ରତ୍ନଭଣ୍ଡାର ଖୋଲାଗଲା ପରେ କେମିତି ଥିଲା ଭିତରର ବାତାବରଣ, ବଖାଣିଲେ ତଦାରଖ କମିଟିର ଅଧ୍ୟକ୍ଷ
ପୁରୀ: ରତ୍ନଭଣ୍ଡାର ଖୋଲାଗଲା ପରେ ଅସ୍ଥାୟୀ ଜାଗାକୁ ସ୍ଥାନାନ୍ତରିତ ହୋଇ ସାରିଛି ମହାପ୍ରଭୂଙ୍କ ରତ୍ନ। ହେଲେ ଏବେ ମଧ୍ୟ ଭଣ୍ଡାର ଭିତରର ସମସ୍ତ ରହସ୍ୟ ସାମନାକୁ ଆସି ପାରି ନାହିଁ। ଭିତର ଭଣ୍ଡାରର ତାଲା ଭଙ୍ଗା ଯାଇଥିଲେ ମଧ୍ୟ ଏହା ନିବୁଜ କବାଟ ଥିଲା ନା ଜାଲିରେ ତିଆରି ? ଭିତର ରତ୍ନଭଣ୍ଡାରକୁ ଗଲାବେଳେ କୌଣସି ଭୟର ବାତାବରଣ ଥିଲା ନା କୌଣସି ଅଲୌକିକ ଅନୁଭବ ପାଇଥିଲେ କି ତଦାରଖ କମିଟିର ସଦସ୍ୟମାନେ? ନ୍ୟୁଜ ୭ ସହ ସ୍ଵତନ୍ତ୍ର ଆଲୋଚନା ସମୟରେ ଏମିତି ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।ଦୀର୍ଘ ୪ ଦଶନ୍ଧି ଧରି ଭିତର ରନ୍ତଭଣ୍ଡାର ବନ୍ଦ ପଡିଥିଲ ମଧ୍ୟ ତା ଭିତରେ ଝିଟିପିଟି, ଅସରପା କି କୌଣସି ଛୋଟ କୀଟପତଙ୍ଗକୁ କାହିଁକି ଦେଖି ପାରି ନ ଥିଲେ କମିଟିର ସଦସ୍ୟମାନେ? ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଜଷ୍ଟିସ ବିଶ୍ବନାଥ ରଥ । ୧୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ବେଳେ ସେଠାରେ କେଉଁ ଅଲୌକିକ ସତ୍ତାକୁ ଅନୁଭବ କରିଥଲେ କମିଟି ସଦସ୍ୟମାନେ ? ଏଭଳି ଅନେକ କଥା କହିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ । ରତ୍ନ ଭଣ୍ଡାର ତଦାରଖ ବେଳେ କମିଟିର ସଦସ୍ୟମାନଙ୍କ ଅନୁଭବ ମଧ୍ୟ ଥିଲା ଭିନ୍ନ । ଭିତରେ କେହି ଭୟଭୀତ ନ ଥିଲେ। ହେଲେ ମହାପ୍ରଭୂଙ୍କ ସତ୍ତାକୁ
ପୁରୀ: ରତ୍ନଭଣ୍ଡାର ଖୋଲାଗଲା ପରେ ଅସ୍ଥାୟୀ ଜାଗାକୁ ସ୍ଥାନାନ୍ତରିତ ହୋଇ ସାରିଛି ମହାପ୍ରଭୂଙ୍କ ରତ୍ନ। ହେଲେ ଏବେ ମଧ୍ୟ ଭଣ୍ଡାର ଭିତରର ସମସ୍ତ ରହସ୍ୟ ସାମନାକୁ ଆସି ପାରି ନାହିଁ। ଭିତର ଭଣ୍ଡାରର ତାଲା ଭଙ୍ଗା ଯାଇଥିଲେ ମଧ୍ୟ ଏହା ନିବୁଜ କବାଟ ଥିଲା ନା ଜାଲିରେ ତିଆରି ? ଭିତର ରତ୍ନଭଣ୍ଡାରକୁ ଗଲାବେଳେ କୌଣସି ଭୟର ବାତାବରଣ ଥିଲା ନା କୌଣସି ଅଲୌକିକ ଅନୁଭବ ପାଇଥିଲେ କି ତଦାରଖ କମିଟିର ସଦସ୍ୟମାନେ? ନ୍ୟୁଜ ୭ ସହ ସ୍ଵତନ୍ତ୍ର ଆଲୋଚନା ସମୟରେ ଏମିତି ଅନେକ ରହସ୍ୟ ଉପରୁ ପରଦା ଉଠାଇଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।
ଦୀର୍ଘ ୪ ଦଶନ୍ଧି ଧରି ଭିତର ରନ୍ତଭଣ୍ଡାର ବନ୍ଦ ପଡିଥିଲ ମଧ୍ୟ ତା ଭିତରେ ଝିଟିପିଟି, ଅସରପା କି କୌଣସି ଛୋଟ କୀଟପତଙ୍ଗକୁ କାହିଁକି ଦେଖି ପାରି ନ ଥିଲେ କମିଟିର ସଦସ୍ୟମାନେ? ଏହି ରହସ୍ୟ ଉପରୁ ପରଦା ଉଠାଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ସଦସ୍ୟ ଜଷ୍ଟିସ ବିଶ୍ବନାଥ ରଥ । ୧୮ ତାରିଖରେ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ସମସ୍ତ ରତ୍ନ ସ୍ଥାନାନ୍ତର କରାଯାଇଛି । ସ୍ଥାନାନ୍ତର ବେଳେ ସେଠାରେ କେଉଁ ଅଲୌକିକ ସତ୍ତାକୁ ଅନୁଭବ କରିଥଲେ କମିଟି ସଦସ୍ୟମାନେ ? ଏଭଳି ଅନେକ କଥା କହିଛନ୍ତି ରତ୍ନଭଣ୍ଡାର କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ।
ରତ୍ନ ଭଣ୍ଡାର ତଦାରଖ ବେଳେ କମିଟିର ସଦସ୍ୟମାନଙ୍କ ଅନୁଭବ ମଧ୍ୟ ଥିଲା ଭିନ୍ନ । ଭିତରେ କେହି ଭୟଭୀତ ନ ଥିଲେ। ହେଲେ ମହାପ୍ରଭୂଙ୍କ ସତ୍ତାକୁ ଅନୁଭବ କରିଥିଲେ ସମସ୍ତେ । କୌଣସି ବସ୍ତୁକୁ ଛୁଇଁବା ବେଳେ ଏକସ୍ବରରେ ଜୟ ଜଗନ୍ନାଥ କହୁଥିଲେ ସଦସ୍ୟମାନେ। ଭିତରେ ଥିବାବେଳେ ପ୍ରଭୁଙ୍କୁ ସୁମରି କିଭଳି ଗାୟତ୍ରୀ ମନ୍ତ୍ର ଗାଇ ଚାଲିଥିଲେ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ ସେ କଥା କହିଛନ୍ତି । ଏପରିକି ସ୍ବୟଂ ମହାପ୍ରଭୁ ହିଁ ସମସ୍ତ କାମକୁ ବିନା ବାଧାବିଘ୍ନରେ ସଦସ୍ୟମାନଙ୍କ ଦ୍ବାରା କରାଉଥିଲେ ବୋଲି ସୂଚନା ଦେଇଛନ୍ତି ଜଷ୍ଟିସ ବିଶ୍ବନାଥ ରଥ।
ତଦାରଖ କମିଟି ଗଠନ ହେବାର ୨ ସପ୍ତାହ ମଧ୍ୟରେ ସବୁ କାମ ସରିଛି। ଏବେ ଏଏସଆଇ କାମ ସରିବା ପରେ ହେବ ରତ୍ନଗୁଡ଼ିକର ଗଣତି ଓ ମଣତି। ଏହା ମଧ୍ୟ ପ୍ରଭୁଙ୍କ ଦୟାରୁ ସୁରୁଖୁରୁରେ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ତଦାରଖ କମିଟିର ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ।