ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ

ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍‌ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ବୋଲି ଏକ ରିପୋର୍ଟରେ କୁହାଯାଉଛି। ନୀତୀଶ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ବିସ୍ତାର କରାଯିବ ବୋଲି ମଧ୍ୟ ଜଣାପଡ଼ିଛି। କହିରଖୁଛୁ, କିଛି ଦିନ ଧରି ନୀତିଶ ପୁଣିଥରେ […] The post ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ appeared first on Dharitri Odia News.

ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ

ପାଟନା,୨୭।୧: ବିହାର ରାଜନୀତି ସହ ଜଡ଼ିତ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳ ୧୦ଟାରେ ନିଜର ଇସ୍ତଫାପତ୍ର ରାଜ୍ୟପାଳଙ୍କୁ ଦେବେ। ଏହାପରେ ଏନ୍‌ଡିଏ ସହ ମେଣ୍ଟ କରି ପୁଣିଥରେ ସେ ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ ବୋଲି ଏକ ରିପୋର୍ଟରେ କୁହାଯାଉଛି। ନୀତୀଶ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳର ବିସ୍ତାର କରାଯିବ ବୋଲି ମଧ୍ୟ ଜଣାପଡ଼ିଛି।

କହିରଖୁଛୁ, କିଛି ଦିନ ଧରି ନୀତିଶ ପୁଣିଥରେ ଆର୍‌ଜେଡି ସହ ମେଣ୍ଟରୁ ଅଲଗା ହୋଇ ଏନ୍‌ଡିଏ ହାତ ଧରି ମୁଖ୍ୟମନ୍ତ୍ରୀ ହେବେ ବୋଲି ଶୁଣିବାକୁ ମିଳୁଛି। ପୂର୍ବରୁ ସେ ଏଭଳି ଅନେକ ଥର କରିଥିବା ବେଳେ ପୁଣିଥରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ଅପରପକ୍ଷେ ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବ ମଧ୍ୟ ନୀତୀଶଙ୍କ ବିରୋଧରେ ବିଧାୟକଙ୍କ ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି।

The post ରବିବାର ସକାଳ ୧୦ଟାରେ ଇସ୍ତଫା ଦେବେ ନୀତୀଶ, ଅପରାହ୍ନରେ ନେବେ ଶପଥ-ରିପୋର୍ଟ appeared first on Dharitri Odia News.