ରକ୍ତଜୁଡୁବୁଡୁ ଅବସ୍ଥାରେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ବଳାତ୍କାର ପରେ ବଢ଼ିଲା ହତ୍ୟା ସନ୍ଦେହ
କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମରେ ପୋଲିସ ଜଣେ କଲେଜ ଛାତ୍ରୀଙ୍କ ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି। ହେଲେ ଛାତ୍ରୀଙ୍କୁ କେହି ହତ୍ୟା କରି ଘର ପଛ ପାଖ ଏକ ଗଛରେ ଟାଙ୍ଗୀ ଦିଆଯାଇଥିବା ପାରିପାଶର୍ବିକ ଅବସ୍ଥାରୁ ଜଣାପଡ଼ିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। […] The post ରକ୍ତଜୁଡୁବୁଡୁ ଅବସ୍ଥାରେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ବଳାତ୍କାର ପରେ ବଢ଼ିଲା ହତ୍ୟା ସନ୍ଦେହ appeared first on Dharitri Odia News.
କେନ୍ଦୁଝର,୧୭।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ଅଧୀନ ହରିଚନ୍ଦନପୁର ବ୍ଲକ ତେନ୍ତଳାପଶି ଗ୍ରାମରେ ପୋଲିସ ଜଣେ କଲେଜ ଛାତ୍ରୀଙ୍କ ରକ୍ତଜୁଡୁବୁଡୁ ଅବସ୍ଥାରେ ମୃତଦେହ ଝୁଲନ୍ତା ଅବସ୍ଥାରେ ମଙ୍ଗଳବାର ଉଦ୍ଧାର କରିଛି। ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।
ହେଲେ ଛାତ୍ରୀଙ୍କୁ କେହି ହତ୍ୟା କରି ଘର ପଛ ପାଖ ଏକ ଗଛରେ ଟାଙ୍ଗୀ ଦିଆଯାଇଥିବା ପାରିପାଶର୍ବିକ ଅବସ୍ଥାରୁ ଜଣାପଡ଼ିଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପକ୍ଷେ ଘଟଣାସ୍ଥଳରୁ କେତେକ ପୋଷାକ ମିଳିଥିବାରୁ କେତେକ ଦୃର୍ବୁତ୍ତ ଛାତ୍ରୀଙ୍କୁ ବଳାତ୍କାର ପରେ ହତ୍ୟା କରି ଝୁଲାଇ ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ଏନେଇ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ସାଧାରଣରେ ଦାବି ହୋଇଛି।
ଅନ୍ୟପକ୍ଷେ ଯୁବତୀଙ୍କ ସହ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ରହିଥିଲା। ଏଣୁ ଏହାକୁ ନେଇ ଏଭଳି ଏକ ଅଘଟଣ ଘଟିଯାଇପାରେ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟର କାରଣ ସ୍ପଷ୍ଟ ଜଣାପଡ଼ିବ ବୋଲି କେନ୍ଦୁଝର ଏସ୍ଡିପିଓ ସୁଦର୍ଶନ ଗାଙ୍ଗୋଇ ସୂଚନା ଦେଇଛନ୍ତି।
The post ରକ୍ତଜୁଡୁବୁଡୁ ଅବସ୍ଥାରେ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ବଳାତ୍କାର ପରେ ବଢ଼ିଲା ହତ୍ୟା ସନ୍ଦେହ appeared first on Dharitri Odia News.