IPL 2024, CSK Vs RCB : ଚେନ୍ନାଇ ଆଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

ଚେନ୍ନାଇ: ଆଇପିଏଲ ୨୦୨୪ର ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ କରିବାରେ ସଫଳ ହୋଇଛି । ଟିମ୍ ପକ୍ଷରୁ ଅନୁଜ ରାୱତ ସର୍ବାଧିକ ୪୮ ରନ କରିଥିଲେ । ୧୭୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗ୍ସ ।ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଆରସିବି ଦମଦାର ଆରମ୍ଭ କରିଥିଲା । ଦୁଇ ଓପନର ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ପ୍ରଥମ ୱିକେଟ୍ ପାଇଁ ୪୧ ରନର ଭଗିଦାରୀ କରିଥିଲେ । ୩୫ ରନର ବ୍ୟକ୍ତିଗତ ସ୍କୋରରେ ଫାଫ୍ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ କୋହଲି ୨୧ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଏହାପରେ ଟିମକୁ ଲାଗାତର ଦୁଇଟି ଝଟକା ଲାଗିଥିଲା । ରଜତ ପାଟିଦାର ଏବଂ ଗ୍ଲେମ ମ୍ୟାକ୍ସୱେଲ କୌଣସି ରନ ନକରି ଆଉଟ୍ ହୋଇଥିଲେ । ଟିମ୍ ୭୮ ରନରେ କ୍ୟାମେରନ୍ ଗ୍ରୀନଙ୍କ ରୂପରେ ପଞ୍ଚମ ୱିକେଟ୍ ହରାଇଥିଲା । ଶେଷରେ ଅନୁଜ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ୬୬ ରନର ପାର୍ଟନରଶିପ୍ ହୋଇଥିଲା । ଅନୁଜ ୪୮ ରନ କରି ରନ ଆଉଟ୍ ହୋଇଥିବା ବେଳେ କାର୍ତ୍ତିକ ଅପରାଜିତ ୩୮ ରନ କରିଥିଲେ । ଚେନ୍ନାଇ ପାଇଁ ମୁସ୍ତାଫିଜୁର ରହମାନ ସର୍ବାଧିକ ୪ ୱିକେଟ୍ ନେଇଥିଲେ । 

IPL 2024, CSK Vs RCB : ଚେନ୍ନାଇ ଆଗରେ ୧୭୪ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ବେଙ୍ଗାଲୁରୁ

ଚେନ୍ନାଇ: ଆଇପିଏଲ ୨୦୨୪ର ପ୍ରଥମ ମୁକାବିଲା ଚେନ୍ନାଇର ଏମଏ ଚିଦାମ୍ୱରମ ଷ୍ଟାଡିୟମରେ ଖେଳାଯାଉଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ କରିବାରେ ସଫଳ ହୋଇଛି । ଟିମ୍ ପକ୍ଷରୁ ଅନୁଜ ରାୱତ ସର୍ବାଧିକ ୪୮ ରନ କରିଥିଲେ । ୧୭୪ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇବ ଚେନ୍ନାଇ ସୁପର କିଙ୍ଗ୍ସ ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ଓହ୍ଲାଇଥିବା ଆରସିବି ଦମଦାର ଆରମ୍ଭ କରିଥିଲା । ଦୁଇ ଓପନର ବିରାଟ କୋହଲି ଏବଂ ଫାଫ୍ ଡୁ ପ୍ଲେସିସ୍ ପ୍ରଥମ ୱିକେଟ୍ ପାଇଁ ୪୧ ରନର ଭଗିଦାରୀ କରିଥିଲେ । ୩୫ ରନର ବ୍ୟକ୍ତିଗତ ସ୍କୋରରେ ଫାଫ୍ ଆଉଟ୍ ହୋଇ ପାଭେଲିୟନ ଫେରିଥିଲେ । ଏହାପରେ କୋହଲି ୨୧ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ଏହାପରେ ଟିମକୁ ଲାଗାତର ଦୁଇଟି ଝଟକା ଲାଗିଥିଲା । ରଜତ ପାଟିଦାର ଏବଂ ଗ୍ଲେମ ମ୍ୟାକ୍ସୱେଲ କୌଣସି ରନ ନକରି ଆଉଟ୍ ହୋଇଥିଲେ । ଟିମ୍ ୭୮ ରନରେ କ୍ୟାମେରନ୍ ଗ୍ରୀନଙ୍କ ରୂପରେ ପଞ୍ଚମ ୱିକେଟ୍ ହରାଇଥିଲା । ଶେଷରେ ଅନୁଜ ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରେ ୬୬ ରନର ପାର୍ଟନରଶିପ୍ ହୋଇଥିଲା । ଅନୁଜ ୪୮ ରନ କରି ରନ ଆଉଟ୍ ହୋଇଥିବା ବେଳେ କାର୍ତ୍ତିକ ଅପରାଜିତ ୩୮ ରନ କରିଥିଲେ । ଚେନ୍ନାଇ ପାଇଁ ମୁସ୍ତାଫିଜୁର ରହମାନ ସର୍ବାଧିକ ୪ ୱିକେଟ୍ ନେଇଥିଲେ ।