରିଛି ପୋଲିସ । ଅନ୍ୟ ଜଣେ ଫେରାର ରହିଛି । ସେମାନଙ୍କଠାରୁ ୭୦ ହଜାର ଟଙ୍କା , ୮ ଟି ମୋବାଇଲ ଫୋନ ଓ ଦୁଇଟି ତେଲେଙ୍ଗା କଟୁରୀ ଜବତ କରାଯାଇଛି । ଭବାନୀ ରାଉତ ଓ ସାଙ୍ଗ ମନୋରଞ୍ଜନ ମହାପାତ୍ରଙ୍କୁ ହତ୍ୟା ପରେ ଧରାନପଡ଼ିବା ପାଇଁ ନାଟକ ରଚିଥିଲା ବଡ଼ଭାଇ ବିଜୟ ରାଉତ।

ନିଖୋଜ ନେଇ ନୀଳଗିରି ଥାନାରେ ଅଭିଯୋଗ କରିଥିଲା । ତଦନ୍ତ ବେଳେ ସ୍କାନରକୁ ଆସିଥିଲା ବିଜୟ। ଭବାନୀଙ୍କ ହତ୍ୟା ପାଇଁ ୩ ମାସ ତଳୁ ଯୋଜନା କରିଥିଲେ ବଡ଼ ଭାଇ ଓଭାଉଜ । ପୁରୁଣା ବାଲେଶ୍ଵର ଅଞ୍ଚଳର ଯୁବକଙ୍କୁ ସୁପାରି ଦେଇଥିଲା ବଡ଼ ଭାଇ । ୧ଲକ୍ଷ ୪୦ ହଜାରରେ ଡିଲ୍ ଫାଇନାଲ ହୋଇଥିଲା । ୩୦ ହଜାର ଅଗ୍ରୀମ ନେଇଥିଲେ ହତ୍ୟାକାରୀ। ପାରିବାରିକ କଳହ, ଜମି ଭାଗ ବଣ୍ଟା ଓ ଟଙ୍କା ଦେଣନେଣକୁ କେନ୍ଦ୍ର କରି ବିବାଦରୁ ହତ୍ୟାକାଣ୍ଡ ହୋଇଛି ବୋଲି ପୋଲିସ କହିଛି । ଅଭିଯୁକ୍ତ ମାନେ ପ୍ରଥମେ ସାନ ଭାଇକୁ ହତ୍ୟା କରିବା ପରେ ସାନ ଭାଇର ସାଙ୍ଗକୁ ଜୀବନରୁ ମାରି ଦେଇଥିଲେ । କାରଣ ହତ୍ୟାକରୁଥିବାର ଦେଖିଦେଇଥିଲା ସାଙ୍ଗ ।

The post ରକ୍ତ ସମ୍ପର୍କରେ କଳଙ୍କିତ ଅଧ୍ୟାୟ, ସାନ ଭାଇର ଜୀବନ ନେବା ପାଇଁ ସୁପାରୀ ଦେଇଥିଲା ବଡ଼ ଭାଇ appeared first on KNews Odisha.