ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚରେ ଜାତୀୟ ପତାକା
ଭୁବନେଶ୍ୱର : ଶିଳ୍ପପତି ତଥା ସମାଜସେବୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି । ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବାଚସ୍ପତି ସୁରମା ପାଢ଼ୀ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪ ବର୍ଗଫୁଟର ଏକ ବିଶାଳ ତ୍ରିରଙ୍ଗା ଉତ୍ତୋଳନ […] The post ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚରେ ଜାତୀୟ ପତାକା appeared first on KNews Odisha.

ଭୁବନେଶ୍ୱର : ଶିଳ୍ପପତି ତଥା ସମାଜସେବୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ଭୁବନେଶ୍ୱର ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଏକ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରାଯାଇଛି । ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ବାଚସ୍ପତି ସୁରମା ପାଢ଼ୀ ଏହି ୧୦୮ ଫୁଟ ଉଚ୍ଚ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭକୁ ଉଦଘାଟନ କରିବା ସହ ୩୬×୨୪ ବର୍ଗଫୁଟର ଏକ ବିଶାଳ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ।
ଦେଶର ବିଭିନ୍ନ ପ୍ରାନ୍ତରେ ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ସ୍ଥାପନ କରୁଥିବାରୁ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆକୁ ପ୍ରଶଂସା କରିଥିଲେ । ସମସ୍ତ ଭାରତୀୟ କିପରି ସମ୍ମାନ ଓ ଗୌରବର ସହ ସବୁଦିନ ଜାତୀୟ ପତାକା ଉଡ଼ାଇପାରିବେ ସେଥିପାଇଁ ଦୀର୍ଘ ୧୦ ବର୍ଷ ଦୀର୍ଘ ନ୍ୟାୟିକ ଲଢ଼େଇ ପାଇଁ ସେ ଶ୍ରୀ ଜିନ୍ଦଲଙ୍କୁ ଧନ୍ୟବାଦ ଦେଇଥିଲେ । ସ୍ୱାଧୀନତା ସଂଗ୍ରାମରେ ବିପ୍ଳବିନୀ ରମାଦେବୀ ଚୌଧୁରୀଙ୍କ ଅବଦାନ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ ।
ଏହି ଉତ୍ସବରେ ଆଭାସୀ ମାଧ୍ୟମରେ ଯୋଗଦେଇ ସାଂସଦ ତଥା ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାରର ଅଧ୍ୟକ୍ଷ ଏବଂ ଫ୍ଲାଗ ଫାଉଣ୍ଡେସନ ଅଫ ଇଣ୍ଡିଆର ସଭାପତି ନବୀନ ଜିନ୍ଦଲ ତ୍ରିରଙ୍ଗାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ, “ଜାତୀୟ ପତାକା ସଂଘବଦ୍ଧ ଉତ୍ସାହ ଓ ଏକତାକୁ ପ୍ରଦର୍ଶନ କରିଥାଏ। ଏହା ସମସ୍ତ ଭାରତୀୟଙ୍କ ପାଇଁ ଗୌରବର ଉତ୍ସ। ଆମେ ଏହି ପଦକ୍ଷେପରେ ସାମିଲ ହୋଇଥିବାରୁ ଗୌରବାନ୍ୱିତ ଅନୁଭବ କରୁଛୁ। ଏଠାରେ ତ୍ରିରଙ୍ଗାର ଏହି ଗଗନଶ୍ଚୁମ୍ବୀ ଉଡ଼ାଣ ପିଢ଼ି ପରେ ପିଢ଼ି ଛାତ୍ରୀମାନଙ୍କୁ ଉତ୍ସର୍ଗୀକୃତ ଭାବେ ଦେଶସେବା ପାଇଁ ପ୍ରେରଣା ଯୋଗାଇବ”।
ଓଡ଼ିଶା ବିଧାନସଭାର ବାଚସ୍ପତି ସୁରମା ପାଢ଼ୀ, ଶ୍ରୀ ଜିନ୍ଦଲ ଓ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ଧନ୍ୟବାଦ ଦେଇଥିଲେ । ସେ କହିଥିଲେ ଯେ ଶ୍ରୀ ଜିନ୍ଦଲ ଜଣେ ସମ୍ବେଦନଶୀଳ ଶିଳ୍ପପତି । ଦେଶ ବିକାଶରେ ତାଙ୍କର ବହୁ ଅବଦାନ ରହିଛି। ବିଶ୍ୱବିଦ୍ୟାଳୟ ପରିସରରେ ଜାତୀୟତାର ପ୍ରସାର ପାଇଁ ଅବସର ସୃଷ୍ଟି କରିଥିବାରୁ ଶ୍ରୀମତୀ ପାଢ଼ୀ ଶ୍ରୀ ଜିନ୍ଦଲଙ୍କୁ ଧନ୍ୟବାଦ ଦେଇଥିଲେ।
ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ପ୍ରେସିଡେଣ୍ଟ ତଥା ଗ୍ରୁପ୍ ହେଡ୍ (ସିଏସ୍ଆର୍) ପ୍ରଶାନ୍ତ ହୋତା ତାଙ୍କ ଅଭିଭାଷଣରେ ରମାଦେବୀ ଚୌଧୁରୀଙ୍କ ବଳୀଦାନ ସମ୍ପର୍କରେ କହିଥିଲେ। ଏହା ସହିତ ସେ ସୂଚନା ଦେଇଥିଲେ ଯେ ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଶ୍ରୀ ଜିନ୍ଦଲଙ୍କ ନେତୃତ୍ୱରେ ଫାଉଣ୍ଡେସନ ୨୦୦୯ ମସିହାରେ ସମଗ୍ର ଭାରତରେ ସ୍ମାରକୀ ଜାତୀୟ ପତାକା ପୋଷ୍ଟ ସ୍ଥାପନ କରିବାର କାର୍ଯ୍ୟ ଆରମ୍ଭ କରିଥିଲା । ସେବେଠାରୁ ଏହି ସଂଗଠନ ସମଗ୍ର ଦେଶରେ ୧୫୮ଟି ସ୍ମାରକୀ ଜାତୀୟ ପତାକା ସ୍ତମ୍ଭ ପ୍ରତିଷ୍ଠା କରିବାରେ ସଫଳ ହୋଇଛି, ଯେଉଁଥିରେ ଓଡ଼ିଶାରେ ଏପର୍ଯ୍ୟନ୍ତ ୮ଟି ରହିଛି ।
ରମାଦେବୀ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ, ଫ୍ଲାଗ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆର ସିଇଓ ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲି, ଅନୁଷ୍ଠାନର ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟ କର୍ମଚାରୀଙ୍କ ସମେତ ଶତାଧିକ ଛାତ୍ରୀ ଏହି ଉତ୍ସବରେ ଯୋଗଦେଇଥିଲେ ।
The post ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟ ପରିସରରେ ଉଡ଼ିଲା ୧୦୮ ଫୁଟ ଉଚ୍ଚରେ ଜାତୀୟ ପତାକା appeared first on KNews Odisha.