ରତ୍ନଭଣ୍ଡାର ଗଣତିମଣତି ନେଇ ବଡ଼ ସୂଚନା ଦେଲେ ଆଇନ୍ ମନ୍ତ୍ରୀ, କହିଲେ ଆସିବେ ଦୁଇଜଣ ଏକ୍ସପର୍ଟ
ସରକାର ଆରବିଆଇକୁ ଲେଖିଥିଲେ ଦୁଇଜଣ ଏକ୍ସପର୍ଟଙ୍କୁ ଦେବା ପାଇଁ। ସେମାନେ ଦୁଇ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟିର ଅନୁମତି କ୍ରମେ ରତ୍ନ ସବୁକୁ ଭିତର ରତ୍ନ ଭଣ୍ଡାରକୁ ସ୍ଥାନାନ୍ତରିତ କରାଯିବ।