‘ପ୍ରଥମେ ମତେ ନିୟମ ଦେଖିବାକୁ ଦିଅନ୍ତୁ, ଯଦି.... ’’: ସିଏଏ ଆଇନ ଲାଗୁ ପରେ ମମତା ବାନାର୍ଜୀଙ୍କ ରୋକ୍‌ ଠୋକ୍‌ ବୟାନ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ସୋମବାର ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (CAA) ଲାଗୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି।ସିଏଏସି ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶ, ପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ିତ ହୋଇ ଆସି ଭାରତରେ ରହୁଥିବା ଶିଖ, ଜୈନ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକରିତା ପ୍ରଦାନ କରାଯିବ।ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ବିରୋଧୀ ଏବେ ବିରୋଧୀ ଦଳଙ୍କ ମଧ୍ୟ ପ୍ରତିକ୍ରିୟା ସାମ୍‌ନା କୁ ଆସିବାକୁ ଲାଗିଲାଣି। ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏକୁ ନେଇ ମୋଦୀ ସରକାରଙ୍କ ବିଜ୍ଞପ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି ପ୍ରଥମେ ମତେ ନିୟମ ଦେଖିବାକୁ ଦିଅନ୍ତୁ। ଯଦି ଏହି ନିୟମ ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବ, ତେବେ ଆମେ ଏହାର ବିରୋଧରେ ଲଢ଼ିବୁ। ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି କେବଳ ନିର୍ବାଚନ ପ୍ରଚାର କରୁଛି।ସୂଚନାଥାଉକି, ସିଏଏକୁ ନେଇ ଜାନୁଆରୀରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନରୁ ପୂର୍ବରୁ ସିଏଏ ପ୍ରସଙ୍ଗ ଉଠାଇବା ପାଇଁ ବିଜେପିର ଆଲୋଚନା କରିଥିଲେ। କହିଥିଲେ ଯେ, ସେ ଜୀବିତ ରହିଥିବା ପର୍ଯ୍ୟନ୍ତ କେବେବି ସିଏଏ ଲାଗୁ ହେବାକୁ ଦେବେନାହିଁ।ସେପଟେ କଂଗ୍ରେସ ମଧ୍ୟ ସିଏଏକୁ ନେଇ ପ୍ରତିକ୍ରିୟା ରଖିଛି। କଂଗ୍ରେସ ବରିଷ୍ଠ ନେତା

‘ପ୍ରଥମେ ମତେ ନିୟମ ଦେଖିବାକୁ ଦିଅନ୍ତୁ, ଯଦି.... ’’: ସିଏଏ ଆଇନ ଲାଗୁ ପରେ ମମତା ବାନାର୍ଜୀଙ୍କ ରୋକ୍‌ ଠୋକ୍‌ ବୟାନ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ସୋମବାର ବହୁ ଚର୍ଚ୍ଚିତ ନାଗରିକତା ସଂଶୋଧନ ଆଇନ (CAA) ଲାଗୁ ନେଇ ବିଜ୍ଞପ୍ତି ଜାରି କରିଛନ୍ତି।ସିଏଏସି ଆଧାରରେ ୨୦୧୪ ଡିସେମ୍ବର ୩୧ ପୂର୍ବରୁ ବାଂଲାଦେଶପାକିସ୍ତାନ ଓ ଆଫଗାନିସ୍ତାନରେ ପ୍ରତାଡ଼ି ହୋଇ ଆସି ଭାରତରେ ରହୁଥିବା ଶିଖଜୈନବୌଦ୍ଧପାର୍ସି ଓ ଖ୍ରୀଷ୍ଟିୟାନଙ୍କୁ ଭାରତୀୟ ନାଗରିକରିତା ପ୍ରଦାନ କରାଯିବ

ତେବେ କେନ୍ଦ୍ର ସରକାରଙ୍କ ଏହି ଘୋଷଣା ପରେ ବିରୋଧୀ ଏବେ ବିରୋଧୀ ଦଳଙ୍କ ମଧ୍ୟ ପ୍ରତିକ୍ରିୟା ସାମ୍‌ନା କୁ ଆସିବାକୁ ଲାଗିଲାଣି। ଏହି କ୍ରମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସିଏଏକୁ ନେଇ ମୋଦୀ ସରକାରଙ୍କ ବିଜ୍ଞପ୍ତି ଉପରେ ପ୍ରତିକ୍ରିୟା ରଖିଛନ୍ତି। ମମତା କହିଛନ୍ତି ପ୍ରଥମେ ମତେ ନିୟମ ଦେଖିବାକୁ ଦିଅନ୍ତୁ। ଯଦି ଏହି ନିୟମ ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରିବ, ତେବେ ଆମେ ଏହାର ବିରୋଧରେ ଲଢ଼ିବୁ। ଏହା ସହ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେପି କେବଳ ନିର୍ବାଚନ ପ୍ରଚାର କରୁଛି।

ସୂଚନାଥାଉକି, ସିଏଏକୁ ନେଇ ଜାନୁଆରୀରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲୋକସଭା ନିର୍ବାଚନରୁ ପୂର୍ବରୁ ସିଏଏ ପ୍ରସଙ୍ଗ ଉଠାଇବା ପାଇଁ ବିଜେପିର ଆଲୋଚନା କରିଥିଲେ। କହିଥିଲେ ଯେ, ସେ ଜୀବିତ ରହିଥିବା ପର୍ଯ୍ୟନ୍ତ କେବେବି ସିଏଏ ଲାଗୁ ହେବାକୁ ଦେବେନାହିଁ।

ସେପଟେ କଂଗ୍ରେସ ମଧ୍ୟ ସିଏଏକୁ ନେଇ ପ୍ରତିକ୍ରିୟା ରଖିଛି। କଂଗ୍ରେସ ବରିଷ୍ଠ ନେତା ଜୟରାମ ରମେଶ ସୋସିଆଲ ମିଡିଆରେ କହିଛନ୍ତି ଯେ, ମୋଦୀ ସରକାର ଜାଣି ଶୁଣି ନିର୍ବାଚନ ପୂର୍ବରୁ ସିଏଏ ଆଣିଛନ୍ତି। ସେ କହିଛନ୍ତି ‘‘ ଡିସେମ୍ବର ୨୦୧୯ରେ ସଂସଦ ଦ୍ବାରା ପାରିତ ସିଏଏକୁ ଲାଗୁ  କରିବାକୁ ମୋଦୀ ସରକାରଙ୍କୁ ଚାରି ବର୍ଷ ଏବଂ ତିନି ମାସ ଲାଗିଗଲା। ପ୍ରଧାନମନ୍ତ୍ରୀ ଦାବି କରୁଛନ୍ତି ଯେ, ତାଙ୍କ ସରକାର ଶୃଙ୍ଖଳିତ ଭାବରେ କାମ କରୁଛି। ହେଲେ ସିଏଏ ନିୟମକୁ ଲାଗୁ କରିବା ପାଇଁ ଲାଗିଥିବା ସମୟ ପ୍ରଧାନମନ୍ତ୍ରୀଙ୍କ ମିଛର ଆଉ ଏକ ଝଲକ।’’

ସେ ଆହୁରି ଲେଖିଛନ୍ତି ‘‘ ନିୟମକୁ ଲାଗୁ କରିବା ପାଇଁ ନଅ ଥର ଅବଧି ବୃଦ୍ଧି ମାଗିବା ପରେ ଘୋଷଣା କରିଥିଲେ। ଆଉ ଜାଣିସୁଣି ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ଘେଷଣା କରାଯାଉଛି। ଏଥିରୁ ସ୍ପଷ୍ଟ ଯେ, ସିଏଏ ନିୟମ ଲାଗୁ ନିଷ୍ପତ୍ତି ନିର୍ବାଚନକୁ ଦେଖି ଲାଗୁ କରାଯାଇଛି।’’ ସେ ଆହୁରି କହିଛନ୍ତି ଏହି ଘୋଷଣା କରି ଇଲେକ୍ଟୋରାଲ ବଣ୍ଡ୍‌ ମାମଲାରୁ ଧ୍ୟାନ ହଟାଇବାକୁ ପ୍ରୟାସ କରାଯାଉଛି।