ରତ୍ନଭଣ୍ଡାରରେ ରହିଛି ଏକାଧିକ ଫାଟ : ଆରମ୍ଭ ହେବ ମରାମତି , ନୀଳଗିରିରୁ ଆସିବ ଉନ୍ନତମାନର ପଥର ଓ ବ୍ଲାକ ଗ୍ରାନାଇଟ

କନକ ବ୍ୟୁରୋ: ରତ୍ନଭଣ୍ଡାରରେ ରହିଛି ଏକାଧିକ ଫାଟ । ରହିଛି ଏକାଧିକ ମୂଷା ଗାତ। ଷ୍ଟୋନ ବିମରେ ଲାଗିଛି ଜଙ୍କ । ଫାଟ ଥିବା ପଥର କରାଯିବ ପ୍ରତି ସ୍ଥାପନ। ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ । ରତ୍ନଭଣ୍ଡାର ମରାମତି କାମରେ ଲାଗିବ ନୀଳଗିରିର ପଥର । ଉନ୍ନତମାନର ପଥର କାର୍ଯ୍ୟ ଉପରେ ଏଏସଆଇର ଗୁରୁତ୍ବ ଦେଇଛି। ପ୍ରଥମେ ଚୂନ ପଥର ଗୁଡ଼ିକୁ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ରିପ୍ଲେସ କରାଯିବ।  ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ । ନୀଳଗିରିରୁ ଆସିବ ଉନ୍ନତମାନର ପଥର ଓ ବ୍ଲାକ ଗ୍ରାନାଇଟ । ରତ୍ନଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା କାନ୍ଥରେ ରହିଛି ଏକାଧିକ ଫାଟ। ଚଟାଣରେ ମଧ୍ୟ ଫାଟ ରହିଛି। ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜିପିଆର୍  ସର୍ଭେରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ । ସେଇଭଳି ଷ୍ଟୋନ ବିମରେ ଲାଗିଛି ଜଙ୍କ ବା କଳଙ୍କି । ଏହି ଷ୍ଟୋନ ବିମ ବା ରଟ ଆଇରନକୁ ମଧ୍ୟ ପ୍ରତି ସ୍ଥାପନ କରିବ ଏଏସଆଇ । ଆସନ୍ତା ଡିସେମ୍ବର ୧୭ ତାରିଖରୁ ଦୈନିକ ପ୍ରାୟ ୫ରୁ ୬ ଘଣ୍ଟା କାମ କରିବ ଏଏସଆଇ ।  

ରତ୍ନଭଣ୍ଡାରରେ ରହିଛି ଏକାଧିକ ଫାଟ : ଆରମ୍ଭ ହେବ ମରାମତି , ନୀଳଗିରିରୁ ଆସିବ ଉନ୍ନତମାନର ପଥର ଓ ବ୍ଲାକ ଗ୍ରାନାଇଟ

କନକ ବ୍ୟୁରୋ: ରତ୍ନଭଣ୍ଡାରରେ ରହିଛି ଏକାଧିକ ଫାଟ । ରହିଛି ଏକାଧିକ ମୂଷା ଗାତ। ଷ୍ଟୋନ ବିମରେ ଲାଗିଛି ଜଙ୍କ । ଫାଟ ଥିବା ପଥର କରାଯିବ ପ୍ରତି ସ୍ଥାପନ। ନୀଳଗିରି ପଥରରେ କରାଯିବ ମରାମତି କାର୍ଯ୍ୟ ।

ରତ୍ନଭଣ୍ଡାର ମରାମତି କାମରେ ଲାଗିବ ନୀଳଗିରିର ପଥର । ଉନ୍ନତମାନର ପଥର କାର୍ଯ୍ୟ ଉପରେ ଏଏସଆଇର ଗୁରୁତ୍ବ ଦେଇଛି। ପ୍ରଥମେ ଚୂନ ପଥର ଗୁଡ଼ିକୁ ପ୍ରତିସ୍ଥାପନ ବା ରିପ୍ଲେସ କରାଯିବା ପରେ ଫାଟ ରହିଥିବା ପଥର ଗୁଡ଼ିକୁ ରିପ୍ଲେସ କରାଯିବ। 

ପୂର୍ଣ୍ଣାଙ୍ଗ ମରାମତି କାମ ଉପରେ ଦିଆଯିବ ଗୁରୁତ୍ବ । ନୀଳଗିରିରୁ ଆସିବ ଉନ୍ନତମାନର ପଥର ଓ ବ୍ଲାକ ଗ୍ରାନାଇଟ । ରତ୍ନଭଣ୍ଡାରରେ ରହିଛି ଭର୍ଟିକାଲ କ୍ରାକ୍ସ ବା କାନ୍ଥରେ ରହିଛି ଏକାଧିକ ଫାଟ। ଚଟାଣରେ ମଧ୍ୟ ଫାଟ ରହିଛି। ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡର ବା ଜିପିଆର୍  ସର୍ଭେରୁ ସ୍ପଷ୍ଟ ହୋଇଛି ରତ୍ନ ଭଣ୍ଡାରରେ କେଉଁ ସ୍ଥାନରେ ଗାତ ଓ କେଉଁ ସ୍ଥାନରେ କେତେ ମାତ୍ରାରେ ରହିଛି ଫାଟ ।

ସେଇଭଳି ଷ୍ଟୋନ ବିମରେ ଲାଗିଛି ଜଙ୍କ ବା କଳଙ୍କି । ଏହି ଷ୍ଟୋନ ବିମ ବା ରଟ ଆଇରନକୁ ମଧ୍ୟ ପ୍ରତି ସ୍ଥାପନ କରିବ ଏଏସଆଇ । ଆସନ୍ତା ଡିସେମ୍ବର ୧୭ ତାରିଖରୁ ଦୈନିକ ପ୍ରାୟ ୫ରୁ ୬ ଘଣ୍ଟା କାମ କରିବ ଏଏସଆଇ ।