ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ

ନାଗପୁର,୨୮ା୨: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ ଇନିଂସ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ବିଦର୍ଭ ୩୭୯ ରନ୍‌ କରିଥିବା ବେଳେ କେରଳ ତା’ର ଅସମାପ୍ତ ସ୍କୋର ୧୩୧/୩ରୁ ବ୍ୟାଟିଂ ଆରମ୍ଭ କରି ୩୪୨ ରନ୍‌ରେ ଅଲଆଉଟ ହୋଇଯାଇଛି। ଫଳରେ ଦୁଇ ଥରର ରଣଜୀ ଚାମ୍ପିୟନ ବିଦର୍ଭ ୩୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି। ଶୁକ୍ରବାର ତଥା ମ୍ୟାଚର ତୃତୀୟ ଦିନ କେରଳ ତା’ର ଅସମାପ୍ତ […] The post ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ appeared first on Dharitri Odia News.

ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ

ନାଗପୁର,୨୮ା୨: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ କେରଳ ବିପକ୍ଷରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲରେ ବିଦର୍ଭ ଇନିଂସ ଅଗ୍ରଣୀ ହାସଲ କରିଛି। ପ୍ରଥମ ଇନିଂସରେ ବିଦର୍ଭ ୩୭୯ ରନ୍‌ କରିଥିବା ବେଳେ କେରଳ ତା’ର ଅସମାପ୍ତ ସ୍କୋର ୧୩୧/୩ରୁ ବ୍ୟାଟିଂ ଆରମ୍ଭ କରି ୩୪୨ ରନ୍‌ରେ ଅଲଆଉଟ ହୋଇଯାଇଛି। ଫଳରେ ଦୁଇ ଥରର ରଣଜୀ ଚାମ୍ପିୟନ ବିଦର୍ଭ ୩୭ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି।

ଶୁକ୍ରବାର ତଥା ମ୍ୟାଚର ତୃତୀୟ ଦିନ କେରଳ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୧୩୧/୩ରୁ ବ୍ୟାଟିଂ ଆରମ୍ଭ କରିଥିଲା। ଦଳ ତା’ର ବଳକା ୭ ଉଇକେଟରେ ଦଳୀୟ ସ୍କୋରରେ ୨୧୧ ରନ୍‌ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ପୂର୍ବ ଦିନ ଅପରାଜିତ ଥିବା ବ୍ୟାଟର ଆଦିତ୍ୟ ସରଓ୍ବତେ ୭୯ ରନ୍‌ କରି ଆଉଟ ହୋଇଥିବା ବେଳେ ଅଧିନାୟକ ସଚିନ ବେବୀ (୯୮) ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ଆଝାରୁଦ୍ଦିନ ୩୪, ଜଲଜ ସକ୍ସେନା ୨୮ ଓ ସଲମାନ ନିଜାର ୨୧ ରନ କରିଥିଲେ। ବିଦର୍ଭ ପକ୍ଷରୁ ଦର୍ଶନ ନାଲକଣ୍ଡେ, ହର୍ଶ ଦୁବେ ଓ ପାର୍ଥ ରେଖାଡେ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।

The post ରଣଜୀ ଟ୍ରଫି ଫାଇନାଲ: ବିଦର୍ଭ ଇନିଂସ ଅଗ୍ରଣୀ appeared first on Dharitri Odia News.