ରସଗୋଲା ଦିବସରେ ଘରେ ତିଆରି କରନ୍ତୁ ଚାଉଳ ରସଗୋଲା

ଘରେ ତିଆରି କରନ୍ତୁ ସୁଆଦିଆ ଚାଉଳ ରସଗୋଲା।

ରସଗୋଲା ଦିବସରେ ଘରେ ତିଆରି କରନ୍ତୁ ଚାଉଳ ରସଗୋଲା

ଆବଶ୍ୟକ ସାମଗ୍ରୀ:  ସିଝା ଅରୁଆ ଚାଉଳ, କନ୍‌ଫ୍ଲୋର, ମଇଦା, ମିଲ୍କ ପାଉଡର, ଘିଅ, ଚିନି ଓ ପାଣି ।

ପ୍ରସ୍ତୁତି ପ୍ରଣାଳୀ: ଚାଉଳ ରସଗୋଲା ତିଆରି କରିବା ପାଇଁ ପ୍ରଥମେ ସିଝା ଅରୁଆ ଚାଉଳକୁ  ଗ୍ରାଇଣ୍ଡିଂ କରି ଏକ ପାତ୍ରରେ ରଖନ୍ତୁ। ଏହାପରେ ସେଥିରେ ମଇଦା, କନ୍‌ଫ୍ଲୋର, ମିଲ୍କ ପାଉଡର ଓ ଘିଅ ମିଶାଇ ଭଲଭାବେ ଚକଟି ଦିଅନ୍ତୁ। ପରେ ତାକୁ ରସଗୋଲା ଶେପ୍‌ରେ ଗଢ଼ି ଏକ ପ୍ଲେଟରେ ରଖନ୍ତୁ।

ଏବେ ରସଗୋଲା ପାଇଁ ଚିନିରେ ଶିରା ପ୍ରସ୍ତୁତ କରନ୍ତୁ। ଏହା ପରେ ଗଢ଼ି ରଖିଥିବା ରସଗୋଲାକୁ ଶିରାରେ ପକାଇ ଦେଇ ଦୁଇରୁ ତିନି ମିନିଟ୍‌ ପର୍ଯ୍ୟନ୍ତ ଅଳ୍ପ ଆଞ୍ଚରେ ବସାଇ ଦିଅନ୍ତୁ। ପରେ ତାକୁ ତଳକୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଆଦିଆ ଚାଉଳ ରସଗୋଲା।