ରଥଯାତ୍ରାରେ ୫୦ ହଜାର ଲୋକଙ୍କୁ ମଗଣାରେ ଖାଇବା ଦେଲା ଏହି ମହାସଂଘ
୫୦ ହଜାର ଲୋକଙ୍କୁ ମଗଣାରେ ଖାଇବା ଯୋଗାଇ ଦେବା ଓ ୩୦ ହଜାର ଲୋକଙ୍କୁ ଜୁସ ବାଣ୍ଟିବା କାମରେ ମହାସଂଘର ୪୦୦ରୁ ଅଧିକ ସଦସ୍ୟ ସାମିଲ ହୋଇଥିଲେ।
ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ନିଜର ବଦାନ୍ୟତା ଦେଖାଇଛି। ମହାସଂଘ ପକ୍ଷରୁ ରଥଯାତ୍ରା ଦିନ ପୁରୀରେ ୫୦ ଶ୍ରଦ୍ଧାଳୁଙ୍କୁ ମାଗଣା ଅନ୍ନ ପ୍ରସାଦ ଦିଆଯାଇଛି। ମହାସଂଘର ସମସ୍ତ କର୍ମକର୍ତ୍ତାଙ୍କ ମିଳିତ ପ୍ରଚେଷ୍ଟାରେ ପୁରୀ ରେଳ ଷ୍ଟେସନ ପାଖରେ ୫୦ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ଓ ଜଳସେବା ବ୍ୟବସ୍ଥା କରାଯାଇଥିଲା।
ସେହିପରି ପ୍ରାୟ ୩୦ ହଜାର ଭକ୍ତଙ୍କ ପାଇଁ ଜୁସ ବଣ୍ଟନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଭଳି ଏକ ବଦାନ୍ୟ କାର୍ଯ୍ୟକୁ ସୂଚାରରୂପେ ଶେଷ କରିବା ପାଇଁ ପୁରୀ ପ୍ରଶାସନ ପକ୍ଷରୁ ମହାସଂଘକୁ ସମସ୍ତ ପ୍ରକାରର ସହଯୋଗ କରାଯାଇଥିଲା। ଏଥିପାଇଁ ପୁରୀ ପ୍ରଶାସନକୁ ଅଲ ଓଡିଶା ମିନିଟ୍ରକ ମାଲିକ ମହାସଂଘ ଧନ୍ୟବାଦ ଜଣାଇଛି।
୫୦ ହଜାର ଲୋକଙ୍କୁ ମଗଣାରେ ଖାଇବା ଯୋଗାଇ ଦେବା ଓ ୩୦ ହଜାର ଲୋକଙ୍କୁ ଜୁସ ବାଣ୍ଟିବା କାମରେ ମହାସଂଘର ୪୦୦ରୁ ଅଧିକ ସଦସ୍ୟ ସାମିଲ ହୋଇଥିଲେ। ଗତବର୍ଷ ରଥଯାତ୍ରାରେ ମହାସଂଘ ପକ୍ଷରୁ ଏପରି ମାଗଣା ଅନ୍ନ ପ୍ରସାଦ ଓ ଜୁସର ବ୍ୟବସ୍ଥା କରାଯାଇଛି।
କେବଳ ଏହି ଗୋଟିଏ ସଂସ୍ଥା ବା ସଂଘ ନୁହେଁ, ରଥଯାତ୍ରା ବେଳେ ପୁରୀରେ ଶ୍ରଦ୍ଧାଳୁଙ୍କୁ ମାଗଣା ସେବା ଯୋଗାଇ ଦେବା ପାଇଁ ଏକାଧିକ ସଂସ୍ଥା ନିଜ ସ୍ତରରେ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି।