ରଥଯାତ୍ରା ପ୍ରସ୍ତୁତି ବୈଠକ: ଦିନକରେ ଅନୁଷ୍ଠିତ ହେବ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା

ପୁରୀ ୧୬/୦୪: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପ୍ରସ୍ତୁତି ବୈଠକ। ପୂର୍ବାହ୍ନ ୧୧ଟାରେ ସର୍କିଟ ହାଉସ ଠାରେ ବସିବ ବୈଠକ।‌ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଶୃଙ୍ଖଳିତ ଓ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ନେଇ ବୈଠକରେ ହେବ ଆଲୋଚନା। ଏସପି ପିନାକ ମିଶ୍ର, ସମସ୍ତ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ନୀତି, ଉନ୍ନୟନ ପ୍ରଶାସକ ବୈଠକରେ ରହିବେ ଉପସ୍ଥିତ। ସମସ୍ତ ବିଭାଗର ଅଧିକାରୀ ମାନେ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ୍ ବିଷୟରେ ଆଲୋଚନା ହେବ। ସମସ୍ତ ବିଭାଗର ଅଧିକାରୀ ମାନେ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ୍ ବିଷୟରେ ଆଲୋଚନା ହେବ। ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ଶେଷ ସାଙ୍ଗକୁ ଶ୍ରୀଗୁଣ୍ଡିଚା ଦିନ ଠିକ୍ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା ଆଇନଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ, ନବଦିନାଙ୍କ ରଥଯାତ୍ରା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା, ମହାପ୍ରସାଦ ବ୍ୟବସ୍ଥା, ବାହୁଡା, ସୁନାବେଶ ନିଳାଦ୍ରୀ ବିଜେ ମୁଖ୍ୟ ଆଲୋଚନାର ବିଷୟ ହେବ । ଚଳିତବର୍ଷ ୧୩ ଦିନିଆ ପକ୍ଷ ପଡୁଥିବାରୁ ଗୋଟିଏ ଦିନରେ ଅଣସପ ପରବର୍ତ୍ତୀ ଗୁପ୍ତନୀତି, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ହେବାକୁ ସ୍ଥିର ହୋଇଛି । ଏହାକୁ ଶୃଙ୍ଖଳିତ କରିବା ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦ୍ରି ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିବ । 

ରଥଯାତ୍ରା ପ୍ରସ୍ତୁତି ବୈଠକ: ଦିନକରେ ଅନୁଷ୍ଠିତ ହେବ ନବଯୌବନ ଦର୍ଶନ, ନେତ୍ରଉତ୍ସବ ଓ ଶ୍ରୀଗୁଣ୍ଡିଚା

ପୁରୀ ୧୬/୦୪: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପ୍ରସ୍ତୁତି ବୈଠକ। ପୂର୍ବାହ୍ନ ୧୧ଟାରେ ସର୍କିଟ ହାଉସ ଠାରେ ବସିବ ବୈଠକ।‌ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଶୃଙ୍ଖଳିତ ଓ ସୁରୁଖୁରୁରେ ରଥଯାତ୍ରା ସମ୍ପନ୍ନ ନେଇ ବୈଠକରେ ହେବ ଆଲୋଚନା। 

ଏସପି ପିନାକ ମିଶ୍ର, ସମସ୍ତ ବିଭାଗର ଅଧିକାରୀ, ଶ୍ରୀମନ୍ଦିର ନୀତି, ଉନ୍ନୟନ ପ୍ରଶାସକ ବୈଠକରେ ରହିବେ ଉପସ୍ଥିତ। ସମସ୍ତ ବିଭାଗର ଅଧିକାରୀ ମାନେ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ୍ ବିଷୟରେ ଆଲୋଚନା ହେବ। ସମସ୍ତ ବିଭାଗର ଅଧିକାରୀ ମାନେ ପ୍ରସ୍ତୁତ କରିଥିବା ଆକ୍ସନ ପ୍ଲାନ୍ ବିଷୟରେ ଆଲୋଚନା ହେବ। 

ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ ଶେଷ ସାଙ୍ଗକୁ ଶ୍ରୀଗୁଣ୍ଡିଚା ଦିନ ଠିକ୍ ସମୟରେ ଠାକୁରଙ୍କ ପହଣ୍ଡି, ରଥଟଣା ଆଇନଶୃଙ୍ଖଳା ଓ ଭିଡ ନିୟନ୍ତ୍ରଣ, ନବଦିନାଙ୍କ ରଥଯାତ୍ରା ବେଳେ ଶ୍ରୀଗୁଣ୍ଡିଚା ମନ୍ଦିର ସୁରକ୍ଷା, ମହାପ୍ରସାଦ ବ୍ୟବସ୍ଥା, ବାହୁଡା, ସୁନାବେଶ ନିଳାଦ୍ରୀ ବିଜେ ମୁଖ୍ୟ ଆଲୋଚନାର ବିଷୟ ହେବ । 

ଚଳିତବର୍ଷ ୧୩ ଦିନିଆ ପକ୍ଷ ପଡୁଥିବାରୁ ଗୋଟିଏ ଦିନରେ ଅଣସପ ପରବର୍ତ୍ତୀ ଗୁପ୍ତନୀତି, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ହେବାକୁ ସ୍ଥିର ହୋଇଛି । ଏହାକୁ ଶୃଙ୍ଖଳିତ କରିବା ଜିଲ୍ଲା ପ୍ରଶାସନ, ପୋଲିସ ଓ ଶ୍ରୀମନ୍ଦ୍ରି ନିମନ୍ତେ ଚ୍ୟାଲେଞ୍ଜ ସୃଷ୍ଟି କରିବ ।