ରବୀନାଙ୍କ ସହ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ଭିଡ଼, ଭିଡିଓ ଦେଖିଲେ…

ମୁମ୍ବାଇ: ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ କ୍ରେଜ୍‌ ଆଜି ବି ରହିଛି। ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିବା ପରେ ରବୀନା ଓଟିଟି ଦୁନିଆରେ ପ୍ରବେଶ କରିଛନ୍ତି। ନିକଟରେ ‘କର୍ମା କଲିଂ’ ରିଲିଜ ହୋଇଥିଲା। ଯେଉଁଥିରେ ରବୀନା ନିଜର ବଳିଷ୍ଠ ଅଭିନୟ ସହିତ ପ୍ରମାଣ କରିଥିଲେ ଯେ, ଆଜି ବି ସେ କାହାଠାରୁ କମ୍‌ ନୁହନ୍ତି।     View this post on Instagram   A post shared by Instant […] The post ରବୀନାଙ୍କ ସହ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ଭିଡ଼, ଭିଡିଓ ଦେଖିଲେ… appeared first on Dharitri Odia News.

ରବୀନାଙ୍କ ସହ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ଭିଡ଼, ଭିଡିଓ ଦେଖିଲେ…

ମୁମ୍ବାଇ: ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ କ୍ରେଜ୍‌ ଆଜି ବି ରହିଛି। ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିବା ପରେ ରବୀନା ଓଟିଟି ଦୁନିଆରେ ପ୍ରବେଶ କରିଛନ୍ତି। ନିକଟରେ ‘କର୍ମା କଲିଂ’ ରିଲିଜ ହୋଇଥିଲା। ଯେଉଁଥିରେ ରବୀନା ନିଜର ବଳିଷ୍ଠ ଅଭିନୟ ସହିତ ପ୍ରମାଣ କରିଥିଲେ ଯେ, ଆଜି ବି ସେ କାହାଠାରୁ କମ୍‌ ନୁହନ୍ତି।

 

 

View this post on Instagram

 

A post shared by Instant Bollywood (@instantbollywood)

ଅଭିନୟ ସହିତ ରବୀନା ମଧ୍ୟ ତାଙ୍କ ଚେହେରା ଏବଂ ସୌନ୍ଦର୍ଯ୍ୟକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ସମୟରେ ଅଭିନେତ୍ରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କୁ ଲୋକେ ଘେରି କି ରହିଥିବାର ଦେଖାଯାଉଛି। ରବୀନାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ଭିଡିଓରେ ରବୀନା ପ୍ରଶଂସକଙ୍କ ମଧ୍ୟରେ ଫସି ରହିଥିବା ଦେଖିବାକୁ ମିଳିଛି। ସେ ଅଭିନେତ୍ରୀଙ୍କ ସହ ସେଲ୍‌ଫି ନେବା ପାଇଁ ପ୍ରତିଯୋଗିତା କରୁଛନ୍ତି। ଏହି ସମୟରେ ରବୀନା ନିଜକୁ ସେମାନଙ୍କଠାରୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ନଜର ଆସିଛନ୍ତି।

The post ରବୀନାଙ୍କ ସହ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ଭିଡ଼, ଭିଡିଓ ଦେଖିଲେ… appeared first on Dharitri Odia News.