ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୯ା୬: ଆସନ୍ତା ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ସମସ୍ତ ଓଡ଼ିଆ ଏବଂ ସନାତନୀମାନଙ୍କର ଭାବାବେଗ ସହ ଜଡ଼ିତ। ରତ୍ନଭଣ୍ଡାର ଖୋଲିବା ନେଇ ଓଡ଼ିଶାବାସୀଙ୍କ ଦାବି ରହିଥିଲା। ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦିଆଯାଇ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ନିଆଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। […] The post ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଧର୍ମେନ୍ଦ୍ର ପ୍ରଧାନ appeared first on Dharitri Odia News.

ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର,୧୯ା୬: ଆସନ୍ତା ଜୁଲାଇ ୮ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିର ଏବଂ ରତ୍ନଭଣ୍ଡାର ସମସ୍ତ ଓଡ଼ିଆ ଏବଂ ସନାତନୀମାନଙ୍କର ଭାବାବେଗ ସହ ଜଡ଼ିତ। ରତ୍ନଭଣ୍ଡାର ଖୋଲିବା ନେଇ ଓଡ଼ିଶାବାସୀଙ୍କ ଦାବି ରହିଥିଲା। ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦିଆଯାଇ ଆସନ୍ତା ଜୁଲାଇ ୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ପାଇଁ ଏଏସ୍‌ଆଇ ପକ୍ଷରୁ ନିଷ୍ପତ୍ତି ନିଆଯିବା ସ୍ବାଗତଯୋଗ୍ୟ ପଦକ୍ଷେପ।

ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ବତନ୍ତ୍ର କମିଟି ଗଠନ କରାଯାଇଥିବା ବେଳେ ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ସହ ଯାଞ୍ଚ କରାଯିବ। ରତ୍ନଭଣ୍ଡାର ଖୋଲାଯିବା ପରେ ସେଠାରେ ଥିବା ଅଳଙ୍କାର ଏବଂ ତତ୍‌ସହ ଜଡ଼ିତ ଅନେକ ରହସ୍ୟ ଉନ୍ମୋଚନ ହେବ ବୋଲି ବିଶ୍ୱାସ। ଭାଜପା ସର୍ବଦା ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦେଇଆସିଛି। ରତ୍ନଭଣ୍ଡାର ଖୋଲିବାର ନିଷ୍ପତ୍ତି ନେଇଥିବାରୁ ଏଏସ୍‌ଆଇକୁ ଧନ୍ୟବାଦ ବୋଲି ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲ୍‌ରେ ଲେଖିଛନ୍ତି।

The post ରତ୍ନଭଣ୍ଡାର ଖୋଲିବା ନେଇ ଏମିତି କହିଲେ ଧର୍ମେନ୍ଦ୍ର ପ୍ରଧାନ appeared first on Dharitri Odia News.