ବିଷ ପିଇ ନିଜ ବେକ କାଟିଲେ ଯୁବକ

ଜଳେଶ୍ୱର : ପାରିବାରିକ କଳହର ବିଷମ ପରିସ୍ଥିତି । ବିଷ ପି’ନିଜ ବେକ କାଟିଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଳେଶ୍ୱର ଡାକ୍ତରଖାନା ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁସାରେ,ଗୁରୁବାର ସକାଳେ ଉତ୍ତରପଡା ଗ୍ରାମର ଯୁବକ ରଞ୍ଜନ ରାଉଳ ସହ ସ୍ତ୍ରୀଙ୍କର ଝଗଡା ହୋଇଥିଲା । ଗ୍ରାମର କିଛି […]

ବିଷ ପିଇ ନିଜ ବେକ କାଟିଲେ ଯୁବକ
ବିଷ ପିଇ ନିଜ ବେକ କାଟିଲେ ଯୁବକ

ଜଳେଶ୍ୱର : ପାରିବାରିକ କଳହର ବିଷମ ପରିସ୍ଥିତି । ବିଷ ପି’ନିଜ ବେକ କାଟିଲେ ଯୁବକ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଉତ୍ତରପଡା ଗ୍ରାମରେ । ଗୁରୁତର ଅବସ୍ଥାରେ ଯୁବକଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଜଳେଶ୍ୱର ଡାକ୍ତରଖାନା ଏବଂ ପରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁସାରେ,ଗୁରୁବାର ସକାଳେ ଉତ୍ତରପଡା ଗ୍ରାମର ଯୁବକ ରଞ୍ଜନ ରାଉଳ ସହ ସ୍ତ୍ରୀଙ୍କର ଝଗଡା ହୋଇଥିଲା । ଗ୍ରାମର କିଛି ଭଦ୍ର ବ୍ୟକ୍ତି ବସି ଘଟଣାର ସମାଧାନ କରିଥିଲେI ଏଥିରେ ରଞ୍ଜନ ଉତ୍କ୍ଷିପ୍ତ ହୋଇ ଘର ଭିତରକୁ ପଶିଯାଇ କବାଟ ବନ୍ଦ କରି ଦେଇଥିଲା । ଏହାପରେ ଘରେ ଥିବା ବିଷ ପିଇବା ସହିତ ଏକ ଧାରୁଆ ଅସ୍ତ୍ରରେ ନିଜ ବେକକୁ କାଟି ଦେଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ରଞ୍ଜନଙ୍କୁ ଗ୍ରାମବାସୀ ଏବଂ ପରିବାର ଲୋକେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ। କିନ୍ତୁ ରଞ୍ଜନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।