ରଜତଙ୍କ ସ୍ଥାନରେ ଏଣ୍ଟ୍ରି କରିବେ ଦେବଦତ୍ତ! ପଞ୍ଚମ ଟେଷ୍ଟରେ ହେବ ପଞ୍ଚମ ଖେଳାଳିଙ୍କ ଡେବ୍ୟୁ
ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୫ଟି ୱିକେଟରେ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜ ଉପରେ ମଧ୍ୟ କବଜା କରିଛି ରୋହିତ ସେନା । ତେବେ ଏହି ୪ଟି ଟେଷ୍ଟରେ ଭାରତର ୪ ଜଣ ଖେଳାଳି ଦଳରେ ଡେବ୍ୟୁ କରିଛନ୍ତି । ତେଣୁ ପଞ୍ଚମ ତଥା ଶେଷ ଟେଷ୍ଟରେ ମଧ୍ୟ ଜଣେ ଖେଳାଳିଙ୍କ ଡେବ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ […]

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ଦମଦାର ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୫ଟି ୱିକେଟରେ ଏହି ମ୍ୟାଚ ବିଜୟୀ ହେବା ସହ ସିରିଜ ଉପରେ ମଧ୍ୟ କବଜା କରିଛି ରୋହିତ ସେନା । ତେବେ ଏହି ୪ଟି ଟେଷ୍ଟରେ ଭାରତର ୪ ଜଣ ଖେଳାଳି ଦଳରେ ଡେବ୍ୟୁ କରିଛନ୍ତି । ତେଣୁ ପଞ୍ଚମ ତଥା ଶେଷ ଟେଷ୍ଟରେ ମଧ୍ୟ ଜଣେ ଖେଳାଳିଙ୍କ ଡେବ୍ୟୁ ହୋଇପାରେ ବୋଲି ଅନୁମାନ କରାଯାଉଛି । ଭାରତୀୟ ଦଳରେ ସାମିଲ ଥିବା ବାମହାତୀ ବ୍ୟାଟର ଦେବଦତ୍ତ ପାଡିକଲ ପଞ୍ଚମ ଟେଷ୍ଟରେ ଭାରତ ପକ୍ଷରୁ ଡେବ୍ୟୁ କରିବାର ସୁଯୋଗ ପାଇପାରନ୍ତି ।
ଭାରତ ପାଇଁ ଇଂଲଣ୍ଡ ବିପକ୍ଷ ୪ଟି ଟେଷ୍ଟରେ ୪ ଜଣ କ୍ରିକେଟର ଡେବ୍ୟୁ କରି ସାରିଛନ୍ତି । ରଜତ ପାଟିଦାର, ସରଫରାଜ ଖାନ୍ ଏବଂ ଧ୍ରୁବ ଜୁରେଲଙ୍କ ପରେ ଆକାଶ ଦୀପ ମଧ୍ୟ ଦଳରେ ଡେବ୍ୟୁ କରିଛନ୍ତି । ତେଣୁ ପଞ୍ଚମ ଟେଷ୍ଟରେ ଭାରତ ପାଇଁ ପଞ୍ଚମ ଖେଳାଳି ଭାବରେ ଦେବଦତ୍ତ ପାଡିକଲ ଡେବ୍ୟୁ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ୩ଟି ଟେଷ୍ଟରେ ରଜତ ପାଟିଦାରଙ୍କ ପ୍ରଦର୍ଶନ କୁବ ନିରାଶଜନକ ରହିଛି । ତେଣୁ ତାଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ଦଳରେ ସାମିଲ କରିପାରନ୍ତି ଅଧିନାୟକ ରୋହିତ ଶର୍ମା । ଏହାବ୍ୟତୀତ ଏହି ଟେଷ୍ଟ ସିରିଜ ବର୍ତ୍ତମାନ ଭାରତ ବିଜୟୀ ହୋଇ ସାରିଥିବା ବେଳେ ଏହି ମ୍ୟାଚର ଫଳାଫଳ ଭାରତ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ । ତେଣୁ ରଜତଙ୍କ ସ୍ଥାନରେ ଦେବଦତ୍ତ ପାଡିକଲଙ୍କୁ ସୁଯୋଗ ଦେବା ପାଇଁ ରୋହିତ ଚିନ୍ତା କରିପାରନ୍ତି ।