ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ,୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌) ଗାଡ଼ି ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ସର୍ବକାଳୀନ ରେକର୍ଡ କରିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀର ଗାଡ଼ି ବିକ୍ରି ସଂଖ୍ୟା ୨୦୨୨ର ସମାନ ଅବଧି ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି ବୋଲି ସୋମବାର କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। କମ୍ପାନୀର ସୂଚନା ଅନୁଯାୟୀ ୨୦୨୩ ଡିସେମ୍ବରରେ ବ୍ରାଣ୍ଡ୍‌ ମୋଟ ୧,୩୭,୫୫୧ ୟୁନିଟ୍‌ କାର୍‌ ବିକ୍ରି କରିଛି, ଯାହା […] The post ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ appeared first on Dharitri Odia News.

ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ

ନୂଆଦିଲ୍ଲୀ,୨।୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ୍‌ (ଏମ୍‌ଏସ୍‌ଆଇଏଲ୍‌) ଗାଡ଼ି ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ସହ ସର୍ବକାଳୀନ ରେକର୍ଡ କରିଛି। ଏପରିକି ୨୦୨୩ ଡିସେମ୍ବରରେ କମ୍ପାନୀର ଗାଡ଼ି ବିକ୍ରି ସଂଖ୍ୟା ୨୦୨୨ର ସମାନ ଅବଧି ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି ବୋଲି ସୋମବାର କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। କମ୍ପାନୀର ସୂଚନା ଅନୁଯାୟୀ ୨୦୨୩ ଡିସେମ୍ବରରେ ବ୍ରାଣ୍ଡ୍‌ ମୋଟ ୧,୩୭,୫୫୧ ୟୁନିଟ୍‌ କାର୍‌ ବିକ୍ରି କରିଛି, ଯାହା ୨୦୨୨ ଡିସେମ୍ବରରେ ୧,୩୯,୩୪୭ ୟୁନିଟ୍‌ ତୁଳନାରେ ପ୍ରାୟ ୦.୧% ହ୍ରାସ ଘଟିଛି। ଅବଶ୍ୟ ରପ୍ତାନି କ୍ଷେତ୍ରରେ ବ୍ରାଣ୍ଡ୍‌ର ମୋଟ ଯାନ ସଂଖ୍ୟା ୨୬,୮୮୪ ୟୁନିଟ୍‌କୁ ବୃଦ୍ଧି ପାଇଛି। ୨୦୨୨ ଡିସେମ୍ବରରେ ବ୍ରାଣ୍ଡ୍‌ର ରପ୍ତାନି ୨୧,୭୯୬ ୟୁନିଟ୍‌ଠାରୁ ୨୦୨୩ର ରପ୍ତାନି ପରିମାଣ ପ୍ରାୟ ୩% ବୃଦ୍ଧି ଘଟିଛି। ସେହିଭଳି ୨୦୨୩ରେ କମ୍ପାନୀର ମୋଟ ରପ୍ତାନି ୨,୬୯,୦୪୬ ୟୁନିଟ୍‌ର ସର୍ବକାଳୀନ ରେକର୍ଡ ଛୁଇଁଥିଲାବେଳେ ୨୦୨୨ରେ ବ୍ରାଣ୍ଡ୍‌ର ମୋଟ ରପ୍ତାନି ୨,୬୩,୦୬୮ ୟୁନିଟ୍‌ ଥିଲା। ଅପରପକ୍ଷରେ ଏମ୍‌ଏସ୍‌ଆଇଏଲ୍‌ର ମିନି ସେଗ୍‌ମେଣ୍ଟ (ଅଲ୍ଟୋ ଏବଂ ଏସ୍‌-ପ୍ରେସୋ) ରେ ମଧ୍ୟ ବିକ୍ରି ହ୍ରାସ ହୋଇଛି। ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୯,୭୬୫ ୟୁନିଟ୍‌ରୁ ୨,୫୫୭ ୟୁନିଟ୍‌କୁ ହ୍ରାସ ପାଇଛି। ବିଭିନ୍ନ ବିଭାଗରେ ବିକ୍ରି ସମାନ ଅବଧିରେ ୫୭,୫୦୨ ୟୁନିଟ୍‌ରୁ ୪୫,୭୪୧ୟୁନିଟ୍‌କୁ ଖସି ଆସିଛି। ସେହିପରି ମଧ୍ୟମ ଆକାରରେ ମଧ୍ୟ ବିକ୍ରୟ ହ୍ରାସ ଘଟିଛି। ୨୦୨୨ରେ ଏହି ୧,୧୫୪ ୟୁନିଟ୍‌ ଥିଲାବେଳେ ୨୦୨୩ ଡିସେମ୍ବରରେ ଉକ୍ତ ସଂଖ୍ୟା ୪୮୯ ୟୁନିଟ୍‌ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏପରିକି ଭ୍ୟାନ୍‌ ସେଗ୍‌ମେଣ୍ଟରେ ମଧ୍ୟ କାରବାର ୧୦,୫୮୧ ୟୁନିଟ୍‌ରୁ ଖସି ୧୦,୦୩୪ ୟୁନିଟ୍‌ରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡର ୟୁଟିଲିଟି ବିଭାଗ ବିକ୍ରିରେ ବୃଦ୍ଧି ଘଟିଛି। ୨୦୨୨ଡିସେମ୍ବରରେ ଏହି ସଂଖ୍ୟା ୩୩,୦୦୮ୟୁନିଟ୍‌ ଥିବାବେଳେ ୨୦୨୩ ମୋଟ ୪୫,୯୫୭ ୟୁନିଟ୍‌ ବିକ୍ରି ହୋଇଛି। କମ୍ପାନୀର ହାଲୁକା ବାଣିଜି୍ୟକ ଯାନ ବିଭାଗରେ ମଧ୍ୟ କାରବାର ବୃଦ୍ଧି ପାଇଛି। ୨୦୨୨ ଡିସେମ୍ବରରେ ଏହି ସଂଖ୍ୟା ୧,୫୨୫ ୟୁନିଟ୍‌ରୁ ବଢି ୧,୭୧୪ ୟୁନିଟ୍‌ ବୃଦ୍ଧି ଘଟିଛି।

The post ରପ୍ତାନିରେ ଏମ୍‌ଏସ୍‌ଆଇଏଲର ସର୍ବକାଳୀନ ରେକର୍ଡ appeared first on Dharitri Odia News.