ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଉଚିତ। ହେଲେ ମୋର ଉପସ୍ଥିତରେ ବୈଠକ ହେଉନାହିଁ, କି ମୋତେ କୌଣସି ସୂଚନା ମିଳୁନାହିଁ। ମୁଁ କେମିତି ପରାମର୍ଶ ଦେବି । ଶାସନତନ୍ତ୍ରର ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଜ୍ଞାନ ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ନେଇ ମୁଁ […] The post ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ… appeared first on Dharitri Odia News.

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ କୌଣସି ପଦକ୍ଷେପ ନେବା ପୂର୍ବରୁ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବା ଉଚିତ। ହେଲେ ମୋର ଉପସ୍ଥିତରେ ବୈଠକ ହେଉନାହିଁ, କି ମୋତେ କୌଣସି ସୂଚନା ମିଳୁନାହିଁ। ମୁଁ କେମିତି ପରାମର୍ଶ ଦେବି । ଶାସନତନ୍ତ୍ରର ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ଜ୍ଞାନ ନାହିଁ । ତେଣୁ ରତ୍ନଭଣ୍ଡାର ଖୋଲିବା ନେଇ ମୁଁ କିଛି ଜାଣି ନାହିଁ, ମୁଁ କିଛି କହି ପାରିବି ନାହିଁ। କାହିଁକି କମିଟି ଗଠନ ହୋଇଛି ମୋତେ କିଛି ଜଣା ନାହିଁ’ ।

ସୂଚନାଯୋଗ୍ୟ, ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ ଆଜି ବସିବ। ପୂର୍ବାହ୍ନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଏହି ବୈଠକ ଅନୁଷ୍ଠିତ ହେବ। ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ୧୬ ଜଣିଆ ଟିମ ସଦସ୍ୟ ରତ୍ନଭଣ୍ଡାର କେବେ ଖୋଲିବ ସେନେଇ ବିସ୍ତୃତ ଆଲୋଚନା କରିବେ। ଯଦି ରଥଯାତ୍ରା ସମୟରେ ଖୋଲାଯାଏ, ତେବେ କିଭଳି ପ୍ରକ୍ରିୟା ରହିବ ତା ଉପରେ ସବିଶେଷ ଆଲୋଚନା କରାଯିବ।

ବିଜେଡି ସରକାର ସମୟରେ ରତ୍ନ ଭଣ୍ଡାର ଯାଞ୍ଚ ନିମନ୍ତେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଅରଜିତ୍‌ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠିତ ହୋଇଥିଲା। ହେଲେ ଭାଜପା ସରକାର ଏହି କମିଟିକୁ ଭାଙ୍ଗି ଦେବା ସହ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି ।

 

 

The post ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ… appeared first on Dharitri Odia News.