ରଘୁପତି ନଗର ବୋମାମାଡ଼ ଘଟଣା : ବନ୍ଧାହେଲେ ୪ ଅଭିଯୁକ୍ତ
ବ୍ରହ୍ମପୁର ୧୮।୩:ବ୍ରହ୍ମପୁର ରଘୁପତି ନଗର ବୋମାମାଡ଼ ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ଫୋନ, ଗୋଟିଏ ବୋମା, ଖଣ୍ଡା, ଗୋଟିଏ ବାଇକ ଜବତ ହୋଇଛି ।ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଫାଷ୍ଟଗେଟ୍ ରଘୁପତି ନଗର ୨ୟ ଲାଇନରେ ରହୁଥିବା ସିଆରସିସି ଟୁକୁନା ଭୂୟାଁଙ୍କ ଉପରକୁ ବୋମାମାଡ଼ ହୋଇଥିଲା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୁମନ ପଟ୍ଟନାୟକ ଓ ସୁଦର୍ଶନ ପାଢ଼ୀ, ଦୀପକ ସାହୁ ଓ କାଳିଆ ସାହୁ । ମୁଖ୍ୟ ଅଭିଯୁକ୍ତ ସୁଦର୍ଶନ ପାଢ଼ୀ, କାଳିଆ ଏବଂ ଦୀପକ ନାଁରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଏସପି କହିଛନ୍ତି । ବିଭିନ୍ନ ସମୟରେ ଅପରାଧୀମାନେ ଗନ୍, ପାଉଡର ଆନ୍ଧ୍ରରୁ ଆଣୁଥିବା ପୋଲିସ କହିଛି । ସୋମବାର ଉପରୋକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।You Can Read :ପତ୍ନୀହନ୍ତାକୁ ୫ବର୍ଷ ଜେଲ୍ ଦଣ୍ଡାଦେଶ, ୩ ନାତୁଣୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ପିଟିପିଟି କରିଥିଲା ହତ୍ୟା
ବ୍ରହ୍ମପୁର ୧୮।୩:ବ୍ରହ୍ମପୁର ରଘୁପତି ନଗର ବୋମାମାଡ଼ ଘଟଣାରେ ୪ ଅଭିଯୁକ୍ତ ଗିରଫ ହୋଇଛନ୍ତି । ସେମାନଙ୍କ ନିକଟରୁ ତିନୋଟି ମୋବାଇଲ ଫୋନ, ଗୋଟିଏ ବୋମା, ଖଣ୍ଡା, ଗୋଟିଏ ବାଇକ ଜବତ ହୋଇଛି ।
ସୂଚନାଯୋଗ୍ୟ ଯେ, ଗତ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଫାଷ୍ଟଗେଟ୍ ରଘୁପତି ନଗର ୨ୟ ଲାଇନରେ ରହୁଥିବା ସିଆରସିସି ଟୁକୁନା ଭୂୟାଁଙ୍କ ଉପରକୁ ବୋମାମାଡ଼ ହୋଇଥିଲା । ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ସୁମନ ପଟ୍ଟନାୟକ ଓ ସୁଦର୍ଶନ ପାଢ଼ୀ, ଦୀପକ ସାହୁ ଓ କାଳିଆ ସାହୁ । ମୁଖ୍ୟ ଅଭିଯୁକ୍ତ ସୁଦର୍ଶନ ପାଢ଼ୀ, କାଳିଆ ଏବଂ ଦୀପକ ନାଁରେ ଗୋଟିଏ ଲେଖାଏଁ ମାମଲା ରହିଥିବା ଏସପି କହିଛନ୍ତି । ବିଭିନ୍ନ ସମୟରେ ଅପରାଧୀମାନେ ଗନ୍, ପାଉଡର ଆନ୍ଧ୍ରରୁ ଆଣୁଥିବା ପୋଲିସ କହିଛି । ସୋମବାର ଉପରୋକ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।
You Can Read :
ପତ୍ନୀହନ୍ତାକୁ ୫ବର୍ଷ ଜେଲ୍ ଦଣ୍ଡାଦେଶ, ୩ ନାତୁଣୀଙ୍କ ସମ୍ମୁଖରେ ସ୍ତ୍ରୀଙ୍କୁ ପିଟିପିଟି କରିଥିଲା ହତ୍ୟା