ରଦ୍ଦ ହୋଇଥିଲା ସଭ୍ୟପଦ, ପୁଣି ଥରେ ଦାୟିତ୍ବ ନେଲେ ଚମ୍ପେଶ୍ୱର ସରପଞ୍ଚ ଆରତୀ ମଞ୍ଜରୀ ଦେବୀ

ଆଠଗଡ଼ ୧୦।୪: କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଚମ୍ପେଶ୍ୱର ପଞ୍ଚାୟତରେ ହାଇଡ୍ରାମା ପରେ ଦାୟିତ୍ବ ଗ୍ରହଣ । ଚମ୍ପେଶ୍ୱର ପଞ୍ଚାୟତର ସରପଞ୍ଚ ଭାବେ ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଆରତୀ ମଞ୍ଜରୀ ଦେବୀ ।ସୂଚନାଯୋଗ୍ୟ ଯେ, ଫେବୃଆରୀ ୨ ତାରିଖରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ନରସିଂହପୁର ପ୍ରଥମ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସରପଞ୍ଚ ଆରତୀ ମଞ୍ଜରୀ ଦେବୀଙ୍କୁ ଅସିଦ୍ଧ ଘୋଷଣା କରିଥିଲେ । ତାଙ୍କ ସଭ୍ୟପଦ ରଦ୍ଦ କରି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୀଣାପାଣି ପଣ୍ଡାଙ୍କୁ ସରପଞ୍ଚ ଦାୟିତ୍ୱ ଦେଇଥିଲେ । ପୁଣି ମାର୍ଚ୍ଚ ୧୦ ତାରିଖ ଦିନ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଏହାକୁ ସ୍ଥଗିତ ରଖିଥିଲେ । ତହସିଲଦାର ବିଶ୍ୱ ରଞ୍ଜନ ବିଶ୍ୱାସ, ବିଡ଼ିଓ ପ୍ରଳୟାନନ୍ଦ ଶତପଥୀଙ୍କ ଉପସ୍ଥିତିରେ ଗୁରୁବାର ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଆରତୀ ମଞ୍ଜରୀ ଦେବୀ ।You Can Read:ଚୋରା ଗୋମାଂସ ଚାଲାଣର ନୂଆ ଠିକଣା 'ଆଠଗଡ଼', କିଛି ଦିନର ନୀରବତା ପରେ ପୁଣି 

ରଦ୍ଦ ହୋଇଥିଲା ସଭ୍ୟପଦ, ପୁଣି ଥରେ ଦାୟିତ୍ବ ନେଲେ ଚମ୍ପେଶ୍ୱର ସରପଞ୍ଚ ଆରତୀ ମଞ୍ଜରୀ ଦେବୀ

ଆଠଗଡ଼ ୧୦କଟକ ଜିଲ୍ଲା ନରସିଂହପୁର ବ୍ଲକ୍ ଚମ୍ପେଶ୍ୱର ପଞ୍ଚାୟତରେ ହାଇଡ୍ରାମା ପରେ ଦାୟିତ୍ବ ଗ୍ରହଣ । ଚମ୍ପେଶ୍ୱର ପଞ୍ଚାୟତର ସରପଞ୍ଚ ଭାବେ ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଆରତୀ ମଞ୍ଜରୀ ଦେବୀ ।

ସୂଚନାଯୋଗ୍ୟ ଯେ, ଫେବୃଆରୀ ୨ ତାରିଖରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ନରସିଂହପୁର ପ୍ରଥମ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ସରପଞ୍ଚ ଆରତୀ ମଞ୍ଜରୀ ଦେବୀଙ୍କୁ ଅସିଦ୍ଧ ଘୋଷଣା କରିଥିଲେ । ତାଙ୍କ ସଭ୍ୟପଦ ରଦ୍ଦ କରି ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବୀଣାପାଣି ପଣ୍ଡାଙ୍କୁ ସରପଞ୍ଚ ଦାୟିତ୍ୱ ଦେଇଥିଲେ । ପୁଣି ମାର୍ଚ୍ଚ ୧୦ ତାରିଖ ଦିନ କଟକ ଜିଲ୍ଲା ଅତିରିକ୍ତ ଜିଲ୍ଲା ଜଜ୍ ଏହାକୁ ସ୍ଥଗିତ ରଖିଥିଲେ । ତହସିଲଦାର ବିଶ୍ୱ ରଞ୍ଜନ ବିଶ୍ୱାସ, ବିଡ଼ିଓ ପ୍ରଳୟାନନ୍ଦ ଶତପଥୀଙ୍କ ଉପସ୍ଥିତିରେ ଗୁରୁବାର ପୁଣି ଥରେ ଦାୟିତ୍ୱ ଗ୍ରହଣ କଲେ ଆରତୀ ମଞ୍ଜରୀ ଦେବୀ ।

You Can Read:

ଚୋରା ଗୋମାଂସ ଚାଲାଣର ନୂଆ ଠିକଣା 'ଆଠଗଡ଼', କିଛି ଦିନର ନୀରବତା ପରେ ପୁଣି