ରଥଯାତ୍ରାରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ
ଭୁବନେଶ୍ୱର, ୭।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ୧୬୯ଏମ୍ଭିଏ କ୍ଷମତା ସହ ପୁରୀ ରଥଯାତ୍ରା ସମୟରେ ଆବଶ୍ୟକ ଥିବା ୭୩ ମେଗାୱାଟର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ପ୍ରସ୍ତୁତ ହୋଇଛି। ପୁରୀ ସହରରେ ଉନ୍ନତ ଲୋଡ୍ ପରିଚାଳନା ସୁନିଶ୍ଚିତ କରିବା […] The post ରଥଯାତ୍ରାରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ appeared first on Dharitri Odia News.
ଭୁବନେଶ୍ୱର, ୭।୭ (ଅଭୟ ଦାଶ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ ସହ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ ଦିଆଯାଇଛି। ଏପରିକି ୧୬୯ଏମ୍ଭିଏ କ୍ଷମତା ସହ ପୁରୀ ରଥଯାତ୍ରା ସମୟରେ ଆବଶ୍ୟକ ଥିବା ୭୩ ମେଗାୱାଟର ବିଦ୍ୟୁତ୍ ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ପ୍ରସ୍ତୁତ ହୋଇଛି। ପୁରୀ ସହରରେ ଉନ୍ନତ ଲୋଡ୍ ପରିଚାଳନା ସୁନିଶ୍ଚିତ କରିବା ପାଇଁ ୪ଟି ପିଟିଆର୍କୁ ୮ଏମ୍ଭିଏରୁ ୧୨.୫/୧୬ ଏମ୍ଭିଏକୁ ବୃଦ୍ଧି କରାଯାଇଛି। ଏହି ସମୟ ମଧ୍ୟରେ ନିରବଚ୍ଛିନ୍ନ ଏବଂ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଟିପିସିଓଡିଏଲ୍ କର୍ମଚାରୀ, ବିଜ୍ନେସ୍ ଆସୋସିଏଟ୍ସ, ଟିପିସିଓଡିଏଲ୍ ଏବଂ ଓଇଏମ୍ର ସୁଇଚ ଗିଅର ବିଶେଷଜ୍ଞଙ୍କୁ ଅନ୍ତର୍ଭୁକ୍ତ କରି ଟିପିସିଓଡିଏଲ୍ ୮୦୦ କର୍ମଚାରୀଙ୍କୁ ନିୟୋଜିତ କରିଛି। ଏ ସମ୍ପର୍କରେ ଟିପିସିଓଡିଏଲ୍ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି, ପୁରୀର ରଥଯାତ୍ରା କାର୍ଯ୍ୟକ୍ରମ ପ୍ରତି ଆମର ସମର୍ପଣ ଅତୁଟ ରହିଛି। ଏପରିକି ଆମେ ଆମର ଭିତ୍ତିଭୂମିକୁ ସୁଦୃଢ କରିବା ସହିତ ମାନବ ସମ୍ବଳର ଠିକ୍ ବ୍ୟବହାରକରି ନିରବଚ୍ଛିନ୍ନ ବିଜୁଳି ଯୋଗାଣ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ରହିଛୁ। ବିଶେଷକରି ସମସ୍ତଙ୍କ ପାଇଁ ସୁରକ୍ଷିତ ଓ ଆନନ୍ଦଦାୟକ ରଥଯାତ୍ରା ଅନୁଭୂତି ସୁନିଶ୍ଚିତ କରିବା ସହ ସେବା କ୍ଷେତ୍ରରେ ଉକତ୍ର୍ଷ ହାସଲ କରିବା ପାଇଁ ଟିପିସିଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।
The post ରଥଯାତ୍ରାରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣକୁ ଗୁରୁତ୍ୱ appeared first on Dharitri Odia News.