ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟକା । ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ.କବିତାଙ୍କୁ ଝଟକା । ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ପୁଅ, ଝିଅଙ୍କ ପରୀକ୍ଷା ଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ କବିତା । ଶୁଣାଣୀ ସମୟରେ କୋର୍ଟ କହିଛନ୍ତି କବିତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଏହା ସଠିକ ସମୟ ନୁହେଁ । ସେପଟେ କୋର୍ଟରେ କବିତାଙ୍କ ଆବେଦନକୁ ବିରୋଧ କରିଥିଲା ଇଡି । ପ୍ରମାଣ […] The post ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟକା । ଅନ୍ତରୀଣ ଜାମିନ୍ ଆବେଦନ ଖାରଜ first appeared on Kanak News.

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟକା । ଅନ୍ତରୀଣ ଜାମିନ୍ ଆବେଦନ ଖାରଜ

କନକ ବ୍ୟୁରୋ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ବିଆରଏସ ନେତ୍ରୀ କେ.କବିତାଙ୍କୁ ଝଟକା । ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀ ରାଉଜ ଏଭିନ୍ୟୁ କୋର୍ଟ । ପୁଅ, ଝିଅଙ୍କ ପରୀକ୍ଷା ଥିବା ଦର୍ଶାଇ ଜାମିନ ଆବେଦନ କରିଥିଲେ କବିତା । ଶୁଣାଣୀ ସମୟରେ କୋର୍ଟ କହିଛନ୍ତି କବିତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ ପାଇଁ ଏହା ସଠିକ ସମୟ ନୁହେଁ । ସେପଟେ କୋର୍ଟରେ କବିତାଙ୍କ ଆବେଦନକୁ ବିରୋଧ କରିଥିଲା ଇଡି । ପ୍ରମାଣ ନଷ୍ଟ କରିବା ପାଇଁ, ସାକ୍ଷ୍ୟଙ୍କୁ ପ୍ରଭାବିତ କରିବା ପାଇଁ କବିତା ଜାମିନ ଚାହୁଁଥିବା କୋର୍ଟରେ କହିଥିଲା ଇଡି । ବିଆରଏସ ନେତ୍ରୀଙ୍କ ସାଉଥ ଗ୍ରୁପ ଓ ଦିଲ୍ଲୀ ମଦ ଦୁର୍ନୀତି ସହ ରହିଛି ବଡ କନେକ୍ସନ । ଆପ ସରକାରଙ୍କୁ ୧୦୦କୋଟି ଟଙ୍କା ଦେଇଥିବା ଅଭିଯୋଗ ରହିଛି । ଏଥିସହ ପ୍ରମାଣ ନଷ୍ଟ କରିବା ପାଇଁ ଯେଉଁ ୧୭୦ ଫୋନ ନଷ୍ଟ କରାଯାଇଥିଲା । ସେଥିରୁ ୧୦ଟି ଫୋନ କବିତାଙ୍କ ରହିଥିବା ଇଡି କୋର୍ଟରେ କହିଛି । କବିତାଙ୍କୁ ମାର୍ଚ୍ଚ ୧୫ରେ ଗିରଫ କରିଥିଲା ଇଡି । କିଛି ଦିନ ଇଡି ରିମାଣ୍ଡରେ ରହିବା ପରେ କୋର୍ଟ ବିଚାର ବିଭାଗୀୟ ହାଜତକୁ ପଠାଇଥିଲେ । ଏପ୍ରିଲ ୧୫ ପର୍ଯ୍ୟନ୍ତ ହାଜତରେ ରହିବେ କବିତା ।

The post ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଝଟକା । ଅନ୍ତରୀଣ ଜାମିନ୍ ଆବେଦନ ଖାରଜ first appeared on Kanak News.