ରଥଯାତ୍ରା: ତିନି ଠାକୁରଙ୍କ ଦର୍ଶନ କଲେ ଶହଶହ ଶିଶୁ
କର୍ଲାମୁଣ୍ଡା:୨୭।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା (ବସ୍ତି)ଠାରେ ହଜାର ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ନୀତିକାନ୍ତି ରେ ପୂଜାର୍ଚ୍ଚନା ସହ ରଥ ଉପରକୁ ବିଜେ କରାଯାଇଥିଲା। ଜଗନ୍ନାଥ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ସୁବ୍ୟବସ୍ଥା କରାଯାଇଥିଲା। ଏଥିରେ କର୍ଲାମୁଣ୍ଡା ବ୍ଲକର ଡୁକେରମାଲ ମହିଳା ସଂକୀର୍ତ୍ତନ ଦଳର ଭଜନ ପରିବେଷଣ ଭକ୍ତ ମାନଙ୍କୁ ଆକର୍ଷିତ […] The post ରଥଯାତ୍ରା: ତିନି ଠାକୁରଙ୍କ ଦର୍ଶନ କଲେ ଶହଶହ ଶିଶୁ appeared first on Dharitri Odia News.
କର୍ଲାମୁଣ୍ଡା:୨୭।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା (ବସ୍ତି)ଠାରେ ହଜାର ହଜାର ହଜାର ଭକ୍ତଙ୍କ ସମାଗମରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ନୀତିକାନ୍ତି ରେ ପୂଜାର୍ଚ୍ଚନା ସହ ରଥ ଉପରକୁ ବିଜେ କରାଯାଇଥିଲା। ଜଗନ୍ନାଥ ପୂଜା କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଶାନ୍ତି ଶୃଙ୍ଖଳା ସୁବ୍ୟବସ୍ଥା କରାଯାଇଥିଲା। ଏଥିରେ କର୍ଲାମୁଣ୍ଡା ବ୍ଲକର ଡୁକେରମାଲ ମହିଳା ସଂକୀର୍ତ୍ତନ ଦଳର ଭଜନ ପରିବେଷଣ ଭକ୍ତ ମାନଙ୍କୁ ଆକର୍ଷିତ କରିଥିଲା। ତେବେ ଶିଶୁମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳମୟ ତଥା ସୁସ୍ଥ ସବଳ ହେବାର କାମନାରେ ମାତା ପିତାମାନେ ଶହ ଶହ ଶିଶୁଙ୍କୁ ରଥାରୂଢ ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ଦର୍ଶନ କରାଇଥିଲେ। ସେହିପରି ବ୍ଲକର ରିଷିଡା,ଟକାରୁମାଲ,ରେଗଡା, ତେରେସିଙ୍ଗା, ଗଜବାହଲ ,ରାଜପୁର ଆଦି ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହୋଇଥିବା ଜଣାପଡିଛି।
The post ରଥଯାତ୍ରା: ତିନି ଠାକୁରଙ୍କ ଦର୍ଶନ କଲେ ଶହଶହ ଶିଶୁ appeared first on Dharitri Odia News.