ରବିବାର ଲକ୍ଷ୍ୟ ସେନଙ୍କ ସେମି ମୁକାବିଲା, ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କ ସହ ହେବ କଡ଼ା ଟକ୍କର !

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା  ଲକ୍ଷ୍ୟ ସେନ ରବିବାର ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଏକକ ବର୍ଗ ବ୍ୟାଡମିଣ୍ଟନର ସେମି ଫାଇନାଲ୍‌ ମ୍ୟାଚ୍ ଖେଳିବେ। ଏହି ହାଇଭୋଲଜେଟ୍ ମ୍ୟାଚ୍‌ରେ ଲକ୍ଷ୍ୟ ସେନ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ ଭିକ୍ଟର ଏକ୍ସେଲସନଙ୍କୁ ଭେଟିବେ। ସ୍ଵର୍ଣ୍ଣ ପଦକ ଆଶା ଉଜ୍ଜିବୀତ ରଖିବା ପାଇଁ ଲକ୍ଷ୍ୟ ସେନଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଥମ ଥର ଅଲିମ୍ପିକ୍ସ ଖେଳୁଥିବା ସେନ ଶୁକ୍ରବାର କ୍ଵାର୍ଟର ଫାଇନାଲ୍‌ରେ ଚୀନି ତାଇପେର ଚାଓ ଟିଏନ  ଚେନଙ୍କୁ ୧୯-୨୧, ୨୧-୧୫, ୨୧-୧୨ରେ ହରାଇ ଭାରତୀୟ ବ୍ୟାଡମିଣ୍ଟନରେ ନୂତନ ଇତିହାସ ରଚିଛନ୍ତି। ସେ ଅଲିମ୍ପିକ୍ସରେ ଏକକ ପୁରୁଷ ବର୍ଗର ସେମି ଫାଇନାଲ୍‌ରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଖେଳାଳି। Also read: ହ୍ୟାଟ୍ରିକ୍‌ରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର, ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିଲେତେବେ ସେମିରେ ତାଙ୍କ ମୁକାବିଲା ଏକ୍ସେଲସନଙ୍କ ସହ ହେବ, ଯିଏ ଗତ କିଛି ବର୍ଷ ହେବ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କୁ କୌଣସି ସୁଯୋଗ ଦେଇ ନାହାନ୍ତି। ଡେନମାର୍କର ଓଡେନ୍ସର ବାସିନ୍ଦା ୩୦ ବର୍ଷୀୟ ଏହି ଖେଳାଳି ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଓ ରିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ସେ ୨୦୧୭ ଓ ୨୦୨୨ ବିଶ୍ଵ ଚାମ୍ପିଅନ ଓ ୨୦୧୬ରେ ଥୋମାସ କପ୍ ଜିତିଥିଲେ। ଏହା ବ୍ୟତୀତ ଏକ୍ସେଲସନ ଅନେକ ବିଡବ୍ଲ୍ୟୁଏଫ ବିଶ୍ଵ ଟୁ

ରବିବାର ଲକ୍ଷ୍ୟ ସେନଙ୍କ ସେମି ମୁକାବିଲା, ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନଙ୍କ ସହ ହେବ କଡ଼ା ଟକ୍କର !

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଣ୍ଟନ ତାରକା  ଲକ୍ଷ୍ୟ ସେନ ରବିବାର ପ୍ୟାରିସ ଅଲିମ୍ପିକ୍ସର ପୁରୁଷ ଏକକ ବର୍ଗ ବ୍ୟାଡମିଣ୍ଟନର ସେମି ଫାଇନାଲ୍‌ ମ୍ୟାଚ୍ ଖେଳିବେ। ଏହି ହାଇଭୋଲଜେଟ୍ ମ୍ୟାଚ୍‌ରେ ଲକ୍ଷ୍ୟ ସେନ ଡିଫେଣ୍ଡିଂ ଅଲିମ୍ପିକ୍ସ ଚାମ୍ପିଅନ ଭିକ୍ଟର ଏକ୍ସେଲସନଙ୍କୁ ଭେଟିବେ। ସ୍ଵର୍ଣ୍ଣ ପଦକ ଆଶା ଉଜ୍ଜିବୀତ ରଖିବା ପାଇଁ ଲକ୍ଷ୍ୟ ସେନଙ୍କୁ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ପ୍ରଥମ ଥର ଅଲିମ୍ପିକ୍ସ ଖେଳୁଥିବା ସେନ ଶୁକ୍ରବାର କ୍ଵାର୍ଟର ଫାଇନାଲ୍‌ରେ ଚୀନି ତାଇପେର ଚାଓ ଟିଏନ  ଚେନଙ୍କୁ ୧୯-୨୧, ୨୧-୧୫, ୨୧-୧୨ରେ ହରାଇ ଭାରତୀୟ ବ୍ୟାଡମିଣ୍ଟନରେ ନୂତନ ଇତିହାସ ରଚିଛନ୍ତି। ସେ ଅଲିମ୍ପିକ୍ସରେ ଏକକ ପୁରୁଷ ବର୍ଗର ସେମି ଫାଇନାଲ୍‌ରେ ପହଞ୍ଚିବାରେ ପ୍ରଥମ ଭାରତୀୟ ଖେଳାଳି। 

Also read: ହ୍ୟାଟ୍ରିକ୍‌ରୁ ଅଳ୍ପକେ ବର୍ତ୍ତିଲେ ମନୁ ଭାକର, ୨୫ ମିଟର ପିସ୍ତଲରେ ଚତୁର୍ଥ ସ୍ଥାନରେ ରହିଲେ

ତେବେ ସେମିରେ ତାଙ୍କ ମୁକାବିଲା ଏକ୍ସେଲସନଙ୍କ ସହ ହେବ, ଯିଏ ଗତ କିଛି ବର୍ଷ ହେବ ନିଜର ପ୍ରତିଦ୍ଵନ୍ଦ୍ଵୀଙ୍କୁ କୌଣସି ସୁଯୋଗ ଦେଇ ନାହାନ୍ତି। ଡେନମାର୍କର ଓଡେନ୍ସର ବାସିନ୍ଦା ୩୦ ବର୍ଷୀୟ ଏହି ଖେଳାଳି ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଓ ରିଓ ଅଲିମ୍ପିକ୍ସରେ କାଂସ୍ୟ ପଦକ ଜିତିଥିଲେ। ସେ ୨୦୧୭ ଓ ୨୦୨୨ ବିଶ୍ଵ ଚାମ୍ପିଅନ ଓ ୨୦୧୬ରେ ଥୋମାସ କପ୍ ଜିତିଥିଲେ। ଏହା ବ୍ୟତୀତ ଏକ୍ସେଲସନ ଅନେକ ବିଡବ୍ଲ୍ୟୁଏଫ ବିଶ୍ଵ ଟୁର ଓ ସୁପର ସିରିଜ ଟାଇଟଲ୍ ଜିତିଛନ୍ତି। କେବଳ ଏତିକି ନୁହେଁ ୨୦୨୧ ଡିସେମ୍ବରରୁ ୨୦୨୪ ଜୁନ ପର୍ଯ୍ୟନ୍ତ ସେ ବିଶ୍ଵର ଏକ ନମ୍ବର ଖେଳାଳି।

ବିଶ୍ଵ ଚାମ୍ପିଅନସିପ ୨୦୨୧ର କାଂସ୍ୟ ପଦକ ବିଜେତା ଲକ୍ଷ୍ୟ ସେନଙ୍କୁ ଡେନମାର୍କର ଏହି ଖେଳାଳି ସାତ ଥର ହରାଇଛନ୍ତି। ଏକ୍ସେଲସନଙ୍କୁ ଲକ୍ଷ୍ୟ ଥରୁଟିଏ ୨୦୨୨ରେ ଜର୍ମାନ ଓପନରେ ହରାଇଥିଲେ। 

ଅନ୍ୟପଟେ ଭାରତର ଏହି ୨୨ ବର୍ଷୀୟ ଖେଳାଳି ନିଜଠୁ ଅଧିକ ରାଙ୍କର ଖେଳାଳିଙ୍କ ବିପକ୍ଷରେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ସେ ଗ୍ରୁପ ପର୍ଯ୍ୟାୟରେ ଦୁନିଆର ଚତୁର୍ଥ ନମ୍ବର ଖେଳାଳି ଜୋନାଥନ କ୍ରିଷ୍ଟି ଓ କ୍ଵାର୍ଟର ଫାଇନାଲ୍‌ରେ ବିଶ୍ଵର ୧୧ମ ନମ୍ବର ଖେଳାଳି ଚାଓଙ୍କୁ ହରାଇ ନିଜର ଦମ ଦେଖାଇଛନ୍ତି।