ରଥଯାତ୍ରା ଉପଲକ୍ଷେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଦ୍ଵାରା ୨ ଦିନିଆ ଚିତ୍ରକଳା କର୍ମଶାଳା
ଭୁବନେଶ୍ୱର: ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଦ୍ଵାରା ଏକ ୨ ଦିନିଆ ଚିତ୍ରକଳା କର୍ମଶାଳା ଭୁବନେଶ୍ଵରରେ ଥିବା ଓଡିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆଜିଠାରୁ ଆୟୋଜନ କରାଯାଉଛି। ଜଗନ୍ନାଥ ସଂସ୍କୃତିକୁ ରଙ୍ଗ କାନଭାସରେ ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର ପାଇଁ ମହାବିଦ୍ୟାଳୟର ଏକ ପ୍ରୟାସ ଏ ବର୍ଷ ଠାରୁ ଆରମ୍ଭ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଯଥା – ରଘୁନାଥ ସାହୁ, ସ୍ବର୍ଣ୍ଣ ଲତା ଶତପଥୀ, ବିଶ୍ୱ ରଞ୍ଜନ କର, […] The post ରଥଯାତ୍ରା ଉପଲକ୍ଷେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଦ୍ଵାରା ୨ ଦିନିଆ ଚିତ୍ରକଳା କର୍ମଶାଳା appeared first on Odisha.News.

ଭୁବନେଶ୍ୱର: ପବିତ୍ର ଘୋଷ ଯାତ୍ରା ଉପଲକ୍ଷେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଦ୍ଵାରା ଏକ ୨ ଦିନିଆ ଚିତ୍ରକଳା କର୍ମଶାଳା ଭୁବନେଶ୍ଵରରେ ଥିବା ଓଡିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀରେ ଆଜିଠାରୁ ଆୟୋଜନ କରାଯାଉଛି। ଜଗନ୍ନାଥ ସଂସ୍କୃତିକୁ ରଙ୍ଗ କାନଭାସରେ ବିଶ୍ୱବ୍ୟାପୀ ପ୍ରଚାର ଓ ପ୍ରସାର ପାଇଁ ମହାବିଦ୍ୟାଳୟର ଏକ ପ୍ରୟାସ ଏ ବର୍ଷ ଠାରୁ ଆରମ୍ଭ କରାଯାଇଛି। ଏଥିରେ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ଯଥା – ରଘୁନାଥ ସାହୁ, ସ୍ବର୍ଣ୍ଣ ଲତା ଶତପଥୀ, ବିଶ୍ୱ ରଞ୍ଜନ କର, ପ୍ରଶାନ୍ତ କୁମାର ମିଶ୍ର, ବଶୀନ ତଡ଼ୁ, ମନୋରଞ୍ଜନ ଦାସ ଏବଂ ଛାତ୍ର -ମାନସ ସାହୁ, ଅଭିପ୍ସା ସ୍ୱାଇଁ, ଶିବାନନ୍ଦ ନାୟକ, ଦିନେଶ ମୁଦୁଲି, ସୁଶ୍ରୀ ରୋଜାଲିନ ବେହେରା, ମନୀଷା ଚଲବେରି, ଶୁଭଶ୍ରୀ ନାୟକ, ସମୀର ସାମଲ, ତନ୍ମୟ ରଞ୍ଜନ ମହାରଣା, ଇତ୍ୟାଦି ଭାଗ ନେଇଛନ୍ତି। ଚିତ୍ର ସମୀକ୍ଷକ ବିକାଶ ଚୌଧୁରୀଙ୍କ ଦ୍ଵାରା ଏହି କର୍ମଶାଳା ଉଦଘାଟନ କରାଯାଇଥିଲା। ଏହା ଆସନ୍ତାକାଲି ଶେଷ ହୋଇ ଜନ ସାଧାରଣଙ୍କ ପାଇଁ ପ୍ରଦର୍ଶିତ କରାଯିବ ବୋଲି କଲେଜ ର ପ୍ରତିଷ୍ଠାତା ତାରାକାନ୍ତ ପରିଡା ଜଣାଇଛନ୍ତି।
The post ରଥଯାତ୍ରା ଉପଲକ୍ଷେ କଳିଙ୍ଗ ଚାରୁକଳା ମହାବିଦ୍ୟାଳୟ ଦ୍ଵାରା ୨ ଦିନିଆ ଚିତ୍ରକଳା କର୍ମଶାଳା appeared first on Odisha.News.