ରାଜ୍ୟରେ ପ୍ରବଳ ଜାଡ଼; ୧୦ ଡିଗ୍ରୀ ତଳେ ୧୦ ସହର, ୧୭ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫/୦୧: ରାଜ୍ୟରେ ପୁଣି ବଢ଼ିଲା ଶୀତର  ପ୍ରକୋପ । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରବିବାର ୧୦ ସହରର ରାତି  ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସବୁଠୁ ଥଣ୍ଡା ସୁନ୍ଦରଗଡ଼ରୁ କିରେଇ ରହିଛି । ତେବେ ଆସନ୍ତା ୨ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ । ତେବେ ଆସନ୍ତା ୧୭ ଓ  ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ  ତାପମାତ୍ରା ୮ ଡିଗ୍ରୀ ରେକର୍ଡ ଥିଲା । କୋରାପୁଟରେ  ୯ ଡିଗ୍ରୀ, ରାଣୀତାଲରେ ୯.୩, କେନ୍ଦୁଝର ଓ ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୧୦,  ସିମିଳିଗୁଡ଼ାରେ ୧୦.୨, ଝାରସୁଗୁଡ଼ାରେ ୧୦.୪,  ବାରିପଦାରେ ୧୦.୬, ଜି. ଉଦୟଗିରିରେ ୧୦.୮,  ଫୁଲବାଣୀରେ ୧୧.୫, ଦାରିଙ୍ଗିବାଡ଼ିରେ ୧୨.୫,  ବାଲେଶ୍ୱରରେ ୧୩.୨, ଚାନ୍ଦବାଲିରେ ୧୩.୬ ଡିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି । https://www.prameyanews7.com/makar-sankranti-today-2/ ୧୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ  ମୟୂରଭଞ୍ଜର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା  ଅଛି । ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,  ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ  ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୫ ଦିନ ଯାଏ  ରାଜ୍ୟର ତାପମ

ରାଜ୍ୟରେ ପ୍ରବଳ ଜାଡ଼; ୧୦ ଡିଗ୍ରୀ ତଳେ ୧୦ ସହର, ୧୭ରୁ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୫/୦୧: ରାଜ୍ୟରେ ପୁଣି ବଢ଼ିଲା ଶୀତର  ପ୍ରକୋପ । ପ୍ରବଳ ଜାଡ଼ରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ରବିବାର ୧୦ ସହରର ରାତି  ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସବୁଠୁ ଥଣ୍ଡା ସୁନ୍ଦରଗଡ଼ରୁ କିରେଇ ରହିଛି । ତେବେ ଆସନ୍ତା ୨ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିବ । ତେବେ ଆସନ୍ତା ୧୭ ଓ  ୧୮ ତାରିଖରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୁନ୍ଦରଗଡ଼ ଜିଲ୍ଲା କିରେଇରେ ସର୍ବନିମ୍ନ  ତାପମାତ୍ରା ୮ ଡିଗ୍ରୀ ରେକର୍ଡ ଥିଲା । କୋରାପୁଟରେ  ୯ ଡିଗ୍ରୀ, ରାଣୀତାଲରେ ୯.୩, କେନ୍ଦୁଝର ଓ ରାଉରକେଲାରେ ୧୦, ସୁନ୍ଦରଗଡ଼ରେ ୧୦,  ସିମିଳିଗୁଡ଼ାରେ ୧୦.୨, ଝାରସୁଗୁଡ଼ାରେ ୧୦.୪,  ବାରିପଦାରେ ୧୦.୬, ଜି. ଉଦୟଗିରିରେ ୧୦.୮,  ଫୁଲବାଣୀରେ ୧୧.୫, ଦାରିଙ୍ଗିବାଡ଼ିରେ ୧୨.୫,  ବାଲେଶ୍ୱରରେ ୧୩.୨, ଚାନ୍ଦବାଲିରେ ୧୩.୬ ଡିଗ୍ରୀ  ତାପମାତ୍ରା ରେକର୍ଡ ହୋଇଛି ।

https://www.prameyanews7.com/makar-sankranti-today-2/

୧୭ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ  ମୟୂରଭଞ୍ଜର କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା  ଅଛି । ୧୮ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼,  ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ,  କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ  ହାଲୁକା ବର୍ଷା ସମ୍ଭାବନା ଅଛି । ଆସନ୍ତା ୫ ଦିନ ଯାଏ  ରାଜ୍ୟର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

The post ରାଜ୍ୟରେ ପ୍ରବଳ ଜାଡ଼; ୧୦ ଡିଗ୍ରୀ ତଳେ ୧୦ ସହର, ୧୭ରୁ ବର୍ଷା ସମ୍ଭାବନା appeared first on Prameya News7.