ରଙ୍ଗର ପର୍ବ ହୋଲି, ଉତ୍ସବ ମୁଖରେ ସାରା ଓଡିଶା

ଭୁବନେଶ୍ୱର ୨୬।୦୩ : ଆଜି ହେଉଛି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଚାଲିଥାଏ ରଙ୍ଗର ଖେଳ । ଜଣେ ଜଣଙ୍କ ରଙ୍ଗ ବୋଳି ଦିଅନ୍ତି ହୋଲି ଶୁଭେଚ୍ଛା । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଖେଳିଯାଏ ଆନନ୍ଦ ଉଲ୍ଲାସ । ତେବେ ହୋଲିରେ କିଛି ଅଘଟଣ ରୋକିବାକୁ ପୋଲିସ ଓ  ଅଗ୍ନିଶମ ବାହନୀ ପୁରା ସଜାଗ । ଭୁବନେଶ୍ୱରର ସମସ୍ତ ଥାନା ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ହୋଲିରେ ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ ରହିଛନ୍ତି । ହୋଟେଲରେ ହୋଲି ପାର୍ଟି ଉପରେ ରହିବ କମିଶନରେଟ୍ ପୋଲିସର ତୀକ୍ଷ୍ନ  ନଜର ।  ରାସ୍ତାରେ ପାଟ୍ରୋଲିଂକୁ ବଢ଼ାଯିବ ।   ଡିଏସପି ରାଙ୍କର ଅଧିକାରୀ ନେତୃତ୍ୱରେ ଟିମ୍ ଗଠନ ହୋଇଛି ।  ଭୁବନେଶ୍ୱରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସିପି ସଞ୍ଜୀବ ପଣ୍ଡା  କହିଛନ୍ତି । ସେପଟେ ରାଜଧାନୀ ଉପକଣ୍ଠ ନଦୀ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ । ୫ଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ । ଲାଇଫ ଜ୍ୟାକେଟ, ମେସିନ ରବର୍ ବୋଟ୍ ରଖି କର୍ମଚାରୀ ରହିବେ । କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା ବାଙ୍କୁଆଳ ନଦୀ ଭଳି ୫ଟି ନଦୀର ପ୍ରତି ତୁଠରେ ୬ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ ବୋଲି ଡେପୁଟି ଫାୟର ଅଫିସର ଅବନୀ କୁମାର ସ୍ୱାଇଁ କହିଛନ୍ତି ।ଲିଙ୍ଗରାଜ ସ୍ଥିତ ବିନ୍ଦୁସାଗରେ ଓଡ୍ରାଫ ଟିମ୍ ମୁତୟନ ହେବେ । ହୋଲି ରଙ୍ଗର

ରଙ୍ଗର ପର୍ବ ହୋଲି, ଉତ୍ସବ ମୁଖରେ ସାରା ଓଡିଶା

ଭୁବନେଶ୍ୱର ୨୬।୦୩ : ଆଜି ହେଉଛି ରଙ୍ଗର ପର୍ବ ହୋଲି । ଗାଁଠୁ ସହର ସବୁଠି ଚାଲିଥାଏ ରଙ୍ଗର ଖେଳ । ଜଣେ ଜଣଙ୍କ ରଙ୍ଗ ବୋଳି ଦିଅନ୍ତି ହୋଲି ଶୁଭେଚ୍ଛା । ଅବିର ଓ ରଙ୍ଗର ତାଳେ ତାଳେ ସଭିଙ୍କ ମନରେ ଖେଳିଯାଏ ଆନନ୍ଦ ଉଲ୍ଲାସ । 

ତେବେ ହୋଲିରେ କିଛି ଅଘଟଣ ରୋକିବାକୁ ପୋଲିସ ଓ  ଅଗ୍ନିଶମ ବାହନୀ ପୁରା ସଜାଗ । ଭୁବନେଶ୍ୱରର ସମସ୍ତ ଥାନା ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିବେ । ହୋଲିରେ ଅମାନିଆଙ୍କୁ ସାବାଡ କରିବାକୁ ପ୍ରସ୍ତୁତ ରହିଛନ୍ତି । ହୋଟେଲରେ ହୋଲି ପାର୍ଟି ଉପରେ ରହିବ କମିଶନରେଟ୍ ପୋଲିସର ତୀକ୍ଷ୍ନ  ନଜର ।  ରାସ୍ତାରେ ପାଟ୍ରୋଲିଂକୁ ବଢ଼ାଯିବ ।   ଡିଏସପି ରାଙ୍କର ଅଧିକାରୀ ନେତୃତ୍ୱରେ ଟିମ୍ ଗଠନ ହୋଇଛି ।  ଭୁବନେଶ୍ୱରରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ସିପି ସଞ୍ଜୀବ ପଣ୍ଡା  କହିଛନ୍ତି । 

ସେପଟେ ରାଜଧାନୀ ଉପକଣ୍ଠ ନଦୀ ଗୁଡିକରେ ମୁତୟନ ହେବ ଅଗ୍ନିଶମ କର୍ମଚାରୀ । ୫ଟି ସ୍ଥାନରେ ଥିବା ଗାଧୁଆ ତୁଠରେ ମୁତୟନ ହେବେ ଲାଇଫ ବୟ । ଲାଇଫ ଜ୍ୟାକେଟ, ମେସିନ ରବର୍ ବୋଟ୍ ରଖି କର୍ମଚାରୀ ରହିବେ । କୁଆଖାଇ, ଦୟା, ଧଉଳି ପୁରୀ କେନାଲ, ବାଲିପାଟଣା, ବାଲିଅନ୍ତା ବାଙ୍କୁଆଳ ନଦୀ ଭଳି ୫ଟି ନଦୀର ପ୍ରତି ତୁଠରେ ୬ଜଣ ଲେଖାଏଁ ଅଗ୍ନିଶମ କର୍ମଚାରୀ ମୁତୟନ ରହିବେ ବୋଲି ଡେପୁଟି ଫାୟର ଅଫିସର ଅବନୀ କୁମାର ସ୍ୱାଇଁ କହିଛନ୍ତି ।

ଲିଙ୍ଗରାଜ ସ୍ଥିତ ବିନ୍ଦୁସାଗରେ ଓଡ୍ରାଫ ଟିମ୍ ମୁତୟନ ହେବେ । ହୋଲି ରଙ୍ଗରେ  ଗାଧୋଇବାକୁ ଯାଉଥିବା ଲୋକଙ୍କ ପାଇଁ ଲଗାଯାଇଛି ସର୍ତକ ସୂଚନା ଫଳକ । ବିଭିନ୍ନ ସ୍ଥାନରେ ହେଉଥିବା ଇଭେଣ୍ଟ ଗୁଡ଼ିକରେ ନଜର ରଖିବ ପୋଲିସ । ହୋଲିରେ ଯୁବତୀ ମାନଙ୍କୁ କମେଣ୍ଟ କିମ୍ବା ଅସଦାଚରଣ ଘଟଣାକୁ ରୋକିବା ପାଇଁ ଟିମ୍ ଗଠନ ହୋଇଛି ।

ସେପଟେ କଟକରେ ହୋଲି ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କମିଶନରେଟ ପୋଲିସର ବ୍ୟାପକ ପ୍ରସ୍ତୁତି କରାଯାଇଛି । ସହରକୁ ଜଗିବେ ୧୫ ପ୍ଲାଟୁନ ପୋଲିସ ଫୋର୍ସ । ସହରରେ ବୁଲିବ ବାଇକ୍ ପିସିଆର । ରାସ୍ତା ଅବରୋଧ କରି ରଙ୍ଗ ଖେଳିଲେ କାର୍ଯ୍ୟାନୁଷ୍ଠାନ ହେବ । ନିଶା ସେବନ ଓ ବେଆଇନ ନିଶା କାରବାର ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଟକ ଡିସିପି ଡକ୍ଟର କନୱର ବିଶାଲ ସିଂ କହିଛନ୍ତି । ନିଶା ସେବନ କରି ରଙ୍ଗର ପର୍ବ ହୋଲି ନ ଖେଳିବାକୁ ପରାମର୍ଶ ଦେଇଛି ପୋଲିସ ଯାହା ଫଳରେ ଅଘଟଣ ରୋକା ଯାଇପାରିବ ।