ରଥ ଚକା ମାଡ଼ିଗଲା, ଭଂଜନଗରରେ ମହିଳା ଗୁରୁତର

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ରଥ ସାହିରେ ପାଳିତ ହେଉଥିବା ରଥଯାତ୍ରାରେ ରଥ ଟାଣିବା ସମୟରେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଅଘଟଣ ଘଟିଛି। ରଥ ଚକା ମାଡିଯିବାରୁ ଜଣେ ମହିଳାଙ୍କ ପାଦରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ପୁଣି ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଆହତ ମହିଳା ଜଣକ ହେଲେ ଭଞ୍ଜନଗର ସହରର କଲ୍ୟାଣୀ ପଣ୍ଡା । ରଥ […] The post ରଥ ଚକା ମାଡ଼ିଗଲା, ଭଂଜନଗରରେ ମହିଳା ଗୁରୁତର appeared first on Dharitri Odia News.

ରଥ ଚକା ମାଡ଼ିଗଲା, ଭଂଜନଗରରେ ମହିଳା ଗୁରୁତର

ଭଞ୍ଜନଗର,୨୭।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ରଥ ସାହିରେ ପାଳିତ ହେଉଥିବା ରଥଯାତ୍ରାରେ ରଥ ଟାଣିବା ସମୟରେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଅଘଟଣ ଘଟିଛି। ରଥ ଚକା ମାଡିଯିବାରୁ ଜଣେ ମହିଳାଙ୍କ ପାଦରେ ପ୍ରବଳ ଆଘାତ ଲାଗିଛି। ତାଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ପୁଣି ବ୍ରହ୍ମପୁର ବଡ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଆହତ ମହିଳା ଜଣକ ହେଲେ ଭଞ୍ଜନଗର ସହରର କଲ୍ୟାଣୀ ପଣ୍ଡା । ରଥ ଟାଣିବା ସମୟରେ ଭିଡ ଥିବା ଯୋଗୁଏହି ଅଘଟଣ ଘଟିିଥିବା ସୂଚନା ମିଳିଛି।

The post ରଥ ଚକା ମାଡ଼ିଗଲା, ଭଂଜନଗରରେ ମହିଳା ଗୁରୁତର appeared first on Dharitri Odia News.