ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଶୀଘ୍ର ଶୁଣାଣି କରିବାକୁ ମନାକଲେ କୋର୍ଟ
ନନ୍ଦିଘୋଷ ବ୍ୟୁରୋ : ରଣବୀର ଆହ୍ଲାବାଦିଆଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ତାଙ୍କୁ ନିରାଶ ହେବାକୁ ପଡିଛି ।... The post ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଶୀଘ୍ର ଶୁଣାଣି କରିବାକୁ ମନାକଲେ କୋର୍ଟ appeared first on .
ନନ୍ଦିଘୋଷ ବ୍ୟୁରୋ : ରଣବୀର ଆହ୍ଲାବାଦିଆଙ୍କ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ସୁପ୍ରିମକୋର୍ଟରେ ତାଙ୍କୁ ନିରାଶ ହେବାକୁ ପଡିଛି । ଶ୍ରୀଘ୍ର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ ।
ରଣବୀରଙ୍କ ବିରୋଧରେ ଦିଆଯାଇଥିବା ସବୁ ଏତଲାକୁ ଏକାଠି କରି ସୁପ୍ରିମକୋର୍ଟରେ ଶୁଣାଣି କରିବାକୁ ସେ ଆବେଦନ କରିଥିଲେ। ଏହା ସହିତ ସେ ଆଗୁଆ ଜାମିନ ମଧ୍ୟ ମାଗିଛନ୍ତି। ତାଙ୍କୁ ଗିରଫ କରାଯିବାର ଆଶଙ୍କା କରି ଆଗୁଆ ଜାମିନ ମାଗିଥିଲେ ରଣବୀର। କିନ୍ତୁ ସୁପ୍ରିମକୋର୍ଟ ତାଙ୍କୁ ଝଟକା ଦେଇଛି । କୋର୍ଟ ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି।
ସୂଚନା ଅନୁଯାୟୀ, ବିଭିନ୍ନ ରାଜ୍ୟରେ ରଣବୀରଙ୍କ ନାମରେ ଏତଲା ରୁଜୁ ହୋଇଛି । ଆସାମର ଗୁଆହାଟୀରେ ତାଙ୍କ ବିରୋଧରେ ଏତଲା ହୋଇଛି। ହାଜର ହେବା ପାଇଁ ଗୁଆହାଟୀ ପୋଲିସ ସମନ୍ ବି କରିଛି। ୟୁଟ୍ଯୁବ ରିଏଲିଟି ସୋ ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟର ବିବାଦୀୟ ମନ୍ତବ୍ୟ ପାଇଁ ରଣବୀରଙ୍କ ବିରୋଧରେ ଦେଶର ବିଭିନ୍ନ ସ୍ଥାନରେ ଏକାଧିକ ଏତଲା ଦିଆଯାଇଛି। ସମୟ ରୈନାଙ୍କ ଦ୍ଵାରା ହୋଷ୍ଟ କରାଯାଇଥିବା ଏହି ରିୟଲିଟି ସୋର ଭିଡିଓକୁ ଡିଲିଟ୍ କରାଯାଇଛି। ତୁରନ୍ତ ଶୁଣାଣି ପାଇଁ ରଣବୀରଙ୍କ ପକ୍ଷରୁ ଆବେଦନ କରାଯାଇଥିଲେ ମଧ୍ୟ କୋର୍ଟ ତାକୁ ଗ୍ରହଣ କରି ନାହାନ୍ତି। କୋର୍ଟର ରେଜେଷ୍ଟ୍ରିଙ୍କ ପାଖକୁ ଯିବାକୁ କୋର୍ଟ ପରାମର୍ଶ ଦେଇଥିଲେ। ମାମଲାର କେବେ ଶୁଣାଣି ହେବ ତାହା ଜଣାପଡ଼ିନାହିଁ। ୟୁଟ୍ଯୁବ ରିୟଲିଟି ସୋ ରେ ରଣବୀର ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ସାରା ଦେଶରେ କ୍ଷୋଭ ପ୍ରକାଶ ପାଇଛି। ତାଙ୍କ ମନ୍ତବ୍ଯକୁ ସବୁ ମହଲରେ ନିନ୍ଦା କରାଯାଇଛି।
The post ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଝଟକା, ଶୀଘ୍ର ଶୁଣାଣି କରିବାକୁ ମନାକଲେ କୋର୍ଟ appeared first on .