ଗୋଆ ମିରାମର୍ ବିଚ୍‌ରେ ପଦ୍ମଶ୍ରୀ ସୁଦର୍ଶନଙ୍କ ବାଲୁକା କଳା,ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଗୋଆ ୨୨/୧୧: ଗୋଆ ମିରାମର ବିଚ୍‌ରେ ଚମକିଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୪ର (IFFT) ୫୫ ତମ ସଂସ୍କରଣ ଅବସରରେ ଚମତ୍କାର ବାଲୁକା କଳା କରାଯାଇଛି । ଯାହାକୁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉଦ୍‌ଘାଟନ କରିଛନ୍ତି । ଏହି ବାଲୁକା କଳାରେ ଭାରତୀୟ ସିନେମା ଓ ସଂଗୀତର ୪ ଜଣ କିମ୍ବଦନ୍ତୀ ଆକ୍କିନେନି ନାଗେଶ୍ବର ରାଓ, ତପନ ସିହ୍ନା,ମହମ୍ମଦ ରୋଫି ଓ ରାଜ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୋଆର ମିରାମର ବିଚ୍‌ରେ ତିଆରି ହୋଇଥିବା ଏହି ସୁନ୍ଦର ବାଲୁକା କଳା ବେଶ ଆକର୍ଷଣୀୟ ହୋଇଛି ।   

ଗୋଆ ମିରାମର୍ ବିଚ୍‌ରେ ପଦ୍ମଶ୍ରୀ ସୁଦର୍ଶନଙ୍କ ବାଲୁକା କଳା,ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଗୋଆ ୨୨/୧୧: ଗୋଆ ମିରାମର ବିଚ୍‌ରେ ଚମକିଲା ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା । ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ୨୦୨୪ର (IFFT) ୫୫ ତମ ସଂସ୍କରଣ ଅବସରରେ ଚମତ୍କାର ବାଲୁକା କଳା କରାଯାଇଛି । ଯାହାକୁ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଉଦ୍‌ଘାଟନ କରିଛନ୍ତି ।

 ଏହି ବାଲୁକା କଳାରେ ଭାରତୀୟ ସିନେମା ଓ ସଂଗୀତର ୪ ଜଣ କିମ୍ବଦନ୍ତୀ ଆକ୍କିନେନି ନାଗେଶ୍ବର ରାଓ, ତପନ ସିହ୍ନା,ମହମ୍ମଦ ରୋଫି ଓ ରାଜ କପୁରଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଗୋଆର ମିରାମର ବିଚ୍‌ରେ ତିଆରି ହୋଇଥିବା ଏହି ସୁନ୍ଦର ବାଲୁକା କଳା ବେଶ ଆକର୍ଷଣୀୟ ହୋଇଛି ।