ରଥଯାତ୍ରା ଦେଖିବେ ରାଷ୍ଟ୍ରପତି, ପୁରୀ ଅଭିମୁଖେ ବାହାରିଲେ ମହାମହିମ

ଆଜି ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ବାହାରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି ।

ରଥଯାତ୍ରା ଦେଖିବେ ରାଷ୍ଟ୍ରପତି, ପୁରୀ ଅଭିମୁଖେ ବାହାରିଲେ ମହାମହିମ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କାଳିଆ ସାଆନ୍ତଙ୍କ ଘୋଷଯାତ୍ରାରେ ସାମିଲ ହେବା ପାଇଁ କାହିଁ କେତେଦୂରରୁ ଧାଇଁ ଆସୁଛନ୍ତି ଭକ୍ତ । କଣ୍ଠରେ ମହାପ୍ରଭୁଙ୍କ ଭଜନ। ହାତରେ ମୃଦଙ୍ଗ ସହ ଝାଞ୍ଜ। ରଥାରୂଢ ଚତୁର୍ଦ୍ଧା ମୂରତିଙ୍କୁ ଦର୍ଶନ ସହ ରଥ ଦଉଡ଼ି ଟାଣି ଜୀବନକୁ ଧନ୍ୟ ମଣିବା ପାଇଁ ମାଇଲ ମାଇଲ ବାଟ ଅତିକ୍ରମ କରି ଶ୍ରୀକ୍ଷେତ୍ର ମୁହାଁ ଶ୍ରଦ୍ଧାଳୁ ।

ଆଜି ବିଶ୍ୱନିୟନ୍ତାଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ପୁରୀ ବାହାରିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ରାଜଭବନରୁ ବାହାରି ପୁରୀ ଅଭିମୁଖେ ବାହାରିଲେ ରାଷ୍ଟ୍ରପତି । ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯିବେ । ପୁରୀ ରଥଯାତ୍ରାରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ମହାମହିମ।

 Live Updates: ଝୁଲି ଝୁଲି ଆସୁଛି କାଳିଆ; ରଥଯାତ୍ରା ୨୦୨୪ ଲାଇଭ ଅପଡେଟ୍ ଦେଖିବା ପାଇଁ ଏହି ଲିଙ୍କରେ କ୍ଲିକ୍ କରନ୍ତୁ...

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପୁରୀରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବ୍ଲୁ ବୁକ୍ ଅନୁଯାୟୀ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗସ୍ତ ସମୟରେ ରୁଟକୁ ନୋ ଫ୍ଲାଇଙ୍ଗ ଜୋନ୍‌ କରାଯିବ । ତାଙ୍କ ଗସ୍ତ ରାସ୍ତାକୁ ସିଲ୍ କରାଯିବ । ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ସୁରକ୍ଷା ବାହିନୀ ସହ ରାଜ୍ୟ ପୋଲିସର ଟିମ୍ ସୁରକ୍ଷା ଦେବେ। ରୁଫ ଟପ୍ ସାର୍ପ ସୁଟର ସ୍ନାଇପର ସଜାଗ ରହିବେ ।

ସେପଟେ ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ । ଆବେଗ ଭରା ଭକ୍ତପ୍ରାଣ...ଲୁହ ଛଳ ଛଳ ଆଖି...ଭାବର ଠାକୁର ଯେତେବେଳେ ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ, ଭକ୍ତଟିଏ ତା’ର ଦୁଃଖ ଆଉ ସୁଖ ଜଣାଇବ ନିଜ ପ୍ରାଣପ୍ରିୟ ଠାକୁରଙ୍କୁ..ତେଣୁ ଆଜିଠୁ ଉଛୁଳିଲାଣି ଶ୍ରୀକ୍ଷେତ୍ର...ଭକ୍ତିରେ ଭିଜିଲାଣି ବଡ଼ଦାଣ୍ଡ। .. ଏଣେ ରଥ ପ୍ରସ୍ତୁତ....ପଥ ପ୍ରସ୍ତୁତ...ଅପେକ୍ଷା ସେହି ଜଗତରନାଥ ଜଗନ୍ନାଥ ।

ଅନ୍ୟପକ୍ଷରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ପୋଲିସ ପ୍ରଶାସନର ଅସମ୍ଭବ ସୁରକ୍ଷା ବ୍ୟବସ୍ଥା । କାରଣ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ହେଭିୱେଟ ସାମିଲ ହେବେ ଘୋଷଯାତ୍ରାରେ । ସୁରକ୍ଷାକର୍ମୀଙ୍କ ସହ ସିସିଟିଭି ବଳୟରେ ସାରା ଶ୍ରୀକ୍ଷେତ୍ର । ରଥଯାତ୍ରା ପାଇଁ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଭିଡ଼ ନିୟନ୍ତ୍ରଣ ପାଇଁ ବଡ଼ଦାଣ୍ଡକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ତାସହ ଅତ୍ୟାଧୁନିକ ଜ୍ଞାନ କୌଶଳ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ସହାୟତା ନିଆଯାଇଛି। ୩ ଠାକୁରଙ୍କ ୩ କର୍ଡନ ଦାୟିତ୍ବରେ ରହିବେ ୩ କମ୍ପାନୀ ରାପିଡ଼ ଆକ୍ସନ ଫୋର୍ସ, ୨ କମ୍ପାନୀ ସିଆରପିଏଫ ଓ ୮ କଂପାନୀ ଏସଓଜି।

ପଢନ୍ତୁ ଏହି ଖବର: Ratha Jatra 2024: ଶ୍ରୀଜୀଉଙ୍କ ବାହୁଡ଼ାଯାତ୍ରାର ପାଳନ ବିଧି; ଦର୍ଶନରେ ମିଳେ ବୈକୁଣ୍ଠ ପ୍ରାପ୍ତି