‘ରଥଯାତ୍ରା ମହାବିଭ୍ରାଟ ନେଇ ପୁରୀକୁ ଯିବାକୁ ଡରୁଛନ୍ତି ଭକ୍ତ’

ଭୁବନେଶ୍ବର : ଘନ ଘନ ସମୀକ୍ଷା, ଜୋରଦାର ପ୍ରସ୍ତୁତି ହେଲେ ଫଳ ଶୂନ। ପୁରୀରେ ରଥ ବିଭ୍ରାଟ ପରେ ଦଳାଚକଟାରେ... The post ‘ରଥଯାତ୍ରା ମହାବିଭ୍ରାଟ ନେଇ ପୁରୀକୁ ଯିବାକୁ ଡରୁଛନ୍ତି ଭକ୍ତ’ appeared first on .

‘ରଥଯାତ୍ରା ମହାବିଭ୍ରାଟ ନେଇ ପୁରୀକୁ ଯିବାକୁ ଡରୁଛନ୍ତି ଭକ୍ତ’

ଭୁବନେଶ୍ବର : ଘନ ଘନ ସମୀକ୍ଷା, ଜୋରଦାର ପ୍ରସ୍ତୁତି ହେଲେ ଫଳ ଶୂନ। ପୁରୀରେ ରଥ ବିଭ୍ରାଟ ପରେ ଦଳାଚକଟାରେ ଲୋକେ ମଲେ।ପ୍ରଥମବର୍ଷ ରଥଯାତ୍ରାରୁ କିଛି ଶିଖିଲେନି ବିଜେପି ସରକାର। ରଥଯାତ୍ରା ପରିଚାଳନାରେ ସଂପୂର୍ଣ୍ଣ ଫେଲ। ସରକାର କେବଳ ସମୀକ୍ଷା ବୈଠକ କରି ଫଟୋ ଉଠାଇ ନିଜର କାମ ସାରିଦେଉଛନ୍ତି। ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏସବୁ ପରେ ପୁରୀ ଯିବାକୁ ଭୟ କଲେଣି ଭକ୍ତ। ରଥଯାତ୍ରାରେ ପୋଲିସକୁ ଯେପରି ସଜାଗ ରଖିବା କଥା ବିଜେପି  ସରକାର ତାହା କଲେନି। ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଶାସନରେ ଏମିତି କେବେ  ଘଟିନଥିଲା। ଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟା ସମୟରେ ମନ୍ଦିର ପ୍ରଶାସନ ଓ ପୋଲିସ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି। ସେପଟେ କଂଗ୍ରେସ କହିଛି ରଥଯାତ୍ରା ବିଭ୍ରାଟ ପାଇଁ ବିଜେପି ସରକାର ଧ୍ବଂସ ହୋଇଯିବ। ଗତବର୍ଷ ବଡ ଠାକୁରଙ୍କୁ ଚାଳମାଳରେ ପକାଇଦେଲେ। ଆଉ ଏବେ ଦଳାଚକଟାରେ ଭକ୍ତଙ୍କ ଗଲା ଜୀବନ। ରଥଯାତ୍ରା ଦିନ ନନ୍ଦିଘୋଷ କିଛି ପହଣ୍ଡ ମାତ୍ର ଗଡିଲା। ଏହା କଣ ବିଜେପି ସରକାରର ଓଡିଆ ଅସ୍ମିତା ବୋଲି ପଚାରିଛି କଂଗ୍ରେସ ।

ଗୁଣ୍ଡିଚା ଯାତ୍ରାରେ ବିଶୃଙ୍ଖଳା ପରେ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ଶେଷ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଠେଲାପେଲା, ଦଳାଚକଟା କିପରି ନହେବ। ପରମ୍ପରା ଅନୁସାରେ ସବୁ କାମ କିପରି ହେବ ସେ ନେଇ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ସମୀକ୍ଷା କରିଛନ୍ତି।ତେବେ ପରିଚାଳନାରେ ସରକାର ବିଫଳ ପରେ ବିରୋଧୀ ସରକାରଙ୍କୁ ଘନଘନ ଟାର୍ଗେଟ କରୁଛନ୍ତି। ସେପଟେ ଆଇନମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେବ।ଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ଭଲରେ ଶେଷ ହେବ। ଏଥିଲାଗି ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି କହିଛନ୍ତି ଆଇନମନ୍ତ୍ରୀ । ଆଗକୁ ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀବିଜେ। ଏହାକୁ ସୁରୁଖୁରୁରେ ଶେଷ କରିବାକୁ ବିରୋଧୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ରଥଯାତ୍ରା ବିଭ୍ରାଟକୁ ନେଇ ଥମୁନି ରାଜନୈତିକ ବୟାନବାଜି।

The post ‘ରଥଯାତ୍ରା ମହାବିଭ୍ରାଟ ନେଇ ପୁରୀକୁ ଯିବାକୁ ଡରୁଛନ୍ତି ଭକ୍ତ’ appeared first on .