ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି: ଗଣଶିକ୍ଷା ମନ୍ତ୍ରୀ

କୋକସରା/ଜୟପାଟଣା, ୪ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ସୋମବାର ପୁରାତନ ଛାତ୍ର ସମାବେଶ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ବଜେନ୍ଦ୍ର ପାଟ୍ଟଯୋଷୀଙ୍କ ସଭାପତିତ୍ୱରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ […] The post ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି: ଗଣଶିକ୍ଷା ମନ୍ତ୍ରୀ appeared first on Dharitri Odia News.

ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି: ଗଣଶିକ୍ଷା ମନ୍ତ୍ରୀ

କୋକସରା/ଜୟପାଟଣା, ୪ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ/ଓମ୍‌ ପ୍ରକାଶ ବୈଠାରୁ): କଳାହାଣ୍ଡି ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ସୋମବାର ପୁରାତନ ଛାତ୍ର ସମାବେଶ ଆୟୋଜିତ ହୋଇଯାଇଛି। ବିଦ୍ୟାଳୟର ସଭାପତି ବଜେନ୍ଦ୍ର ପାଟ୍ଟଯୋଷୀଙ୍କ ସଭାପତିତ୍ୱରେ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଏମ୍‌ପି ମାଳବିକା ଦେଓ, କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶ, ଜିଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଉପଜିଲାପାଳ ଧର୍ମଗଡ ଧୀମାନ ଚକମା, ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ସମାଜସେବୀ ରମେଶ ଚନ୍ଦ୍ର ମାଝି, ବିଇଓ ପ୍ରେମ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ସ୍ବାଗତ ଅଭିଭାଷଣ ରଖିବା ସହ ଶିକ୍ଷାନୁଷ୍ଠାନର ପ୍ରମୁଖ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜି ମୁଁ ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି, ଏଣୁ ମୋ ବିଭାଗ ଦ୍ୱାରା ଯାହା ସମ୍ଭବ ବିଶେଷ କରି ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ୟା ଓ ରାଜ୍ୟରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉନ୍ନତି ପାଇଁ ମୋହନ ମାଝୀ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ଏହି ଅବସରରେ ସ୍କୁଲର ଇଂରାଜୀ ଶିକ୍ଷକ କୁଞ୍ଜବିହାରି ଦାସଙ୍କୁ ଉପସ୍ଥିତ ଅତିଥିମାନେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରିଥିଲେ। ବରିଷ୍ଠ ଶିକ୍ଷକ ଲଳିତ କୁମାର ନାଏକ ମଞ୍ଚ ସଂଯୋଜନା ଓ ପରିଶେଷରେ ଉମା ଶଙ୍କର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ।

The post ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି: ଗଣଶିକ୍ଷା ମନ୍ତ୍ରୀ appeared first on Dharitri Odia News.